Advertisement
Article Detail0/zeeodisha/odisha2762910
Zee OdishaOdisha National-InternationalFire: ଭୟଙ୍କର ଅଗ୍ନିକାଣ୍ତ, ଜିଅନ୍ତା ଜଳିଗଲେ ୧୭, ଏକାଧିକ ଆହତ

Fire: ଭୟଙ୍କର ଅଗ୍ନିକାଣ୍ତ, ଜିଅନ୍ତା ଜଳିଗଲେ ୧୭, ଏକାଧିକ ଆହତ

Fire: ଏ-ମିତି ବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ଅଗ୍ନିକାଣ୍ତରେ ଚାଲିଗଲା ୧୭ ଜୀବନ। ଏକାଧିକ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ତର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। 

 

Fire: ଭୟଙ୍କର ଅଗ୍ନିକାଣ୍ତ, ଜିଅନ୍ତା ଜଳିଗଲେ ୧୭, ଏକାଧିକ ଆହତ

Fire: ଏ-ମିତି ବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ଅଗ୍ନିକାଣ୍ତରେ ଚାଲିଗଲା ୧୭ ଜୀବନ। ଏକାଧିକ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ତର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। ହାଇଦ୍ରାବାଦର ଚାରମିନାର ନିକଟରେ ଥିବା ଗୁଲଜାର ହାଉସରେ ଏହି ଭୟଙ୍କର ଅଗ୍ନିକାଣ୍ତ ଘଟିଛି। 

ALSO READ: Weekly Special Horoscope: ମେ' ଶେଷ ସପ୍ତାହରେ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ,ଜାଣନ୍ତୁ ସାପ୍ତାହିକ ସ୍ପେଶାଲ୍ ରାଶିଫଳ

ALSO READ: Blogger Laba Hansda: ଗୋଟେ ନୁହେଁ, ଦୁଇଟି ବିବାହ କରିଛନ୍ତି ୟୁଟ୍ୟୁବର ଲବ ହାଁସଦା,ଜାଣନ୍ତୁ କ'ଣ କରନ୍ତି ୨ଟି ପତ୍ନୀ?

Add Zee News as a Preferred Source

ସୂଚନା ଅନୁସାରେ, ଆଜି ସକାଳ ୬ଟା ୩୦ ମିନିଟ୍ ସମୟରେ ଚାଲମିନାର ନିକଟରେ ଥିବା ଗୁଲଜାର ହାଉସରେ ନିଆଁ ଲାଗିଯାଇଥିଲେ। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଅଧାରୁ ଅଧିକ କୋଠାଘର ଜଳି ଯାଇଥିଲା। କୋଠାଘର ମଧ୍ୟରେ ଥିବା ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା।

 ଆମ୍ବୁଲାନ୍ସ ପହଞ୍ଚିବା ପରେ ଆହକଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍। 

ସେପଟେ, ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ପ୍ରିୟଜନଙ୍କୁ ହରାଇଥିବା ସମ୍ପର୍କୀୟମାନଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି  ଓ ଆହତଙ୍କ ଚିକିତ୍ସା ଲାଗି ୫୦,୦୦୦ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

About the Author