)
ନୂଆଦିଲ୍ଲୀ: ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଶୁକ୍ରବାର ଦିନ ଆଫଗାନ ଦୂତାବାସରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ । କିନ୍ତୁ ଉକ୍ତ ସାମ୍ୱାଦିକ ସମ୍ମିଳନୀରେ କୌଣସି ମହିଳା ସାମ୍ବାଦିକ ଯୋଗ ଦେଇନଥିଲେ । ପ୍ରେସମିଟରେ ୨୦ରୁ କମ୍ ସାମ୍ବାଦିକ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି।
ଆଫଗାନିସ୍ତାନର ତାଲିବାନ ସରକାରଙ୍କ ସଦସ୍ୟ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଗୁରୁବାରଠାରୁ ସାତ ଦିନିଆ ଭାରତ ଗସ୍ତରେ ଗସ୍ତରେ ଅଛନ୍ତି। ସେ ଶୁକ୍ରବାର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ମଧ୍ୟ ଭେଟିବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। କିନ୍ତୁ ମହିଳା ସାମ୍ବାଦିକମାନଙ୍କୁ ଉକ୍ତ ସମ୍ମିଳନୀରେ ଯୋଗଦେବାରୁ ବାରଣ କରାଯାଇଥିଲା।
ଜୟଶଙ୍କରଙ୍କ ସହ ଆମିର ଖାନଙ୍କ ହୋଇଥିବା ସାକ୍ଷାତରେ, ଦ୍ୱିପାକ୍ଷିକ ବାଣିଜ୍ୟ, ମାନବିକ ସହାୟତା ଏବଂ ସୁରକ୍ଷା ସହଯୋଗ ବିଷୟରେ ଆଲୋଚନା ହୋଇଥିବା ଜଣାପଡିଛି । ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ, ଆଫଗାନ ମାଟି କେବେବି କୌଣସି ଦେଶ ବିରୁଦ୍ଧରେ ବ୍ୟବହାର କରାଯିବ ନାହିଁ।
ତାଲିବାନ୍ ବୈଦେଶିକ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ନେଇ କିଛି ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି । ଯେଉଁଥିରେ ଏହା ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି ।