ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ର ଟପରେ ରହିଛି । ଆଜି(ଗୁରୁବାର) ମହାରାଷ୍ଟ୍ରର କୋରୋନାରେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇଛି ।
Trending Photos
ମୁମ୍ୱାଇ: ସମଗ୍ର ଭାରତ ସମେତ ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବୃଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଏହା ସତ୍ତ୍ୱେ ଏହି ମହାମାରୀ ଭାଇରସ କମ୍ ହେବା ପରିବର୍ତ୍ତେ କ୍ରମାଗତ ବଢ଼ି ବଢ଼ି ଚାଲିଛି । ଯାହା ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୋରୋନା ଭୂତାଣୁ ଯୋଗୁଁ ୧ ଲକ୍ଷ ୧୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ୩୪୦୦ରୁ ଅଧିକ ଲୋକ କୋରୋନା ଯୋଗୁଁ ପ୍ରାଣ ହରାଇଛନ୍ତି ।
ଏହି ସମୟରେ ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ର ଟପରେ ରହିଛି । ଆଜି(ଗୁରୁବାର) ମହାରାଷ୍ଟ୍ରର କୋରୋନାରେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇଛି । କେବଳ ମୁମ୍ୱାଇରେ ୨୫ ହଜାରରୁ ଉର୍ଦ୍ଧ୍ୱ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ଯାଏ ମହାରାଷ୍ଟ୍ରରେ ୪୧ ହଜାର ୬୪୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ୧୪୫୪ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବିଗତ ୨୪ ଘଣ୍ଟାରେ ମୁମ୍ୱାଇରେ ୧୩୮୨ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହିତ ୪୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।