Advertisement
Article Detail0/zeeodisha/odisha2726741
Zee OdishaOdisha National-InternationalRitika Rath: ମୁଁ ବିଳମ୍ବିତ ରାତିରେ ପଢ଼ିବା ଅପେକ୍ଷା ସକାଳୁ ଉଠି ପଢ଼ୁଥିଲି

Ritika Rath: ମୁଁ ବିଳମ୍ବିତ ରାତିରେ ପଢ଼ିବା ଅପେକ୍ଷା ସକାଳୁ ଉଠି ପଢ଼ୁଥିଲି

ଭୁବନେଶ୍ୱର: ସୋସିଆଲ୍‍ ମିଡିଆରୁ ଦୂରରେ ରହୁଥିଲେ କିନ୍ତୁ ବନ୍ଧୁ ଓ ସାମାଜିକ କାର୍ଯ୍ୟକ୍ରମରୁ ଦୂରକୁ ଯିବାକୁ ଚାହୁଁନଥିଲେ।  ବିଳମ୍ବିତ ରାତି ଯାଏ ପଢ଼ିବା ଅପେକ୍ଷା ସେ ସକାଳୁ ଉଠି ପଢ଼ୁଥିଲେ। ଆଉ ୨୪ ବର୍ଷ ବୟସରେ ଆଜି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ରିତିକା ରଥ। ଦିଲ୍ଲୀରେ ସ୍କୁଲ୍‍ କ୍ୟାରିୟର ଶ

Ritika Rath: ମୁଁ ବିଳମ୍ବିତ ରାତିରେ ପଢ଼ିବା ଅପେକ୍ଷା ସକାଳୁ ଉଠି ପଢ଼ୁଥିଲି

Ritika Rath: ଭୁବନେଶ୍ୱର: ସୋସିଆଲ୍‍ ମିଡିଆରୁ ଦୂରରେ ରହୁଥିଲେ କିନ୍ତୁ ବନ୍ଧୁ ଓ ସାମାଜିକ କାର୍ଯ୍ୟକ୍ରମରୁ ଦୂରକୁ ଯିବାକୁ ଚାହୁଁନଥିଲେ।  ବିଳମ୍ବିତ ରାତି ଯାଏ ପଢ଼ିବା ଅପେକ୍ଷା ସେ ସକାଳୁ ଉଠି ପଢ଼ୁଥିଲେ। ଆଉ ୨୪ ବର୍ଷ ବୟସରେ ଆଜି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ରିତିକା ରଥ। ଦିଲ୍ଲୀରେ ସ୍କୁଲ୍‍ କ୍ୟାରିୟର ଶେଷ କରିବା ପରେ ଓଡ଼ିଶାରେ ସିଭିଲ୍‍ ସର୍ଭିସ୍‍ ପାଇଁ ପ୍ରସ୍ତୁତି କରି  ତୃତୀୟ ଥର ପରୀକ୍ଷା ଦେଇ ସେ ସଫଳତା ହାସଲ କରିଛନ୍ତି। ଲୋକଙ୍କ ପାଇଁ ଜଣେ ସହଜରେ ପହଞ୍ଚି ପାରୁଥିବା ଅଧିକାରୀ ହୋଇ ସାଧାରଣ ଲୋକଙ୍କ କଲ୍ୟାଣ କରିବା ଲାଗି ନିୟୋଜିତ ହେବାକୁ ଲକ୍ଷ୍ୟ ରଖିଛନ୍ତି ରିତିକା ରଥ। ଆଇଏଏସ୍‍ ପାଇବା ପରେ ସେ ଗଣମାଧ୍ୟମକୁ ପ୍ରଥମ ଇଣ୍ଟରଭ୍ୟୁରେ ଏହା କହିଛନ୍ତି। 

ଆଜି ୟୁପିଏସ୍‍ସି ପକ୍ଷରୁ ପରିଚାଳିତ  ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ  ଭାରତର ୧୧୩୨ ଖାଲି ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ କରାଯାଇଛି। ଏହି ପରୀକ୍ଷା ଲାଗି ଇଣ୍ଟରଭ୍ୟୁ ରାଉଣ୍ଡ ଜାନୁୟାରୀ ୭ ତାରିଖରୁ ଆରାମ୍ଭ ହୋଇ ଏପ୍ରିଲ ୧୭ ତାରିଖରେ ଶେଷ ହୋଇଥିଲା। ଏଥିରେ ଶକ୍ତି ଦୁବେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ହର୍ଷିତା ଗୋୟଲ ଦ୍ୱିତୀୟରେ ରହିଛନ୍ତି। ସେହିପରି ଡାଙ୍ଗ୍ରୀ ଅର୍ଚିତ ପରାଗ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। 
୪୮ତମ ସ୍ଥାନରେ ରହିଥିବା ରିତିକା କହିଛନ୍ତି ଭୁବନେଶ୍ୱର ରେସେ ଆଇଏଏସ୍‍ ପାଇଁ ପ୍ରସ୍ତୁତି କରିଥିଲେ।  ତାଙ୍କ ପ୍ରସ୍ତୁତି ଲାଗି ଅନ୍‍ ଲାଇନରୁ ଅନେକ ଉପକରଣ ମିଳୁଥିଲା ଏଣୁ ପ୍ରସ୍ତୁତି ଲାଗି ବାହାରକୁ ଯିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ରିତିକା ଆଇଆଇଏଲମ୍‍ ଇନ୍ଦୋରରୁ ମ୍ୟାନେଜ୍‍ମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। 

ରିତିକି ସର୍ବଭାରତୀୟସ୍ତରରେ ୪୮ ସ୍ଥାନ ଗ୍ରହଣ କରିଥିବା ବେଳେ ଓଡ଼ିଶାର ବେଦିକା ପ୍ରିୟଦର୍ଶିନୀ- ୯୫ତମ ସ୍ଥାନ,  ଆଦିତ୍ୟ ଆଚାର୍ଯ୍ୟ ୯୬, ଦିପ୍ତି  ରଞ୍ଜନ ପତି ୧୬୪, ରଶ୍ମୀ ପ୍ରଧାନ ୧୭୫, ନୀଳମାଧବ ପ୍ରଧାନ ୧୯୩, ଆଶୁତୋଷ ମିଶ୍ର ୧୯୮, ଅନୁପ ନାୟକ ୨୧୨, ପଦ୍ମନାଭ ମିଶ୍ର ୪୧୪, ପ୍ରଶାନ୍ତ ମିଶ୍ର ୪୧୬, ଧୃତିରାଜ ମିଶ୍ର ୪୨୮, ଅଙ୍କିତା ରଥ ୪୪୩, କୌଶିକ ମିଶ୍ର ୫୩୫, ସିମରନ ସାହୁ ୫୬୮, ରିଶିତା ଦାଶ ୮୪୦ ସ୍ଥାନରେ ରହିଛନ୍ତି।

Add Zee News as a Preferred Source
About the Author