• କୋରାପୁଟରେ ଭୁଷୁଡ଼ୁଛି କଂଗ୍ରେସର ଗଡ଼
  • ଚନ୍ଦ୍ରଶେଖର ମାଝିଙ୍କ ପରେ ବିଜେଡିରେ ସାମିଲ ହେଲେ କୈଳାଶ କୁଲେସିକା
  • ମମିତା ମୃତ୍ୟୁ ମାମଲା: ନବୀନ ନିବାସ ଆଗରେ ଯୁବ କଂଗ୍ରେସର କଳାପତାକା ପ୍ରଦର୍ଶନ
  • ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
  • ଗୋବିନ୍ଦ ସାହୁର ଆତ୍ମସମର୍ପଣ ଓ ସ୍ୱୀକାରୋକ୍ତି ପରେ ନିଜେ ହତ୍ୟା କରିଥିବା ନେଇ ସ୍ପଷ୍ଟ
  • କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଅଣ୍ଡା ମାଡ
  • ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସଭବନକୁ ଅଣ୍ଡା ମାଡ
  • ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ମାମଲା
  • ଆଉ ୨ଜଣଙ୍କୁ ଅଟକ ରଖିଲା ପୋଲିସ
  • କଲେଜ ଅଧ୍ୟକ୍ଷ, ଜେସିବି ଡ୍ରାଇଭର ଓ ୱାଚ୍ ମ୍ୟାନ୍ ଅଟକ

ମୋଦି ସରକାରଙ୍କ ବଡ଼ ଘୋଷଣା; ମେଡିକାଲ କଲେଜ୍ ନାମଲେଖାରେ OBC ଓ EWSକୁ ମିଳିବ ଏତିକି ପ୍ରତିଶତ ସଂରକ୍ଷଣ

ମେଡିକାଲ କଲେଜରେ ଆଡମିଶନ ପାଇଁ ଓବିସି ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସାଧାରଣ ବର୍ଗର ଛାତ୍ରମାନଙ୍କ ପାଇଁ ସରକାର ସଂରକ୍ଷଣ ଅନୁମୋଦନ କରିଛନ୍ତି।

ମୋଦି ସରକାରଙ୍କ ବଡ଼ ଘୋଷଣା; ମେଡିକାଲ କଲେଜ୍ ନାମଲେଖାରେ OBC ଓ EWSକୁ ମିଳିବ ଏତିକି ପ୍ରତିଶତ ସଂରକ୍ଷଣ
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ପଛୁଆ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ମୋଦି ସରକାର ଏକ ବଡ ଉପହାର ଦେଇଛନ୍ତି। ମେଡିକାଲ କଲେଜରେ ଆଡମିଶନ ପାଇଁ ଓବିସି ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସାଧାରଣ ବର୍ଗର ଛାତ୍ରମାନଙ୍କ ପାଇଁ ସରକାର ସଂରକ୍ଷଣ ଅନୁମୋଦନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରୁ ପ୍ରାୟ ୫୫୫୦ ଛାତ୍ରଛାତ୍ରୀ ଉପକୃତ ହେବେ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ପଛୁଆ ବର୍ଗ (OBC)ର ୨୭ ପ୍ରତିଶତ ଛାତ୍ର MBBS ଏବଂ BDS ସ୍ନାତକୋତ୍ତର ପାଠ୍ୟକ୍ରମ ଏବଂ ଡିପ୍ଲୋମା ସ୍ତରର ଡାକ୍ତରୀ ପାଠ୍ୟକ୍ରମ ଏବଂ ଅର୍ଥନୈତିକ ଦୁର୍ବଳ ଜେନେରାଲ୍ ବର୍ଗ (EWS) ଛାତ୍ରମାନଙ୍କ ପାଇଁ ୧୦ ପ୍ରତିଶତ ସିଟ୍ ସଂରକ୍ଷଣ କରାଯିବ।

Also Read: Bathroomରେ କାହିଁକି ଅଧିକ ହୁଏ Heart attack? ଗାଧୋଇଲା ବେଳେ କରନ୍ତୁ ନାହିଁ ଏହି ଭୁଲ୍

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ, ଏହି ନିଷ୍ପତ୍ତି MBBS ପାଠ୍ୟକ୍ରମରେ ପ୍ରାୟ ୧୫୦୦ ଏବଂ ସ୍ନାତକୋତ୍ତରରେ ୨୫୦୦ OBC ଛାତ୍ର ଉପକୃତ ହୋଇପାରିବ। ସେହିଭଳି, MBBSରେ EWSର ପ୍ରାୟ ୫୫୦ ଛାତ୍ର ଏବଂ ପୋଷ୍ଟ ଗ୍ରାଜୁଏସନରେ ୧୦୦୦ ଛାତ୍ର ଉପକୃତ ହୋଇପାରିବେ।