ମ୍ଭୀର ତାଙ୍କ ମତକୁ ଆହୁରି ଦୃଢ଼ କରି କହିଥିଲେ ଯେ, ଯେତେବେଳେ ସେ ଖେଳୁଥିଲେ ସେତେବେଳେ ଭାରତୀୟ ଦଳରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣ ଏବଂ ଅନିଲ କୁମ୍ବଲେଙ୍କ ଭଳି ଖେଳାଳି ଥିଲେ ।
Trending Photos
ନୂଆଦିଲ୍ଲୀ: ଆପଣମାନେ ଜାଣିଛନ୍ତି ଯେ ଯେତେବେଳେ ସ୍ପଷ୍ଟ ଭାବରେ ନିଜର କଥା ରଖିବାର ପ୍ରଶ୍ନ ଆସେ, ସେତେବେଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ତଥା ବର୍ତ୍ତମାନର ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ବ୍ୟବହାର କିପରି ରହିଥାଏ ? ନିଜର ମତ ସ୍ପଷ୍ଟ ଭାବରେ ରଖିବା ପାଇଁ ଗମ୍ଭୀର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ନିକଟ ଅତୀତରେ ଭାରତୀୟ କ୍ରିକେଟ ଦଳର ଅନ୍ୟତମ ଖେଳାଳୀ ଯୁବରାଜ ଯୁବ ସିଂଙ୍କ ଦେଇଥିବା ବୟାନ ସହ ସହମତ ହୋଇଛନ୍ତି ଗମ୍ଭୀର । ସେ କହିଛନ୍ତି ଯେ ବର୍ତ୍ତମାନ ଟିମ ଇଣ୍ଡିଆରେ ଆଦର୍ଶର ଅଭାବ ରହିଛି। ଗମ୍ଭୀର ତାଙ୍କ ମତକୁ ଆହୁରି ଦୃଢ଼ କରି କହିଥିଲେ ଯେ, ଯେତେବେଳେ ସେ ଖେଳୁଥିଲେ ସେତେବେଳେ ଭାରତୀୟ ଦଳରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣ ଏବଂ ଅନିଲ କୁମ୍ବଲେଙ୍କ ଭଳି ଖେଳାଳି ଥିଲେ ।
On 11th April 2003, the now known World Cup specialist made his entry into international cricket.
Gautam Gambhir made his ODI debut against Bangladesh at Dhaka under ODI cap no. 149. pic.twitter.com/yUrMtNQcUy
— Team Gautam Gambhir (@gautamgambhir97) April 11, 2020
ଗମ୍ଭୀର କହିଛନ୍ତି ଯେ, ଦଳରେ ଏଭଳି ବରିଷ୍ଠ ଖେଳାଳି ରହିବା ଆବଶ୍ୟକ, ଯେଉଁମାନେ କଠିନ ସମୟରେ ଯୁବକମାନଙ୍କୁ ମାର୍ଗଦର୍ଶନ କରିପାରିବେ । ମୁଁ ଯୁବରାଜଙ୍କ ସହ ସହମତ ଯେ ବର୍ତ୍ତମାନର ଭାରତୀୟ ଦଳରେ ରୋଲ ମଡେଲ ବା ଆଦର୍ଶର ଅଭାବ ରହିଛି । ୨୦୦୦ ମସିହାର ଆଖପାଖରେ ଦ୍ରାବିଡ, କୁମ୍ବଲେ, ଲକ୍ଷ୍ମଣ ଏବଂ ସୌରଭ ଭଳି ଖେଳାଳିମାନେ ଯୁବକମାନଙ୍କୁ ମାର୍ଗଦର୍ଶନ କରୁଥିଲେ । ଯେତେବେଳେ ଆପଣ ଏକ କଠିନ ସମୟ ଦେଇ ଗତି କରୁଛନ୍ତି, ସେତେବେଳେ ଆପଣଙ୍କୁ ବରିଷ୍ଠ ଖେଳାଳିଙ୍କ ସାହାଯ୍ୟ ଦରକାର ।
ସେ ଆହୁରି କହିଛନ୍ତି ଯେ, ମୁଁ ଭାବୁନାହିଁ ଯେ ବର୍ତ୍ତମାନର ଦଳ ଭାରତରେ ଏପରି ବରିଷ୍ଠ ଖେଳାଳି ଅଛନ୍ତି, ଯେଉଁମାନେ ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥକୁ ଅତିକ୍ରମ କରି ଯୁବକମାନଙ୍କୁ ମାର୍ଗଦର୍ଶନ କରିବେ । ଯୁବରାଜ ନିକଟରେ କହିଥିଲେ ଯେ ବିରାଟ ଏବଂ ରୋହିତଙ୍କ ବ୍ୟତୀତ ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳରେ ଅନ୍ୟ କୌଣସି ରୋଲ ମଡେଲ ନାହିଁ ଏବଂ ସିନିୟର୍ସଙ୍କ ସମ୍ମାନ ପୂର୍ବ ଅପେକ୍ଷା କମ୍ ରହିଛି ।