ତେଲ ପାଇଁ ବାଃ ବାଃ, LPGକୁ ଅପେକ୍ଷା
Advertisement

ତେଲ ପାଇଁ ବାଃ ବାଃ, LPGକୁ ଅପେକ୍ଷା

ପେଟ୍ରୋଲ ଡ଼ିଜେଲ ଉପରୁ ରାଜ୍ୟ ସରକାର ଭାଟ ଛାଡ଼ ନିଷ୍ପତ୍ତିକୁ ବିଜେପି ସ୍ୱାଗତ କରିଛି। ଦଳ, କେନ୍ଦ୍ର ସରକାରଙ୍କ ନିଷ୍ପତି ଐତିହାସିକ ବୋଲି କହିଛି। କୌଣସି ସମୟରେ ଏକା ସାଙ୍ଗରେ ଏକ୍ସାଇଜ ଡ୍ୟୁଟିରୁ ବଡ଼ ସ୍ଲାବରୁ କଟାଯାଇନଥିଲା। କୋଭିଡ ବିରୁଦ୍ଧରେ ଲଢେଇ କାରଣରୁ କେନ୍ଦ୍ର ସରକାରଙ୍କ ଉପରେ ବହୁତ ବଡ଼ ବୋଝ ପଡିଛି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ତୈଳ ଦରରେ ଏକ ବଡ ପରିବର୍ତ୍ତନ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଏକସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି। ପେଟ୍ରୋଲ୍ ୫ ଟଙ୍କା ଓ ଡିଜେଲ୍ ଲିଟର ପିଛା ୧୦ ଟଙ୍କା କମିଛି। କେନ୍ଦ୍ର ସରକାରଙ୍କ ପରେ ଅନେକ ବିଜେପି ଶାସିତ ରାଜ୍ୟ ମଧ୍ୟ ସେମାନଙ୍କ ଭାଟ୍ କମାଇଛନ୍ତି। କେନ୍ଦ୍ର ଉତ୍ପାଦ ଶୁଳ୍କ କମାଇବା ପରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୩ ଟଙ୍କା ଲେଖାଏଁ ଭ୍ୟାଟ୍‌ ହ୍ରାସ କରିଛନ୍ତି। ଆସନ୍ତାକଲି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ଭ୍ୟାଟ୍‌ ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପେଟ୍ରୋଲ ଡ଼ିଜେଲ ଉପରୁ ରାଜ୍ୟ ସରକାର ଭାଟ ଛାଡ଼ ନିଷ୍ପତ୍ତିକୁ ବିଜେପି ସ୍ୱାଗତ କରିଛି। ଦଳ, କେନ୍ଦ୍ର ସରକାରଙ୍କ ନିଷ୍ପତି ଐତିହାସିକ ବୋଲି କହିଛି। କୌଣସି ସମୟରେ ଏକା ସାଙ୍ଗରେ ଏକ୍ସାଇଜ ଡ୍ୟୁଟିରୁ ବଡ଼ ସ୍ଲାବରୁ କଟାଯାଇନଥିଲା। କୋଭିଡ ବିରୁଦ୍ଧରେ ଲଢେଇ କାରଣରୁ କେନ୍ଦ୍ର ସରକାରଙ୍କ ଉପରେ ବହୁତ ବଡ଼ ବୋଝ ପଡିଛି। ଟିକାକରଣରେ ପାଖାପାଖି ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମାଗଣା ଚିକିତ୍ସା ସହ ଗରିବ କଲ୍ୟାଣ ଯୋଜନା ଯୋଗୁଁ କେନ୍ଦ୍ର ଉପରେ  ବହୁତ ବଡ଼ ବୋଝ ଥିଲା। ଲୋକଙ୍କ ଅସୁବିଧା ଯୋଗୁଁ ଏକ୍ସାଇଜ ଡ୍ୟୁଟି କମ କଲେ। ଏବେ ଓଡିଶା ସରକାର ଭାଟ କମ କରିଥିବାରୁ ଧନ୍ୟବାଦ ଦେଉଛୁ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

Also Read: ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦେଲେ ଆଉ ଏକ ଦୀପାବଳି ଗିଫ୍ଟ; କମାଇଲେ ତୈଳ ଦର

