ବର୍ତ୍ତମାନ ପର୍ଯ୍ୟନ୍ତ ଭୁପୃଷ୍ଟର ଅଧିକାଂଶ ଅଞ୍ଚଳରେ '୪ଜି' ସେବା ମିଳିପାରି ନାହିଁ। କିନ୍ତୁ ଚନ୍ଦ୍ରପୃଷ୍ଠରେ ଏହି ସେବା ଉପଲବ୍ଧ କରାଇବାକୁ ନାସା ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
Trending Photos
)
ସାନ ଫ୍ରାନ୍ସିସ୍କୋ: ଚନ୍ଦ୍ରରେ '୪ଜି' ନେଟୱାର୍କ ସ୍ଥାପନ ପାଇଁ ନାସା ପକ୍ଷରୁ ପ୍ରୟାସ ଚାଲିଛି। ଯାହା ମହାକାଶ ଅନୁସନ୍ଧାନ ଗବେଷଣା ଏବଂ ବିକାଶର ଅଗ୍ରଗତି କରିବ। ଏଥିପାଇଁ ବିଶ୍ୱର ଅଗ୍ରଣୀ ଟେଲିକମ କମ୍ପାନୀ ନୋକିଆକୁ ଚୟନ କରାଯାଇଛି। “ଟିପିଂ ପଏଣ୍ଟ” ଚୟନ ଅଧୀନରେ କମ୍ପାନୀ ସହ 370 ନିୟୁତ ଡଲାର ମୂଲ୍ୟର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।
ଚନ୍ଦ୍ରରେ ୪ଜି ସେବା ଉପଲବ୍ଧ ହେଲେ ମହାକାଶରେ ଯୋଗାଯୋଗର ଗତି ବୃଦ୍ଧି ପାଇବ। ବର୍ତ୍ତମାନର ଅପେକ୍ଷା ଅଧିକ ବିଶ୍ୱାସନୀୟତା ଡାଟା ପ୍ରଦାନ କରିପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ନାସା ଆଡମିନିଷ୍ଟ୍ରେଟର ଜିମ ବ୍ରିଡେନଷ୍ଟାଇନଙ୍କ ଅନୁସେରେ, ୨୦୨୮ ସୁଦ୍ଧା ଚନ୍ଦ୍ରରେ ମହାକାଶଚାରୀମାନେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ସୋଠାରେ ବଞ୍ଚିବା ଏବଂ କାର୍ଯ୍ୟ କରିବାକୁ ହେଲେ ଶୀଘ୍ର ନୂତନ ଜ୍ଞାନକୌଶଳ ବିକାଶ କରିବା ଆବଶ୍ୟକ।
ସେ ପୁଣି କହିଛନ୍ତି ଯେ, ଆମକୁ ପାୱାର୍ ସିଷ୍ଟମ୍ ଦରକାର। ଯାହାକି ଚନ୍ଦ୍ର ପୃଷ୍ଠରେ ଦୀର୍ଘ ସମୟ ରହିପାରିବ ଏବଂ ସେଠାରେ ଆମକୁ ରହିବା କ୍ଷମତା ଯୋଗାଇବ। ସେପଟେ ନୋକିଆର ଅନୁସନ୍ଧାନ ସାଖା, ବେଲ ଲ୍ୟାବ ଟ୍ୱିଟରରେ ଏହାର ଅଧିକ ବିବରଣୀ ପ୍ରଦାନ କରିଛି। ଚନ୍ଦ୍ରପୃଷ୍ଠକୁ ତାର ବିହୀନ ଭାବେ ନେଟୱର୍କ ପଠାଯିବ। ଏହି ନେଟୱର୍କ ସାହାଯ୍ୟରେ ସେଠାରେ ରୋଭର ଓ ନାଭିଗେସନ କାର୍ଯ୍ୟ ସମ୍ପାଦନ ହୋଇପାରିବ। ସେହିଭଳି ବିନା ବାଧକରେ ଭିଡିଓ ଷ୍ଟ୍ରିମିଂ ହେବ।
୪ଜି ନେଟୱର୍କ ପାଇଁ @Int_Machines ନାମକ ସଂସ୍ଥା ସହ ନୋକିଆ ସହବନ୍ଧିତା କରିଛି। ଅନ୍ୟ ଅଂଶୀଦାରଙ୍କ ସହିତ ବି ମିଶି କମ୍ପାନୀ ଗ୍ରାଉଣ୍ଡବ୍ରେକିଂ ନେଟୱାର୍କ ଡାଟା ଟ୍ରାନ୍ସମିସନ୍ ପ୍ରୟୋଗ କରୁଛି। ଯେଉଁଥିରେ ରୋଭରର ନିୟନ୍ତ୍ରଣ, ଚନ୍ଦ୍ର ଭୌଗୋଳିକ ଉପରେ ରିଅଲ୍-ଟାଇମ୍ ନେଭିଗେସନ୍ ଏବଂ ଉଚ୍ଚ ଭିଡିଓର ଷ୍ଟ୍ରିମିଙ୍ଗ୍ ଅନ୍ତର୍ଭୁକ୍ତ।
ଚନ୍ଦ୍ରରେ ୪ଜି ନେଟୱାର୍କ ଲଞ୍ଚ କରିବା ଏହା ନୋକିଆର ପ୍ରଥମ ପ୍ରୟାସ ନୁହେଁ। ୨୦୧୮ରେ ଆପୋଲୋ ୧୭ ଅବତରଣ ସ୍ଥଳରେ ବି ୪ଜି ନେଟୱାର୍କ ଲଞ୍ଚ କରିବା ପାଇଁ ଜର୍ମାନର ସ୍ପେସ୍ କମ୍ପାନୀ ଏବଂ ଭୋଡାଫୋନ୍ ୟୁକେ ସହିତ ଯୋଜନା କରାଯାଇଥିଲା। କିନ୍ତୁ ମିଶନ ସଫଳ ହୋଇନଥିଲା।