)
କୋଲକାତା: ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ତାଲା ପଡିଥିବାରୁ ୨ ଦିନ ଧରି କୋଲକାତା ବିମାନ ବନ୍ଦରରେ ବିମାନ ଚଳାଚଳ ବନ୍ଦ ରହିବ । ଜୁଲାଇ ୨୫ ଓ ଜୁଲାଇ ୨୯ରେ କୋଲକାତା ବିମାନ ବନ୍ଦରରେ ବିମାନ ସେବା ସ୍ଥଗିତ ରହିବ । ଅଧିକାରୀମାନେ ଆଜି(ଶୁକ୍ରବାର) ଏହି ସୂଚନା ଦେଇଛନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇଛି ଯେ ଜୁଲାଇ ୨୫ ଓ ୨୯ରେ ବିମାନ ଚଳାଚଳ ହେବ ନାହିଁ ।
କୋଭିଡ-19ର ପ୍ରସାରକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ସପ୍ତାହରେ ଦୁଇ ଦିନ ରାଜ୍ୟରେ ସମ୍ପୂର୍ଣ୍ଣ ତାଲା ପକାଇବାକୁ ନିଷ୍ପତ୍ତି ନେଇଛନ୍ତି । ସମ୍ପୂର୍ଣ୍ଣ ଲକଡାଉନର ସମସ୍ତ ଦିନରେ ଏହି ନିୟମ ଲାଗୁ ରହିବ କି ବୋଲି ପଚରାଯିବାରୁ ଅଧିକାରୀ କହିଛନ୍ତି ଯେ ଏପରି ସମ୍ଭାବନା ଥିଲା କିନ୍ତୁ ରାଜ୍ୟ ସରକାର ଏହି ବିଷୟରେ ଘୋଷଣା କରିବେ ।
ଏହି ଅଧିକାରୀ ଆହୁରି କହିଛନ୍ତି ଯେ, "ସମ୍ଭବତ ଏହି ଲକଡାଉନ୍ ଦିନରେ ଲାଗୁ ହେବ କିନ୍ତୁ ରାଜ୍ୟ ସରକାର ଏ ବାବଦରେ ଘୋଷଣା କରିବେ । ଏପର୍ଯ୍ୟନ୍ତ ଏହି ଦୁଇଟି ତାରିଖ ନିଶ୍ଚିତ ହୋଇଛି । ଜୁଲାଇ ୨୫ ଓ ୨୯ରେ କୌଣସି ବିମାନ ଚଳାଚଳ ହେବ ନାହିଁ ।"