ତୈଳ ବଜାରରେ ଏସୀୟ ଷ୍ଟକ୍ ମାର୍କେଟ ଏବଂ ୱାଲ୍ ଷ୍ଟ୍ରିଟ୍ ଉପରେ ରାତାରାତି ଅଭିବୃଦ୍ଧି ଘଟିଛି । କୋରୋନା ଯୋଗୁଁ ବୃଦ୍ଧି ପାଉଥିବା ସଙ୍କଟକୁ ଦେଖି ସାରା ବିଶ୍ୱରେ ଲାଗୁ ହୋଇଥିବା ଲକଡାଉନ୍ ଏବଂ ଯାତ୍ରା ପ୍ରତିବନ୍ଧକ ଯୋଗୁଁ ତେଲର ଚାହିଦା ହ୍ରାସ ପାଇଥିଲା ।
Trending Photos
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକାରୁ ଲକଡାଉନ ହଟାଇବାର ଯୋଜନା ପରେ ଶୁକ୍ରବାର ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି । କୋରୋନାକୁ ରୋକିବା ପାଇଁ ବିଶ୍ୱର ଅଧିକାଂଶ ଦେଶ ପ୍ରୟାସ କରୁଥିବା ଯୋଗୁଁ ତେଲର ମୂଲ୍ୟ ବହୁତ ହ୍ରାସ ପାଇଛି । ଅନ୍ତର୍ଜାତୀୟ ମାନଦଣ୍ଡ ବ୍ରେଣ୍ଟ କ୍ରୁଡ, ଏସୀୟ ବାଣିଜ୍ୟରେ ପାଖାପାଖି ୩ ପ୍ରତିଶତ ବୃଦ୍ଧି ପାଇ ୨୮.୬୫ ଡଲାର ପ୍ରତି ବ୍ୟାରେଲ ପହଞ୍ଚିଛି । ଅନ୍ୟପଟେ ଆମେରିକାର ବେଞ୍ଚମାର୍କ WTI ୦.୬ ପ୍ରତିଶତ ବୃଦ୍ଧି ହୋଇ ୧୯.୯୯ ଡଲାରରେ ପହଞ୍ଚିଛି । କିନ୍ତୁ ୨୦୦୨ ପରଠାରୁ ଏହା ସର୍ବନିମ୍ନ ସ୍ତରରେ ରହିଛି ।
ତୈଳ ବଜାରରେ ଏସୀୟ ଷ୍ଟକ୍ ମାର୍କେଟ ଏବଂ ୱାଲ୍ ଷ୍ଟ୍ରିଟ୍ ଉପରେ ରାତାରାତି ଅଭିବୃଦ୍ଧି ଘଟିଛି । କୋରୋନା ଯୋଗୁଁ ବୃଦ୍ଧି ପାଉଥିବା ସଙ୍କଟକୁ ଦେଖି ସାରା ବିଶ୍ୱରେ ଲାଗୁ ହୋଇଥିବା ଲକଡାଉନ୍ ଏବଂ ଯାତ୍ରା ପ୍ରତିବନ୍ଧକ ଯୋଗୁଁ ତେଲର ଚାହିଦା ହ୍ରାସ ପାଇଥିଲା । ଯାହା ଏହାର ମୂଲ୍ୟକୁ ପ୍ରଭାବିତ କରିଥିଲା । ଏହି ସମୟରେ ସାଉଦି ଆରବ ଏବଂ ଋଷ ମଧ୍ୟରେ ମୂଲ୍ୟ ଯୁଦ୍ଧ ସଙ୍କଟକୁ ଆହୁରି ଗଭୀର କରିଥିଲା ।
ତୈଳ ଉତ୍ପାଦନ ଦେଶଗୁଡ଼ିକର ସମୂହ ଓପେକର ମୁଖ୍ୟ କେନ୍ଦ୍ର ହେଉଛି ରିୟାଦ । ଅନ୍ୟ ଅଣ ଓପେକ ସଦସ୍ୟ ଦେଶଗୁଡ଼ିକର ମୁଖ୍ୟ କେନ୍ଦ୍ର ହେଉଛି ମସ୍କୋ । ଗତ ସପ୍ତାହ ଶେଷରେ ଦୁହିଁଙ୍କ ମଧ୍ୟରେ ଥିବା ସମସ୍ତ ବିବାଦକୁ ଶେଷ କରିଦେଇଥିଲା । ଏହାର କାରଣ କୋରୋନା ସଙ୍କଟ ଯୋଗୁଁ ବଜାରରେ ମାନ୍ଦାବସ୍ଥା ଦେଖାଦେଇଥିଲା । ଏହାସହ ତୈଳ ଦର କ୍ରମାଗତ ହ୍ରାସ ପାଉଥିଲା ।