• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଏଣିକି RFID ମାଧ୍ୟମରେ ମାଲବାହୀ ଟ୍ରେନ ଉପରେ ନଜର ରଖିବ ଭାରତୀୟ ରେଳବାଇ

କୌଣସି ଧରଣର ଟ୍ରେନର ଉପସ୍ଥିତି ବାବଦରେ ଜାଣିବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବାକୁ ଯାଉଛି ଭାରତୀୟ ରେଳବାଇ। 

 ଏଣିକି RFID ମାଧ୍ୟମରେ ମାଲବାହୀ ଟ୍ରେନ ଉପରେ ନଜର ରଖିବ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ରେଲୱେ ଟ୍ରାକିଂ ସିଷ୍ଟମ(railway tracking system) ବ୍ୟବସ୍ଥାକୁ ଉନ୍ନତ ଏବଂ ଆଧୁନିକ  କରିବାକୁ ଯୋଜନା ପ୍ରସ୍ତୁତ କରିଛି ଭାରତୀୟ ରେଳବାଇ । ଏହାକୁ ନଜରରେ ରଖି ୱାଗନ୍ ଟ୍ରାକିଂ ପାଇଁ ରେଡିଓ-ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ଟ୍ୟାଗ୍-ଆରଏଫଆଇଡି (Radio Frequency Identification Tag-RFID) ବ୍ୟବହାର କରିବ ରେଲୱେ । ଆରଏଫଆଇଡି ଉପକରଣ ମାଧ୍ୟମରେ ଟ୍ରେନର ଇଞ୍ଜିନ ଏବଂ ବଗିର ସଠିକ ଉପସ୍ଥିତି ଉପରେ ନଜର ରଖିବା ସହଜ ହୋଇଯିବ ।  

ଯଦିଓ କୌଣସି ଧରଣର ଟ୍ରେନର ଉପସ୍ଥିତି ବାବଦରେ ଜାଣିବା କାର୍ଯ୍ୟ ମାନବ ଦ୍ୱାରା କରାଯାଏ, ଏହା ଦ୍ୱାରା ଅନେକ ଭୁଲ ହେବାର ସମ୍ଭାବନା ରହିଥାଏ । ହେଲେ ଆରଏଫ୍ଆଇଡି ଟ୍ୟାଗ୍ ରୋଲ୍ ଷ୍ଟକରେ  ଫିଟ୍ ହୋଇଥିବାବେଳେ ପ୍ରାୟ ଦୁଇ ମିଟର ଦୂରରୁ ଟ୍ୟାଗ୍ ଉପରେ ନଜର ରଖିବା ଏବଂ ରେଲୱେ ୱାଗନ୍ ଉପସ୍ଥିତିକୁ ଏକ ନେଟୱର୍କ ମାଧ୍ୟମରେ କମ୍ପ୍ୟୁଟରକୁ ପଠାଇବା ପାଇଁ ଟ୍ରାକସାଇଡ୍ ସିଷ୍ଟମକୁ ଷ୍ଟେସନ ଏବଂ ଟ୍ରାକରେ ଥିବା ପ୍ରମୁଖ ପଏଣ୍ଟରେ ସ୍ଥାପନ କରାଯିବ । ଏହି ପଦ୍ଧତିକୁ ବ୍ୟବହାର କରି ପ୍ରତ୍ୟେକ ଚଳନ୍ତା ୱାଗନର ଅବସ୍ଥିତିକୁ ଚିହ୍ନଟ କରାଯିବା ସହ ଏହାର ଗତିବିଧିକୁ ଟ୍ରାକ୍ କରାଯାଇପାରିବ । 

ବର୍ତ୍ତମାନ ଆରଏଫଆଇଡି ପ୍ରକଳ୍ପ ଅଧିନରେ ପ୍ରାୟ ୨୩ ହଜାର ୱାଗନକୁ ରଖାଯାଇଛି । ହେଲେ ସାମ୍ପ୍ରତିକ ସ୍ଥିତିରେ କୋଭିଡ୧୯ ପ୍ରକୋପ କାରଣରୁ ଏହି ପ୍ରକଳ୍ପର ଅଗ୍ରଗତି ମନ୍ଥର ହୋଇପଡିଛି । ଆସନ୍ତା ଡିସେମ୍ବର ୨୨ ସୁଦ୍ଧା ସମସ୍ତ ୱାଗନରେ ଆରଏଫଆଇଡି ବ୍ୟବହାର କରିବାକୁ ରେଳବାଇ ଲକ୍ଷ୍ୟ ରଖିଛି। ପ୍ରଥମେ ଏହି ବ୍ୟବସ୍ଥାକୁ ମାଲବାହୀ ଟ୍ରେନରେ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି। 

ଏହି ବ୍ୟବସ୍ଥାକୁ ଲାଗୁ କରି ୱାଗନ୍, ଲୋକୋମୋଟିଭ୍ ଏବଂ କୋଚ୍ ଅଭାବ ପ୍ରସଙ୍ଗକୁ ଅଧିକ ସ୍ୱଚ୍ଛ ଏବଂ ଶୀଘ୍ର ସମାଧାନ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି ରେଳବାଇ। ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ କୌଣସି ବସ୍ତୁର ଅବସ୍ଥିତିକୁ ସ୍ୱୟଂଚାଳିତ ଭାବେ ଚିହ୍ନିବା ଏବଂ ଟ୍ରାକ୍ କରିବା ପାଇଁ ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ର ବ୍ୟବହାର କରେ। ଆରଏଫଆଇଡି ଟ୍ୟାଗରେ ଥିବା ରେଡିଓ ଟ୍ରାନ୍ସପଣ୍ଡର ବସ୍ତୁକୁ ଟ୍ରାକିଂ କରିବାରେ ସାହାଯ୍ୟ କରିଥାଏ।