Advertisement
Article Detail0/zeeodisha/odisha701851
Zee OdishaOdisha National-International୮୦ ଡେଇଁଲା ତେଲଦର

୮୦ ଡେଇଁଲା ତେଲଦର

ଦେଶରେ ଲଗାତାର ୨୦ ଦିନରେ ମଧ୍ୟ ବଢିଛି ତୈଳଦର(oil price)। ଆଜି ଶୁକ୍ରବାର ପେଟ୍ରୋଲ(petrol price) ଦରରେ ୨୧ ପଇସା ଓ ଡିଜେଲ ଲିଟର ପିଛା ୧୭ ପଇସା ବୃଦ୍ଧି ଘଟିଛି। ଫଳରେ କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ଟଙ୍କା ଡେଇଁଛି। ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୦.୧୯ ଟଙ୍କାରେ ବିକ୍ରି ହେଉଥିବା ବେଳେ ପେଟ୍ରୋଲ ଲିଟର ପିଛା ୮

୮୦ ଡେଇଁଲା ତେଲଦର

ନୂଆଦିଲ୍ଲୀ: ଦେଶରେ ଲଗାତାର ୨୦ ଦିନରେ ମଧ୍ୟ ବଢିଛି ତୈଳଦର(oil price)। ଆଜି ଶୁକ୍ରବାର ପେଟ୍ରୋଲ(petrol price) ଦରରେ ୨୧ ପଇସା ଓ ଡିଜେଲ ଲିଟର ପିଛା ୧୭ ପଇସା ବୃଦ୍ଧି ଘଟିଛି। ଫଳରେ କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ଟଙ୍କା ଡେଇଁଛି। ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୦.୧୯ ଟଙ୍କାରେ ବିକ୍ରି ହେଉଥିବା ବେଳେ ପେଟ୍ରୋଲ ଲିଟର ପିଛା ୮୦.୧୩ ଟଙ୍କା ରହିଛି। ତେବେ ବିଗତ ୨୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୮.୮୭ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲରେ ଲିଟର ପିଛା ୧୦.୮୦ ଟଙ୍କା ବୃଦ୍ଧି ପାଇଛି। 

ଇଣ୍ଡିଆନ ଅଏଲ ଓ୍ୱେବସାଇଟ ଅନୁଯାୟୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୬.୯୧ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ୮୩.୩୭ ଟଙ୍କା ଓ କୋଲକାତାରେ ୮୧.୮୨ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ଡିଜେଲ ଲିଟର ପିଛା ୭୮.୫୧ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ୭୭।୪୪ ଓ କୋଲକାତାରେ ୭୫.୩୪ ଟଙ୍କା ରହିଥିବା ଜଣାପଡ଼ିଛି। 

ଦିଲ୍ଲୀରେ ପେଟ୍ରୋଲ ଦର ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୮୦ ଟଙ୍କା ଅତିକ୍ରମ କରିଛି। ସେହିପରି ଡିଜେଲ ମଧ୍ୟ ସର୍ବକାଳୀନ ରେକର୍ଡ ବୃଦ୍ଧି ଘଟିଛି। ୨୦୧୮ ମସିହା ସେପ୍ଟେମ୍ବର ମାସରେ ପେଟ୍ରୋଲ ୮୦ ଟଙ୍କା ଛୁଇଁଥିଲା। ସେହିପରି ଲଗାତାର ଭାବେ ୨୦ ଦିନ ଧରି ତୈଳଦର ବୃଦ୍ଧି ଘଟିଛି। ୨୧ ଦିନ ମଧ୍ୟରେ ୧୯ ଥର ପେଟ୍ରୋଲ ଦର ବୃଦ୍ଧି ଘଟିଛି। 

Add Zee News as a Preferred Source
About the Author