Advertisement
Article Detail0/zeeodisha/odisha732630
Zee OdishaOdisha National-Internationalବାକିଖାତାରୁ ଡିଜିଟାଲ ସ୍କୋରବୋର୍ଡ, ଆଇପିଏଲ ସ୍କୋରର ସୂର୍ଯ୍ୟଙ୍କ କାହାଣୀ

ବାକିଖାତାରୁ ଡିଜିଟାଲ ସ୍କୋରବୋର୍ଡ, ଆଇପିଏଲ ସ୍କୋରର ସୂର୍ଯ୍ୟଙ୍କ କାହାଣୀ

ବାଲେଶ୍ୱରରୁ ଦୁବାଇ ଯାତ୍ରା। ତେଜରାତି ଦୋକାନର ବାକିଖାତାରୁ ଚାକଚକ୍ୟ ଷ୍ଟାଡ଼ିୟମର ଇଲେକ୍ଟ୍ରୋନିକ୍ସ ସ୍କୋରବୋର୍ଡ ପର୍ଯ୍ୟନ୍ତର ଯାତ୍ରା। ତାହା ପୁଣି ଆଇପିଏଲର ସ୍କୋରର ଦାୟିତ୍ୱରେ। ଏ କାହାଣୀ ହେଉଛି ସମସ୍ୟାର ଶିଖରରେ ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଥିବା ବାଲେଶ୍ୱରର ମୂଳ ବାସିନ୍ଦା Scorer Surjyakanta Pandaଙ୍କର। 

ବାକିଖାତାରୁ ଡିଜିଟାଲ ସ୍କୋରବୋର୍ଡ, ଆଇପିଏଲ ସ୍କୋରର ସୂର୍ଯ୍ୟଙ୍କ କାହାଣୀ

ନୂଆଦିଲ୍ଲୀ: ବାଲେଶ୍ୱରରୁ ଦୁବାଇ ଯାତ୍ରା। ତେଜରାତି ଦୋକାନର ବାକିଖାତାରୁ ଚାକଚକ୍ୟ ଷ୍ଟାଡ଼ିୟମର ଇଲେକ୍ଟ୍ରୋନିକ୍ସ ସ୍କୋରବୋର୍ଡ ପର୍ଯ୍ୟନ୍ତର ଯାତ୍ରା। ତାହା ପୁଣି ଆଇପିଏଲର ସ୍କୋରର ଦାୟିତ୍ୱରେ। ଏ କାହାଣୀ ହେଉଛି ସମସ୍ୟାର ଶିଖରରେ ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଥିବା ବାଲେଶ୍ୱରର ମୂଳ ବାସିନ୍ଦା Scorer Surjyakanta Pandaଙ୍କର। ଚଳିତ ବର୍ଷ ଦୁବାଇରେ ହେବାକୁ ଥିବା ଆଇପିଏଲରେ ସ୍କୋରର ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ଯଦିଓ ସୂର୍ଯ୍ୟକାନ୍ତ ଓଡ଼ିଶାର ମୂଳ ବାସିନ୍ଦା କିନ୍ତୁ ସେ ପଶ୍ଚିମବଙ୍ଗ କ୍ରିକେଟ ବୋର୍ଡ ତରଫରୁ ତାଙ୍କ ନାମ ମନୋନୀତ ହୋଇଥିଲା। 

