Advertisement
Article Detail0/zeeodisha/odisha668800
Zee OdishaOdisha National-Internationalମହାରାଷ୍ଟ୍ରରେ ୩ ହଜାର ଡେଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ମୁମ୍ୱାଇରେ ୨ ହଜାରରୁ ଉର୍ଦ୍ଧ୍ୱ ମାମଲା

ମହାରାଷ୍ଟ୍ରରେ ୩ ହଜାର ଡେଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ମୁମ୍ୱାଇରେ ୨ ହଜାରରୁ ଉର୍ଦ୍ଧ୍ୱ ମାମଲା

ସୂଚନାନୁସାରେ, ସମଗ୍ର ମହାରାଷ୍ଟ୍ରରେ ୨୮୬ଟି ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଯାହା ପରେ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩୨୦୨ରେ ପହଞ୍ଚିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧୯୪ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି  । ଏହାସହ ୩୦୦ ଆକ୍ରାନ୍ତ କୋରୋନାକୁ ମାତ୍ ଦେଇ ସୁସ୍ଥ ମଧ୍ୟ ହୋଇଛନ୍ତି ।

ମହାରାଷ୍ଟ୍ରରେ ୩ ହଜାର ଡେଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ମୁମ୍ୱାଇରେ ୨ ହଜାରରୁ ଉର୍ଦ୍ଧ୍ୱ ମାମଲା

ମୁମ୍ବାଇ: କୋରୋନା ଭାଇରସ ଦେଶରେ ଆତଙ୍କ ସୃଷ୍ଟି କରୁଛି । ଏପର୍ଯ୍ୟନ୍ତ ଭାରତରେ ହଜାର ହଜାର ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏବଂ ୪୨୦ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ସମୟରେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର । ଏଠାରେ କେରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି । ଏଥିମଧ୍ୟରୁ 2 ହଜାରରୁ ଅଧିକ ମାମଲା କେବଳ ମୁମ୍ବାଇରୁ ଆସିଛି । ବର୍ତ୍ତମାନର ତଥ୍ୟ ଅନୁଯାୟୀ, ଆଜି ମୁମ୍ବାଇରେ ୧୦୭ଟି ନୂତନ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ଏହା ପରେ ଏହି ସଂଖ୍ୟା ୨୦୪୩ରେ ପହଞ୍ଚିଛି । ଏହା ସହିତ ଏସିଆର ସବୁଠୁ ବଡ ବସ୍ତି ଧରାବୀରେ ୨୬ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଏଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି । ଧରାବୀରେ କୋରୋନା ଭାଇରସ ଯୋଗୁଁ ୯ ଜଣଙ୍କ ମୃତ୍ୟୁ ଘଟିଛି ।

ସୂଚନାନୁସାରେ, ଡକ୍ତର ବାଲିଗା ନଗରରେ ୫ ଜଣ, ଭାଇଭ ଆପାର୍ଟମେଣ୍ଟରେ ୨, ମୁକୁନ୍ଦ ନଗରରେ ୧୮, ମଦିନା ନଗରରେ ୨, ଧନାବଡା ଚାଲରେ ୧୮, ମୁସଲିମ ନଗରରେ ୧୮, ସୋସିଆଲ ନଗର ଏବଂ ଜନତା ସୋସାଇଟିରେ ୮, କଲ୍ୟାଣୱାଡିରେ ୪, PMGPରେ ଗୋଟିଏ ମାମଲା, ମୁରୁଗାନ୍ ଚଲରେ ୨ଟି ମାମଲା ଦେଖିବାକୁ ମିଳିଛି । ସେହିପରି ରାଜୀବ ଗାନ୍ଧୀ ଚଲ ଏବଂ ଶାସ୍ତ୍ରୀ ନଗରରେ ଆଉ ୪ଟି ମାମଲା ରହିଛି, ନେହେରୁ ଚଲ, ସାଇରାଜ ନଗର, ଟ୍ରାଞ୍ଜିଟ୍ ନଗର, ରାମଜୀ ଚଲ୍, ସୂର୍ଯ୍ୟୋଦୟ ସୋସାଇଟି, ଲକ୍ଷ୍ମୀ ଚଲ୍ ଏବଂ ଶିବ ଶକ୍ତି ନଗରରେ ୧-୧ କୋରୋନା ଭାଇରସ ମାମଲା ସାମ୍ନାକୁ ଆସିଛି ।

ସୂଚନାନୁସାରେ, ସମଗ୍ର ମହାରାଷ୍ଟ୍ରରେ ୨୮୬ଟି ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଯାହା ପରେ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩୨୦୨ରେ ପହଞ୍ଚିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧୯୪ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି  । ଏହାସହ ୩୦୦ ଆକ୍ରାନ୍ତ କୋରୋନାକୁ ମାତ୍ ଦେଇ ସୁସ୍ଥ ମଧ୍ୟ ହୋଇଛନ୍ତି ।

Add Zee News as a Preferred Source
About the Author