'କେବଳ ୨୫ ବିଧାୟକ ନୁହେଁ, ପୁରା କଂଗ୍ରେସକୁ କିଣିନେବେ ସିନ୍ଧିଆ'
Advertisement

'କେବଳ ୨୫ ବିଧାୟକ ନୁହେଁ, ପୁରା କଂଗ୍ରେସକୁ କିଣିନେବେ ସିନ୍ଧିଆ'

ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ମାନ୍ଧାତା ଆସନରୁ ପ୍ରାର୍ଥପତ୍ର ଦାଖଲ କରିବା ପରେ ଏପରି ବୟାସ ଦେଇଛନ୍ତି ସେ । 

'କେବଳ ୨୫ ବିଧାୟକ ନୁହେଁ, ପୁରା କଂଗ୍ରେସକୁ କିଣିନେବେ ସିନ୍ଧିଆ'

ଭୋପାଳ: ଚଳିତ ବର୍ଷ ମଧ୍ୟ ପ୍ରଦେଶର ହେବାକୁ ଥିବା ଉପନିର୍ବାଚନ (MP By Poll 2020) ଲାଗି ଏବେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର କରାଯାଉଛି।  ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି (BJP) ଏବଂ ବିରୋଧି ବିଜେପି (BJP) ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଆରୋପ-ପ୍ରତ୍ୟାରୋପ ଜାରି ରହିଛି।

ଏହିକ୍ରମରେ ରାଜ୍ୟର ଖଣ୍ଡୱା (Khandwa) ଜିଲ୍ଲାର ମାନ୍ଧାତା ବିଧାନସଭା (Mandhata Assembly Constituency) ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ପ୍ରାର୍ଥୀ (BJP Candidate) ନାରାୟଣ ପଟେଲ (Narayan Patel) କହିଛନ୍ତି, "ଜ୍ୟୋତିରାଦିତ୍ୟ ସିନ୍ଧିଆ କେବଳ ୨୫ ବିଧାୟକ ନୁହେଁ ପୁରା କଂଗ୍ରେସକୁ କଣିପାରିବେ। " 
 
ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ମାନ୍ଧାତା ଆସନରୁ ପ୍ରାର୍ଥପତ୍ର ଦାଖଲ କରିବା ପରେ ଏପରି ବୟାସ ଦେଇଛନ୍ତି ସେ । ପୂର୍ବରୁ ସେ ଏହି ଆସନରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାୟକ ପଦରୁ ଇସ୍ତଫା ଦେବା ପରେ ସେ ବିଜେପିରେ ସାମିଲ ହୋଇଥିଲେ। ନିଜର ପୁରୁଣା ଦଳକୁ କଟାକ୍ଷ କରିବା ଉଦ୍ଦେଶ୍ୟରେ ସେ କହିଛନ୍ତି, କଂଗ୍ରେସ ଅନେକ କଥା କହୁଛି ହେଲେ ସୋମନଙ୍କ ନିକଟରେ କୌଣସି ବିକାଶ ପ୍ରସଙ୍ଗ ନାହିଁ। ରାଜ୍ୟରେ କଂଗ୍ରେସ ସରକାର କ୍ଷମତାସୀନ ଥିବା ବେଳେ ମଧ୍ୟ ପ୍ରଦେଶର ବିକାଶ ଲାଗି କୌଣସି କାମ କରାଯାଇ ନଥିଲା।     

କୃଷକଙ୍କ ଋଣ ଛାଡ କରିବାକୁ ନେଇ ନାରାୟଣ ପଟେଲ କଂଗ୍ରେସ ଉପରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି କୃଷକଙ୍କ ଲାଗି ଗୋଟିଏ ଟଙ୍କା ମଧ୍ୟ ଦିଆଯାଇନାହିଁ। ପ୍ରାୟ ୮୦୦ କୃଷକଙ୍କୁ କେବଳ ପ୍ରମାଣପତ୍ର ହସ୍ତାନ୍ତର କରାଯାଇଛି।  ମୁଖ୍ୟମନ୍ତ୍ରୀ ଶିବରାର ସିଂ ଚୌହ୍ୱାନ ସେହି ଟଙ୍କାକୁ ଭରଣା କରୁଛନ୍ତି। ଋଣ ଛାଡ କରିବାକୁ  କଂଗ୍ରେସର ପ୍ରତିଶୃତି ଦେଇଥିଲା। ହେଲେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସରକାର ଏ ବାବଦରେ ନିଷ୍ପତ୍ତି ନେବେ ।