Omicron ସମୟରେ ପୁଣି ସାମ୍ନାକୁ ଆସିଲା କୋରୋନାର ନୂଆ ଲକ୍ଷଣ
Advertisement

Omicron ସମୟରେ ପୁଣି ସାମ୍ନାକୁ ଆସିଲା କୋରୋନାର ନୂଆ ଲକ୍ଷଣ

ଦ ଡେଲି ଏକ୍ସପ୍ରେସ ମୁତାବକ୍, କୋଭିଡ-19 ସଂକ୍ରମିତ ZOE COVID ଷ୍ଟଡି ଆପ୍ ନିଜ ଲକ୍ଷଣ ବିଷୟରେ କହିଛନ୍ତି । କିଛି ଲୋକ ବ୍ରେନ ଫଗ୍ ଲକ୍ଷଣ ବିଷୟରେ ମଧ୍ୟ କହିଛନ୍ତି । 

 

Omicron ସମୟରେ ପୁଣି ସାମ୍ନାକୁ ଆସିଲା କୋରୋନାର ନୂଆ ଲକ୍ଷଣ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ମାମଲା । କୁହାଯାଉଛି ଏକ କୋରୋନା ମାମଲା ଆଗକୁ ତୃତୀୟ ଲହର ଆଣିପାରେ । ଏହି ଲହରକୁ ଆମେ ହିଁ ଟାଳିପାରିବା । ସାମାଜିକ ଦୂରତା ଓ ମାସ୍କ ପିନ୍ଧିଲେ ଆମେ ଏ ମହାମାରୀକୁ ହରାଇପାରିବା । ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ମଧ୍ୟ ସୁରକ୍ଷିତ ରଖିବାରେ ସାହାଯ୍ୟ କରନ୍ତୁ । ହେଲେ ଏହାରି ମଧ୍ୟରେ ପୁଣିଥରେ କୋକୁଆ ଭୟ ସୃଷ୍ଟି କଲାଣି କୋରୋନାର ନୂଆ ଲକ୍ଷଣ। କାରଣ ଏହି ନୂଆ ଲକ୍ଷଣ ବିଷୟରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ୟୁନାଇଟେଡ କିଙ୍ଗଡମର ଏକ ରିପୋର୍ଟ ମୁତାବକ, କୋଭିଡ-19ର ଦୁର୍ଲଭ ଲକ୍ଷଣ ବ୍ରେନ୍ ଫଗ୍ ଓମିକ୍ରନ ଭାରିଏଣ୍ଟ ରେ ବି ଦେଖିବାକୁ ମିଳିଛି । ଦ ଡେଲି ଏକ୍ସପ୍ରେସ ମୁତାବକ୍, କୋଭିଡ-19 ସଂକ୍ରମିତ ZOE COVID ଷ୍ଟଡି ଆପ୍ ନିଜ ଲକ୍ଷଣ ବିଷୟରେ କହିଛନ୍ତି । କିଛି ଲୋକ ବ୍ରେନ ଫଗ୍ ଲକ୍ଷଣ ବିଷୟରେ ମଧ୍ୟ କହିଛନ୍ତି । ତେବେ ଏହି ଲକ୍ଷଣକୁ ଏହି ଆପ୍ ବିଶ୍ଳେଷଣ କରିବାରେ ସାହାଯ୍ୟ କରିଥାଏ।

Also Read: ପରପାରିରେ ଭେଟେରାନ୍ ଅଭିନେତା ମିହିର ଦାସ

ବ୍ରେନ ଫଗ୍ ହେଉଛି କୋଭିଡ (Covid)ର ଏକ ସାମାନ୍ୟ ଲକ୍ଷଣ । ସୂଚନାନୁସାରେ, ବ୍ରେନ ଫଗ ର ଲକ୍ଷଣ ଖବର ଅକ୍ଟୋବର ୨୦୨୦ ରେ ସାମ୍ନାକୁ ଆସିଥିଲା ।  ଯେତେବେଳେ କୋରୋନାର ପ୍ରଥମ  ଲହର ଭାରତରେ ଚାଲିଥିଲା। ବ୍ରେନ ଫଗକୁ କୋରୋନାର ସାମାନ୍ୟ ଲକ୍ଷଣ ଯେମିତିକି ଜ୍ୱର, ଥଣ୍ଡା ଲାଗିବା, ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା, କାଶ ଓ ଶରୀର ପୀଡ଼ା ମଧ୍ୟରେ ସାମିଲ ରହିଛି।

Also Read: ଆଉ ତିନି ଦିନ ବର୍ଷିବ! ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
 
ବ୍ରେନ ଫଗକୁ କେମିତି ଚିହ୍ନିବେ: 
ଲଣ୍ଡନର ଏକ ମେଡିକାଲ ୟୁନିଭର୍ସିଟିର ପ୍ରଫେସରଙ୍କ କହିବାକଥା, ବ୍ରେନଫଗ୍ (Brain Fog) କିଛି ମେଡିକାଲ ଟର୍ମ ନୁହେଁ। ମାତ୍ର ଏହାର ଲକ୍ଷଣକୁ ଦେଖିବା ପରେ ହିଁ ଏହାର ନାଁ ବ୍ରେନଫଗ୍ ଦିଆଯାଇଛି । ଯେଉଁ ରୋଗୀ କୋରୋନାରୁ ସୁସ୍ଥ ହୋଇଥିଲେ ସେମାନଙ୍କ ଠାରେ ମାନସିକ କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଦେଖାଦେଇଥିଲା । ଡାକ୍ତରଙ୍କ କହିବା କଥା, କୋରୋନାରୁ ସୁସ୍ଥ ହୋଇଥିବା ୨୦ ପ୍ରତିଶତ ଲୋକଙ୍କ ଠାରେ ଏହି ଲକ୍ଷଣ ଦେଖାଦେଇଥିଲା । ହେଲେ ଏହି ସଂଖ୍ୟାର ସତ୍ୟାସତ୍ୟ କେତେ ତାହା ଜଣାପଡ଼ିନାହିଁ । ତେବେ ଏହା ଉପରେ ଅଧିକ ବିଶ୍ଳେଷଣ କରାଯିବା ଉଚିତ୍।