Advertisement
Article Detail0/zeeodisha/odisha772650
Zee OdishaOdisha National-Internationalମୋଦିଙ୍କ ମୁଣ୍ଡରେ ପିଆଜ ଅଠା!

ମୋଦିଙ୍କ ମୁଣ୍ଡରେ ପିଆଜ ଅଠା!

ହୁ ହୁ ହୋଇ ବଢି ଚାଲିଛି ପରିବା ଦର। ଏଥିରେ ଲାଗିପାରୁନି ଲଗାମ। ସେପଟେ ଏହି ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି।

ମୋଦିଙ୍କ ମୁଣ୍ଡରେ ପିଆଜ ଅଠା!

ଭୁବନେଶ୍ୱର: ରାଜ୍ୟରେ ଆକାଶ ଛୁଆଁ ହେଲାଣି ପରିବା ଦର। ବଜାରକୁ ଗଲେ ଆଳୁ-ପିଆଜରେ ହାତ ମାରିବାକୁ ଲାଗୁଛି ଡର। ଆଳୁ କିଲୋ ପିଛା ୩୫ ଟଙ୍କା ପାର ହୋଇଥିବା ବେଳେ ପିଆଜ ୧୦୦ ଛୁଇଁଲାଣି। ସେପେଟେ ଏହି ଦର ବୃଦ୍ଧି ପାଇଁ ସିଧା ସଳଖ କେନ୍ଦ୍ର ସରକାର ଉପରେ ଦୋଷ ଲଦିଛି ରାଜ୍ୟ।

ଦର ବୃଦ୍ଧି ନେଇ ସିଧା କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ। ସେ କହିଛନ୍ତି, ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଉଚ୍ଛେଦ ପରେ ପନିପରିବା ଦର ଅହେତୁକ ବୃଦ୍ଧି ହୋଇଛି। କେନ୍ଦ୍ରର ଭୁଲ ପାଇଁ ଆଳୁ ଓ ପିଆଜ ଦର ଅନିୟନ୍ତ୍ରୀତ ହେବେରେ ଲାଗିଛି। ଯାହାକୁ ଅଟକାଇବାର କ୍ଷମତା ରାଜ୍ୟ ପାଖରେ ନାହିଁ।

ସେ ପୁଣି କହିଛନ୍ତି ଯେ, ଆଇନ ଅନୁସାରେ ନିତ୍ୟ ବ୍ୟବହାର ସାମଗ୍ରୀର ଯୋଗାଣ ଓ ଦର ନିୟନ୍ତ୍ରଣ ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହିବା କଥା। କିନ୍ତୁ କେନ୍ଦ୍ର ସରକାର ତାହାକୁ ଉଚ୍ଛେଦ କରିଛନ୍ତି। ତଥାପି ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଆଳୁ, ପିଆଜ, ଡାଲି, ତେଲ ଯୋଗାଇ ଦେବାକୁ ଚଷ୍ଟା ଚଳାଉଛନ୍ତି। କଳା ବଜାରି ଓ ମହଜୁଦକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାରମ୍ବାର ଗୋଦାମ ଗୁଡିକରେ ଚଢଉ ଜାରି ରହିଛି।

Add Zee News as a Preferred Source

ମନ୍ତ୍ରୀଙ୍କ କହିବାନୁସାରେ, ଦିଲ୍ଲୀ ଓ କେରଳ ଅପକ୍ଷେ ଓଡିଶାରେ ପିଆଜ ଓ ଆଳୁର ମୂଲ୍ୟ କମ ଅଛି। ଦର ତାଲିକା ପ୍ରକାଶିତ କରୁଥିବା ଏକ ୱବସାଇଟରେ ଅନୁସାରେ, ଆଜି କଟକରେ ଆଳୁର କିଲୋ ପିଛା ମାର୍କେଟ ମୂଲ୍ୟ ୩୦ ଟଙ୍କା ଅଛି। କିନ୍ତୁ ଖୁଚୁରାରେ ଏହାକୁ ୩୫ରୁ ୩୮ ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ପିଆଜର ମାର୍କେଟ ମୂଲ୍ୟ ୮୮ ଟଙ୍କା କିନ୍ତୁ ଏହାକୁ ୧୦୦ରୁ ୧୧୨ ଟଙ୍କାରେ ବିକ୍ରି କରାଯାଉଛି।