ସୂର୍ଯ୍ୟକାନ୍ତ ହେଉଛନ୍ତି ଓଡ଼ିଶାର ମୂଳବାସିନ୍ଦା। କିନ୍ତୁ ସୂର୍ଯ୍ୟକାନ୍ତଙ୍କ ବାପା ରୋଜଗାର ଆଶାରେ ପଶ୍ଚିମବଙ୍ଗ ଚାଲିଯାଇଥିଲେ। ହୁଗୁଳିର ଦମଦମ ଅଞ୍ଚଳରେ ବସବାସ କରିଥିଲେ ସୂର୍ଯ୍ୟକାନ୍ତଙ୍କ ବାପା। ପେସାରେ ରୋଷେୟା ଥିବାରୁ ଅଧିକାଂଶ ସମୟରେ ବିଭିନ୍ନ ରୋଷେଇ କରିବା ପାଇଁ ବାହାରକୁ ଚାଲିଯାଇଥାନ୍ତି। ଗରିବ ଥିବାରୁ ଅଧିକ ରୋଜଗାର ଆଶାରେ ସେ ଶିଶୁ ସୂର୍ଯ୍ୟକାନ୍ତଙ୍କୁ ମଧ୍ୟ କାମରେ ସାହାଯ୍ୟ ପାଇଁ ସାଥିରେ ନେଇ ଯାଇଥାନ୍ତି। ତେବେ ସୂର୍ଯ୍ୟକାନ୍ତଙ୍କ ମନରେ କିନ୍ତୁ ଖେଳ ଅହେତୁକ ଦୁର୍ବଳତା ରହିଥିଲା। ଫଳରେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସୂର୍ଯ୍ୟକାନ୍ତଙ୍କୁ ଆଉ ରୋଷେଇ କାମରେ ଯିବାକୁ ଡାକ୍ତର ମନା କରିଦେଇଥିଲେ। ଫଳରେ ସେ ଏକ ଦୋକାନରେ କାମ ଆରମ୍ଭ କରିଦେଇଥିଲେ। ଦୋକାନରେ ମାଲିକଙ୍କ ବିଶ୍ୱାସ ଜିତିବା ସହିତ ସମସ୍ତ ଦାୟିତ୍ୱ ତୁଲାଇ ଆସିଥିଲେ ସୂର୍ଯ୍ୟକାନ୍ତ। ହିସାବକିତାବ ଠାରୁ ଆରମ୍ଭ କରି ଟଙ୍କା ପଇସା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱରେ ରହିଥିଲେ ସୂର୍ଯ୍ୟକାନ୍ତ ।

fallback

Add Zee News as a Preferred Source

ପେଟ ପାଟଣା ପାଇଁ ଦୋକାନରେ କାମ କରୁଥିଲେ ମଧ୍ୟ ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନରେ କ୍ରୀଡ଼ ସହିତ ଜଡ଼ିତ ହୋଇଥିଲେ। ଅଧିକାଂଶ ସମୟରେ ସେ ସ୍କୋରର ଦାୟିତ୍ୱରେ କାର୍ଯ୍ୟ କରୁଥିଲେ। ୨୦୦୨-୦୩ ମସିହାରେ ସେ ହୁଗୁଳି ଜିଲ୍ଲା କ୍ରୀଡ଼ା ଆସୋସିଏସନ ପାଇଁ କ୍ରିକେଟ ଖେଳିଥିଲେ ମଧ୍ୟ ପେସା ପାଇଁ ସେ କ୍ରିକେଟକୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତେବେ ସେ କ୍ରିକେଟ ସହିତ ଜଡ଼ିତ ହେବାକୁ ଚାହୁଁଥିଲେ। ଫଳରେ ସେ ସ୍କୋରର ଦାୟିତ୍ୱ ମଧ୍ୟ ଅଧିକାଂଶ ସମୟ ତୁଲାଉଥିଲେ। 

ତେବେ ଏହା ପୂର୍ବରୁ ସେ ୨୦୧୫ ମସିହାରେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲରୁ ସ୍କୋରର ପରୀକ୍ଷାରେ ଉନ୍ନିତ ହୋଇଥିଲେ। ତେବେ ୨୦୧୮ ମସିହାରେ ନିଜର ନିଷ୍ଠା ଯୋଗୁଁ ସେ ବେଷ୍ଟ ସ୍କୋରର ଭାବେ ବିବେଚିତ ହୋଇଥିଲେ। ଚଳିତ ବର୍ଷ ସେ ସ୍କୋରର ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ଗତ ୧୯ ତାରିଖରୁ ସେ ଦୁବାଇ ଯାତ୍ରା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ କୁଚବେହାର ଟ୍ରଫି, ରଣଜୀ ଟ୍ରଫି, ସିକେ ନାୟିଡ଼ୁ ଟ୍ରଫି ସହିତ ଅନେକ ଘରୋଇ କ୍ରିକେଟରେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି। ବର୍ତ୍ତମାନ ସେ ବେଙ୍ଗାଲୁରୁଠାରେ ତାଲିମ ନେଉଛନ୍ତି। ଆସନ୍ତା ୨୮ ତାରିଖରେ ସେ ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। 

ସେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୂର୍ଯ୍ୟକାନ୍ତ କହିଛନ୍ତି କି, ଏହା ନିଶ୍ଚିତ ପକ୍ଷେ ଖୁସିର କଥା। ମୋ ପରିଶ୍ରମର ମୂଲ୍ୟ ମୁଁ ନିଶ୍ଚିତ ପାଇଛି। ଏଥିପାଇଁ ବେଙ୍ଗଲ କ୍ରିକେଟ ବୋର୍ଡକୁ ସେ ଧନ୍ୟବାଦ ଜଣାଇଛନ୍ତି। 

About the Author