ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ, ଦିଲ୍ଲୀରେ ତାଲା ପକାଇବାକୁ କୌଣସି ଯୋଜନା ନାହିଁ । କେଜ୍ରିୱାଲ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
Trending Photos
)
ନୂଆଦିଲ୍ଲୀ: କୋରୋନା ଭାଇରସ ମାମଲା ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଯାହା ଫଳରେ ଦେଶରେ ପୁଣି ଲକଡାଉନ୍ ଲାଗୁ କରାଯିବାର ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ଲକଡାଉନ୍କୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି । ବିଗତ କିଛି ଦିନ ଧରି ଦେଶର ରାଜଧାନୀ ଦିଲ୍ଲୀରେ ତାଲା ପକାଇବା ପାଇଁ କଳ୍ପନାଜଳ୍ପନା କରାଯାଉଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ, ଦିଲ୍ଲୀରେ ତାଲା ପକାଇବାକୁ କୌଣସି ଯୋଜନା ନାହିଁ । କେଜ୍ରିୱାଲ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
Many people are speculating whether another lockdown in Delhi in being planned. There are no such plans.
— Arvind Kejriwal (@ArvindKejriwal) June 15, 2020
ଏହାପୂର୍ବରୁ ଜୁନ୍ ୧୮ରୁ ସାରା ଦେଶରେ ଏହି ଲକଡାଉନ୍ ଲାଗୁ କରିବାର ଦାବି କରାଯାଇଥିଲା । ଯାହା ଉପରେ ରବିବାର PIB ଦ୍ୱାରା ସ୍ପଷ୍ଟୀକରଣ ଦିଆଯାଇଥିଲା । ପିଆଇବି ଟ୍ୱିଟରେ କହିଛି- 'ଏହା ମିଛ ଖବର । ସେପରି କୌଣସି ଯୋଜନା ଉପରେ ବିଚାର କରାଯାଉ ନାହିଁ । ଗୁଜବରୁ ସାବଧାନ ରୁହନ୍ତୁ ।