ହେଲି କହିଛନ୍ତି, ହିନାଙ୍କ ଏହି କଥାରେ ସେ ପୁରା ସହମତ । ଟିଭି ଆକ୍ଟରଙ୍କୁ ବଲିଉଡରେ ଉଚିତ ସୁଯୋଗ ମିଳୁନାହିଁ । ମୁଁ ନିଜେ ଏପରି ଅନୁଭବ କରିଛି ।
Trending Photos
ନୂଆଦିଲ୍ଲୀ: ଛୋଟ ପରଦାର କଳାକାରଙ୍କୁ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ଉଚିତ ସୁଯୋଗ ମିଳୁନାହିଁ । ଛୋଟ ପରଦାର କଳାକାରମାନେ ଫିଲ୍ମ ଜଗତରେ ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଟିଭି ଷ୍ଟାର ହିନା ଖାନଙ୍କ ଏହି କଥାରେ ସହମତ ପ୍ରକାର କରିଛନ୍ତି ଟେଲିଭିଜନ ଅଭିନେତ୍ରୀ ହେଲି ଶାହ(Helly Shah) । ହେଲି କହିଛନ୍ତି, ହିନାଙ୍କ ଏହି କଥାରେ ସେ ପୁରା ସହମତ । ଟିଭି ଆକ୍ଟରଙ୍କୁ ବଲିଉଡରେ ଉଚିତ ସୁଯୋଗ ମିଳୁନାହିଁ । ମୁଁ ନିଜେ ଏପରି ଅନୁଭବ କରିଛି । ମୁଁ ନିଜେ କେତେଥର ଅଡ଼ିଶନ ଦେଇଛି । କିନ୍ତୁ ଅନ୍ୟମାନଙ୍କୁ ଯେଉଁ ନଜରରେ ଦେଖାଯାଏ, ଟେଲିଭଜନ ଜଗତର କଳାକାରଙ୍କୁ ସେପରି ନଜରରେ ଦେଖାଯାଏନାହିଁ ବୋଲି କହିଛନ୍ତି ହେଲି ।
ଟେଲିଭିଜନ କଳାକାର ଯେ ବଲିଉଡରେ ଭଲ ପ୍ରଦର୍ଶନ କରିପାରିବେ ନାହିଁ ବୋଲି ଏକ ଧାରଣା ରହିଛି । କିନ୍ତୁ ଆମକୁ ମଧ୍ୟ ଏକ ସୁଯୋଗ ଦେବା କଥା । ଆମକୁ ସୁଯୋଗ ଦିଅ, ଆମେ ପ୍ରମାଣ କରି ଦେଖାଇବୁ । ଆମେ ବି ଜଣେ ଜଣେ କଳାକାର । ଆମେ ମଧ୍ୟ ଭଲ କାମ କରିପାରୁ । କିନ୍ତୁ ଯେତେବେଳେ ଆମକୁ ଉଚିତ ସୁଯୋଗ ମିଳେନାହିଁ, ବହୁତ ଖରାପ ଲାଗେ ବୋଲି କହିଛନ୍ତି ହେଲି ।
କହିରଖୁଛୁ, ଚଳିତ ମାସ ଆରମ୍ଭରେ ହିନା କହିଥିଲେ, ଆମ ପାଖରେ ସମାନତାର କମି ରହିଛି । ଆତ୍ମୀୟତାବାଦ ସବୁଠି ରହିଛି । ଆମେ ଇଣ୍ଡଷ୍ଟ୍ରିରେ ମଧ୍ୟ । ଯଦି ଆପଣ ଏକ ଷ୍ଟାର, ଆପଣ ନିଜ ପିଲାଛୁଆଙ୍କୁ ଇଣ୍ଡଷ୍ଟ୍ରିରେ ଲଞ୍ଚ କରାଉଛନ୍ତି । ଏଥିରେ କୌଣସି ଭୁଲ ନାହିଁ । କିନ୍ତୁ ବାହାରୁ ଆସୁଥିବା କଳାକାରଙ୍କୁ ଯେତେବେଳେ ଆପଣ ସମାନ ସୁଯୋଗ ଦେଉନାହାଁନ୍ତି, ଏଥିରେ ଭୁଲ ରହିଛି । ଟେଲିଭିଜନ କଳାକାର ବହୁ କଷ୍ଠରେ ବଲିଉଡରେ ସ୍ଥାନଟିଏ ସୃଷ୍ଟିକରିପାରନ୍ତି । କାହିଁକିନା ଟେଲିଭିଜନ କଳାକାରଙ୍କୁ ଏତେ ଗୁରୁତ୍ୱ ଦିଆଯାଏନାହିଁ । ନିଜକୁ ପ୍ରମାଣ କରିବାର ସୁଯୋଗ ତ ଦେବା କଥା ବୋଲି କହିଥିଲେ ହିନା ଖାନ ।