Advertisement
Article Detail0/zeeodisha/odisha684653
Zee OdishaOdisha National-Internationalମହାରାଷ୍ଟ୍ରରେ ୪୦ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା, କେବଳ ମୁମ୍ୱାଇରେ ୨୫ ହଜାରରୁ ଉର୍ଦ୍ଧ୍ୱ ମାମଲା

ମହାରାଷ୍ଟ୍ରରେ ୪୦ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା, କେବଳ ମୁମ୍ୱାଇରେ ୨୫ ହଜାରରୁ ଉର୍ଦ୍ଧ୍ୱ ମାମଲା

ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ର ଟପରେ ରହିଛି । ଆଜି(ଗୁରୁବାର) ମହାରାଷ୍ଟ୍ରର କୋରୋନାରେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇଛି । 

ମହାରାଷ୍ଟ୍ରରେ ୪୦ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା, କେବଳ ମୁମ୍ୱାଇରେ ୨୫ ହଜାରରୁ ଉର୍ଦ୍ଧ୍ୱ ମାମଲା

ମୁମ୍ୱାଇ: ସମଗ୍ର ଭାରତ ସମେତ ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବୃଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଏହା ସତ୍ତ୍ୱେ ଏହି ମହାମାରୀ ଭାଇରସ କମ୍ ହେବା ପରିବର୍ତ୍ତେ କ୍ରମାଗତ ବଢ଼ି ବଢ଼ି ଚାଲିଛି । ଯାହା ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୋରୋନା ଭୂତାଣୁ ଯୋଗୁଁ ୧ ଲକ୍ଷ ୧୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ୩୪୦୦ରୁ ଅଧିକ ଲୋକ କୋରୋନା ଯୋଗୁଁ ପ୍ରାଣ ହରାଇଛନ୍ତି ।

ଏହି ସମୟରେ ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ର ଟପରେ ରହିଛି । ଆଜି(ଗୁରୁବାର) ମହାରାଷ୍ଟ୍ରର କୋରୋନାରେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇଛି । କେବଳ ମୁମ୍ୱାଇରେ ୨୫ ହଜାରରୁ ଉର୍ଦ୍ଧ୍ୱ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ଯାଏ ମହାରାଷ୍ଟ୍ରରେ ୪୧ ହଜାର ୬୪୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ୧୪୫୪ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବିଗତ ୨୪ ଘଣ୍ଟାରେ ମୁମ୍ୱାଇରେ ୧୩୮୨ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହିତ ୪୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।  

Add Zee News as a Preferred Source
About the Author