ସେ ପୁଣି କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁ ନିଷ୍ପତି ନେଉଛନ୍ତି ଚାପର ବଶବର୍ତ୍ତୀ ହୋଇ ନ ନିଅନ୍ତୁ। ଯେତେବେଳେ ଆନ୍ଦୋଳନ ନେଇ ବିଜେଡି ଘୋଷଣା କରିଥିଲା ସେତେବେଳେ ଯଦି ଘୋଷଣା କରି ଆନ୍ଦୋଳନକୁ ଓଲ୍ହାଇଥାନ୍ତେ ଲୋକ ଗ୍ରହଣ କରିଥାନ୍ତେ। କିନ୍ତୁ ଯେତେବେଳେ ବିଜେପି ଶାସିତ ରାଜ୍ୟ ଭାଟ କମ କଲେ ଏକ୍ସସାଇଜ ଡ୍ୟୁଟି କମ କଲେ ବାଧ୍ୟ ହୋଇ ଓଡିଶା ସରକାର କମ କଲେ। ଉପନିର୍ବାଚନ ପରେ ଚାପ ପଡିଲା କି ବୋଲି ପ୍ରଶ୍ନର ଉତ୍ତରରେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, 'ବିଭିନ୍ନ ଦିଗକୁ ଅନୁଶୀଳନ କରାଯାଉଥିଲା। ଇକୋନମିକ ଆଡ଼ଜଷ୍ଟମେଣ୍ଟକୁ ରାଜନୈତିକ ଦୃଷ୍ଟିକୋଣରୁ ନଦେଖିବା ଭଲ। କୋଭିଡ ସତ୍ତ୍ୱେ ବି ବିକାଶ କାର୍ଯ୍ୟ ଅଟକିନି। ଲୋକଙ୍କ ବିକାଶ ପାଇଁ ରାଜକୋଷରୁ ବ୍ୟାପକ ଖର୍ଚ୍ଚ ହୋଇଛି। ନରେଗାରେ କାମ ଦିଆଯାଇଛି। ବିକାଶମୂଳକ କାର୍ଯ୍ୟ ପାଇଁ ବ୍ୟାପକ ଅର୍ଥ ଆବଶ୍ୟକତା ପଡୁଥିଲା। ଏବେ କାହାର ନିଷ୍ପତି ଯୁଗାନ୍ତକାରୀ ନିଷ୍ପତି ଯାହାକି ଲୋକଙ୍କୁ ସୁହାଇବ।

ସେପଟେ ବିଜେଡି କହିଛି ଯେ, କେନ୍ଦ୍ର ସରକାର ଯେଉଁ ରେଟ କମାଇଛନ୍ତି ସେଥିରୁ ୩୩ ପ୍ରତିଶତ ଭାଗ ରାଜ୍ୟର ରହିଛି। ତା ପରେ ବି ରାଜ୍ୟ ସରକାର ୩ ଟଙ୍କା ଭାଟ ଛାଡ଼ କରିଛନ୍ତି ତାହା ସ୍ୱାଗତଯୋଗ୍ୟ ବୋଲି ବିଜେଡି କହିଲା। ଏକ୍ସାଇଜ ଡ୍ୟୁଟି ଓ ଭାଟକୁ ମିଶାଇ ରାଜ୍ୟ ସରକାର ୬ ଟଙ୍କା ୩୦ ପଇସା ପେଟ୍ରୋଲରୁ ଓ ୪ ଟଙ୍କା ୬୫ ପଇସା ଡିଜେଲରୁ କମାଇଛନ୍ତି। ଏଥିପାଇଁ ୨ ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷ ଉପରେ ପଡିବ। କେନ୍ଦ୍ର ସରକାର ଯେଉଁ ସେସ ଆଦାୟ କରୁଛନ୍ତି ତାହା କେନ୍ଦ୍ର ରାଜ୍ୟ ମଧ୍ୟରେ ଭାଗ ହେବା କଥା। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକପାଖିଆ ସେସ ଆଦାୟ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ଵୋଲି ବିଜେଡି କହିଛି। 

Also Read: ନବୀନଙ୍କ ଦୀପାବଳି ଉପହାର! ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି, ମିଳିବ ଏହି ସବୁ ସୁବିଧା

ସେପଟେ ରନ୍ଧନ ଗ୍ୟାସ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିବାକୁ ବିଜେଡି ଦାବି କରିଛି। ଶୁକ୍ରବାର ଠାରୁ ରାଜ୍ୟବ୍ୟାପୀ ଯେଉଁ ବିରୋଧ କରିବାକୁ ବିଜେଡି ନିଷ୍ପତ୍ତି ନେଇଥିଲା ତାହା ୧୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଲା। ଏଲପିଜି ଗ୍ୟାସ ଦର କମାଇବାକୁ ବିଜେଡି ଦାବି କରିଛି। ୧୦ ଦିନ ମଧ୍ୟରେ ଦର ନ କମିଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଚେତାବନୀ ଦେଇଛନ୍ତି।