କେମିତି ହୋଇଥିଲା ପାକ୍ ବିମାନ ଦୁର୍ଘଟଣା, ସାମ୍ନାକୁ ଆସିଲା ଭିଡ଼ିଓ
Advertisement

କେମିତି ହୋଇଥିଲା ପାକ୍ ବିମାନ ଦୁର୍ଘଟଣା, ସାମ୍ନାକୁ ଆସିଲା ଭିଡ଼ିଓ

ବିମାନରେ ପ୍ରାୟ ୯୮ଜଣ ସଦସ୍ୟ ଥିବା ବେଳେ ୮୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତଦେହ ଉଦ୍ଧାର ହେଲାଣି । ତେବେ ବର୍ତ୍ତମାନ ସାମ୍ନାକୁ ଆସିଛି ବିମାନ ଦୁର୍ଘଟଣା ବେଳର ଦୃଶ୍ୟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଗତକାଲି ପାକିସ୍ତାନରେ ଏକ ଯାତ୍ରାବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ପ୍ରାୟ ୯୮ଜଣ ସଦସ୍ୟ ଥିବା ବେଳେ ୮୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତଦେହ ଉଦ୍ଧାର ହେଲାଣି । ତେବେ ବର୍ତ୍ତମାନ ସାମ୍ନାକୁ ଆସିଛି ବିମାନ ଦୁର୍ଘଟଣା ବେଳର ଦୃଶ୍ୟ । ବିମାନଟି କିପରି ତଳକୁ ଖସି ବ୍ଲାଷ୍ଟ ହୋଇଛି, ସିସିଟିଭିରେ ତାହା କଏଦ ହୋଇଛି । 

ସିସିଟିଭି ଲେନ୍ସରେ ବିମାନ ଦୁର୍ଘଟଣାର ଦୃଶ୍ୟ । ଶୁକ୍ରବାର ଲହୋରରୁ କରାଚି ଆସୁଥିବା ବେଳେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏକ ଯାତ୍ରୀବାହୀ ବିମାନ । ଏହି ବିମାନଟି ପାକିସ୍ତାନ ଅନ୍ତର୍ଜାତୀୟ ଏୟାର ଲାଇନ୍ସର ଥିଲା । ତେବେ ଅବତରଣ କରିବାର କିଛି ସମୟ ପୂର୍ବରୁ ହିଁ ଖସିପଡ଼ିଥିଲା ବିମାନ । ତଳକୁ ଖସିବା ସହ ବିଲଡିଂରେ ଧକ୍କା ହୋଇଥିଲା । କ୍ଷଣିକ ମଧ୍ୟରେ ସମଗ୍ର ଅଞ୍ଚଳରେ ନିଆଁ ଲାଗିଯାଇଥିଲା ।