• କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ।
  • ବୁଧବାର ଭୋର ସମୟରେ ଦେହାନ୍ତ ସୂଚନା ।
  • ଟ୍ୱିଟ କରି ପୁଅ ଫୈଜଲ ଦେଲେ ସୂଚନା II
  • ଓଡ଼ିଶାରେ ଦ୍ୱିତୀୟ ଏମସ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ । ସୁନ୍ଦରଗଡ଼ରେ ଦ୍ୱିତୀୟ ଏମସ ପାଇଁ ରାଜ୍ୟର ପ୍ରସ୍ତାବ II
  • କଟକ ସିଡ଼ିଏ ଗାଙ୍ଗୁଲି ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ।
  • ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହାତୀପଲ । ରାତିରେ ପାଚେରୀ ଭାଙ୍ଗି ପ୍ରବେଶ ସୂଚନା II

ଚୀନ ସହ ଗୋଟିଏ ନୁହେଁ ଦୁଇଟି ଯୁଦ୍ଧ ଲଢୁଛି ଭାରତ: ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ଚୀନ ସହ ଭାରତ ଗୋଟିଏ ନୁହେଁ ଦୁଇଟି ଯୁଦ୍ଧ ଲଢୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ |

ଚୀନ ସହ ଗୋଟିଏ ନୁହେଁ ଦୁଇଟି ଯୁଦ୍ଧ ଲଢୁଛି ଭାରତ: ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ: ଲଦାଖରେ ହୋଇଥିବା ମୁହାଁମୁହିଁ ଘଟଣାକୁ ନେଇ ଚୀନକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ | ଏନେଇ ମତ ରଖି ସେ କହିଛନ୍ତି ଦେଶ ଏବେ ଚୀନ ସହ କୋରୋନା ଏବଂ ସାମରିକ କ୍ଷେତ୍ରରେ ସଂଘର୍ଷ କରୁଛି | ଏହାର ମୁକାବିଲା କରିବାକୁ ଆମେ ସକ୍ଷମ ବୋଲି ସେ କହିଛନ୍ତି |

ଦେଶର ସାମ୍ପ୍ରତିକ ସ୍ଥିତ ଉପରେ ପ୍ରତିକ୍ରିୟା ରଖି କ'ଣ କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତାହା ଉପରେ ପକାନ୍ତୁ ନଜର...

ଆଜି ଆମେ ଚୀନ ବିରୁଦ୍ଧରେ ସୀମାରେ ଏବଂ ଦେଶ ଭିତରେ ସେଠାରୁ ଆସିଥିବା ମହାମାରୀ କୋରୋନା ସହ ଲଢେଇ କରୁଛୁ | ଶହୀଦ ହୋଇଥିବା ଆମର ୨୦ ଯବାନ ପଛକୁ ହଟିନଥିଲେ | ଆମେ ମଧ୍ୟ ପଚଘୁଞ୍ଚା ଦେବୁ ନାହିଁ | ଏହି ଦୁଇଟି ଯୁଦ୍ଧରେ ଆମର ବିଜୟ ହେବା ସୁନିଶ୍ଚିତ |    
           
ସୋମବାର ଦିଲ୍ଲୀରେ ପ୍ରାୟ ୨୫୦୦୦ ସକ୍ରିୟ ମାମଲା ରହିଛି | ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଡାକ୍ତରଖାନାରେ ୬୦୦୦ ଏବଂ ହୋମ ଆଇସୋଲେସନରେ ୧୨ ହଜାର ଅଛନ୍ତି | ଆମ ପାଇଁ ଏକ ଆଶ୍ୱସ୍ତି ହେଉଛି ବିଗତ ସପ୍ତାହ ମଧ୍ୟରେ କେବଳ ହଜାରେ ସକ୍ରିୟ ମାମଲା ବୃଦ୍ଧି ପାଇଛି |

ଦିଲ୍ଲୀ ସରକାର ବର୍ତ୍ତମାନ ପ୍ରତ୍ୟେକ ରୋଗୀଙ୍କୁ ପଲ୍ସ ମିଟର ଦେବାକୁ ଯାଉଛନ୍ତି। ଏହା ସହିତ ରୋଗୀ ସେମାନଙ୍କର ଅମ୍ଳଜାନ ସ୍ତର ନିଜେ ଯାଞ୍ଚ କରିବାରେ ସକ୍ଷମ ହେବେ | ଯଦି ସେମାନେ ଜାଣନ୍ତି ଯେ ସେମାନଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଇଛି, ସେମାନେ ହେଲ୍ପଲାଇନ ନମ୍ବରକୁ କଲ କରିପାରିବେ | ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବ |

