)
Crime News: ପଶ୍ଚିମବଙ୍ଗର ଦୁର୍ଗାପୁର ଜିଲ୍ଲାରେ ଓଡ଼ିଶାର ଜଣେ ମେଡିକାଲ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଶୁକ୍ରବାର ରାତିରେ ଘରୋଇ ମେଡିକାଲ କଲେଜ କ୍ୟାମ୍ପସ ବାହାରେ ଏପରି କାଣ୍ଡ ହୋଇଛି । ଦ୍ୱିତୀୟ ବର୍ଷର ଛାତ୍ରୀ ଜଣେ ବନ୍ଧୁଙ୍କ ସହ ରାତ୍ରୀଭୋଜନ କରିବାକୁ ଯିବା ସମୟରେ ଏହି ଘଟଣା ଘଟିଛି । ଫଳରେ ଛାତ୍ରମାନେ ଉତ୍ତ୍ୟକ୍ତ ହୋଇ ପ୍ରତିବାଦ କରୁଛନ୍ତି।
ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଛାତ୍ରୀଜଣକ ଓଡ଼ିଶାର ଜଳେଶ୍ୱରର ବାସିନ୍ଦା । ସେ ବର୍ତ୍ତମାନ ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଛାତ୍ରୀଙ୍କ ଅଭିଭାବକ ଗଣମାଧ୍ୟମକୁ କହିଛନ୍ତି ଯେ, ସେମାନଙ୍କ ଝିଅଙ୍କ ସାଙ୍ଗ ଏ ଘଟଣା ବାବଦରେ ଫୋନ୍ ମାଧ୍ୟମରେ ଜଣାଇଥିଲେ । ଫଳରେ ଶନିବାର ସକାଳେ ସେମାନେ ଦୁର୍ଗାପୁରରେ ପହଞ୍ଚିଥିଲେ। ଛାତ୍ରୀଙ୍କ ମା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଜଣେ ବନ୍ଧୁଙ୍କ ସହ ରାତ୍ରୀଭୋଜନ କରିବାକୁ ଯାଇଥିବା ସମୟରେ ତାଙ୍କୁ "ଗଣଦୁଷ୍କର୍ମ" କରାଯାଇଥିଲା। ଛାତ୍ରୀଙ୍କ ବାପା କହିଛନ୍ତି, ଆମେ ଶନିବାର ସକାଳେ ଏଠାକୁ ଆସି ପୋଲିସରେ ଅଭିଯୋଗ କରିଥିଲୁ। ଏହି କଲେଜ ବେଶ ପ୍ରତିଷ୍ଠିତ ହୋଇଥିବାରୁ ଆମେ ଝିଅକୁ ଡାକ୍ତରୀ ପଢ଼ିବା ପାଇଁ ଏଠାକୁ ପଠାଇଥିଲୁ।"
ଅଭିଯୋଗ ପରେ ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ପୀଡିତାଙ୍କ ପୁରୁଷ ବନ୍ଧୁଙ୍କ ଅନେକ ଲୋକଙ୍କୁ ପଚରାଉଚରା କରିବା ଆରମ୍ଭ କରିଛି।