ପୂର୍ବରୁ ଦିଲ୍ଲୀରେ ପ୍ରତିଦିନ ୫୦୦୦ ପରୀକ୍ଷା ହେଉଥିଲା, ବର୍ତ୍ତମାନ ଦିଲ୍ଲୀରେ ଏବେ ଦୈନିକ ୧୮,୦୦୦ ପରୀକ୍ଷା କରାଯାଉଛି |

ଆମେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଆକ୍ରାନ୍ତଙ୍କ ପାଇଁ ବେଡ ପ୍ରସ୍ତୁତ କରିଛୁ | ବର୍ତ୍ତମାନ ଦିଲ୍ଲୀରେ ପ୍ରାୟ ୭୦୦୦ ଶଯ୍ୟା ଖାଲି ଅଛି | ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ କେବେ ହେଲ ଶଯ୍ୟା ଅଭାବ ହେବାକୁ ଦେବୁ ନାହିଁ |

ଜୁନ ୧୨ ତାରିଖରେ ୫୩୦୦ ଶଯ୍ୟା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ଏବଂ ଆଜି ୬୨୦୦ ଶଯ୍ୟା ପୂର୍ଣ୍ଣ ହୋଇଛି, ୭୦୦୦ ଶଯ୍ୟା ଖାଲି ରହିଛି | ୧୦ ଦିନରେ ୨୩୦୦୦ ନୂତନ ମାମଲା ସାମ୍ନାକୁ ଆସିଥିଲା | ଏଥିପାଇଁ ୯୦୦ ନୂତନ ଶଯ୍ୟାର  ଆବଶ୍ୟକ ପଡିଥିଲା | କୋରୋନା ଆକ୍ରାନ୍ତ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ସେମାନଙ୍କ ସଂଖ୍ୟା ବଢିଛି | ବର୍ତ୍ତମାନ ଅଧିକାଂଶ ରୋଗୀଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି | ଯାହାଙ୍କୁ ମେଡିକାଲରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ |

କେନ୍ଦ୍ର ସହାୟତାରେ ଦିଲ୍ଲୀରେ ଆଣ୍ଟିଜେନ୍ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି | ପ୍ରତ୍ୟେକ ଦିନ ୧୮ ହଜାର ପରୀକ୍ଷା କରାଯାଉଛି |

କୋରୋନା ସଂକଟ ବେଳେ କେତେକ ଲ୍ୟାବ ଗଡବଡ କରିଥିବାର ଅଭିଯୋଗ ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା | କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ କେତେକ ଲ୍ୟାବ ଏହାକୁ ଏହାକୁ ପଜିଟିଭ ବୋଲି ଦର୍ଶାଇଥିଲେ | ବର୍ତ୍ତମାନ ସମସ୍ତ ଲ୍ୟାବକୁ ସମ୍ପୂର୍ଣ୍ଣ କ୍ଷମତା ସହ କାର୍ଯ୍ୟ କରିବାକୁ ଚେତାବାନୀ ଦିଆଯାଇଛି | 

ଦିଲ୍ଲୀରେ ହୋମ ଆଇସୋଲେସନ ମାମଲା ରହିଛି | ଦିଲ୍ଲୀ ସରକାର ପ୍ରତ୍ୟେକ ରୋଗୀଙ୍କୁ ପଲ୍ସ ଅକ୍ସି ମିଟର ଦେବେ | ଯେତେବେଳେ ରୋଗୀ ଭଲ ହୋଇଯିବେ, ସେତେବଳେ ସେମାନେ ଏହାକୁ ପୁଣି ଥରେ ସରକାରଙ୍କୁ ଫେରାଇ ଦେବେ | ପ୍ରତି ଏକ-ଦୁଇ ଘଣ୍ଟା ବ୍ୟବଧାନରେ ଶରୀର ଅମ୍ଳଜାନ ମାପିବା ଜାରି ରଖନ୍ତୁ | ଅମ୍ଳଜାନ କମ ହେଲେ କଲ କରିବାକୁ ପଡିବ | ଏଥିପାଇଁ ଏକ ଫୋନ୍ ନମ୍ବର ଦିଆଯିବ | ଆବଶ୍ୟକ ପଡିଲେ ଘରେ ଅମ୍ଳଜାନ  ଯୋଗାଇ ଦିଆଯିବ |