ପଛକୁ ଘୁଞ୍ଚିଲା ଚୀନ, ପ୍ରଶ୍ନ ଉଠାଇଲେ ଓଓ୍ୱେସୀ
Advertisement

ପଛକୁ ଘୁଞ୍ଚିଲା ଚୀନ, ପ୍ରଶ୍ନ ଉଠାଇଲେ ଓଓ୍ୱେସୀ

ଲଦାଖ ମଧ୍ୟକୁ ପଶି ଆସିଥିବା ଚୀନ ଗତକାଲି ସୀମା ଠାରୁ ଦୁଇ କିଲୋମିଟର ପଛକୁ ଘୁଞ୍ଚିଛି. ତେବେ ଏହି ଖବର ସମଗ୍ର ଦେଶବାସୀଙ୍କୁ ଏକ ପ୍ରକାର ଆଶ୍ୱସ୍ତି କରିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏଆଇଏମଆଇଏମର ମୁଖ୍ୟ ତଥା ହାଇଦ୍ରାବାଦର ଲୋକସଭା ସାଂସଦ ଓସୁଦୁଦ୍ଦିନ ଓଓ୍ୱେସୀ.

ପଛକୁ ଘୁଞ୍ଚିଲା ଚୀନ, ପ୍ରଶ୍ନ ଉଠାଇଲେ ଓଓ୍ୱେସୀ

ନୂଆଦିଲ୍ଲୀ: ଲଦାଖ ମଧ୍ୟକୁ ପଶି ଆସିଥିବା ଚୀନ ଗତକାଲି ସୀମା ଠାରୁ ଦୁଇ କିଲୋମିଟର ପଛକୁ ଘୁଞ୍ଚିଛି. ତେବେ ଏହି ଖବର ସମଗ୍ର ଦେଶବାସୀଙ୍କୁ ଏକ ପ୍ରକାର ଆଶ୍ୱସ୍ତି କରିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏଆଇଏମଆଇଏମର ମୁଖ୍ୟ ତଥା ହାଇଦ୍ରାବାଦର ଲୋକସଭା ସାଂସଦ ଓସୁଦୁଦ୍ଦିନ ଓଓ୍ୱେସୀ. ସୋମବାର ଏକ ଟ୍ୱିଟ ମାଧ୍ୟମରେ ସେ ଅନେକ ପ୍ରଶ୍ନ ପଚାରିଥିଲେ। ସେ କହିଛନ୍ତି ଚୀନ୍ ପାଇଁ 'ଡି-ଏସ୍କାଲେସନ୍' ପ୍ରକ୍ରିୟା ଆରମ୍ଭ କରିବାର ଅର୍ଥ କ’ଣ? ସେ କହିଥିଲେ 'ଯେତେବେଳେ କେହି ପ୍ରବେଶ ନକରନ୍ତି ତୁମେ କିପରି ଫେରିବ?' ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବିବୃତ୍ତି ସମ୍ପର୍କରେ ସେ ତିନୋଟି ପ୍ରଶ୍ନ ଉଠାଇଛନ୍ତି।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ସୂଚନା ଦେଇଛନ୍ତି ଯେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ରାଜ୍ୟ କାଉନସିଲର ୱାଙ୍ଗ ୟିଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି. ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ କରିବାକୁ ପାରସ୍ପରିକ ସହମତି ପ୍ରକାଶ କରିଛନ୍ତି। ଉଭୟ ଦେଶର ଯବାନମାନଙ୍କୁ LAC ରୁ ଅପସାରିତ କରିବା ଏବଂ ଭାରତ-ଚୀନ୍ ସୀମାରେ ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାମଣା ମାଧ୍ୟମରେ ଶାନ୍ତି ବଜାୟ ରଖିବା ପାଇଁ ଆଲୋଚନା କରାଯାଇଥିଲା।

ଆସନ୍ତୁ ଜାଣିବା ସୋମବାର ଏହି ଖବର ଆସିଛି ଯେ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତା କାରଣରୁ ଦୁଇ ଦେଶର ବାହିନୀ ପଛକୁ ଯାଉଛନ୍ତି। ସୂତ୍ରରୁ ପ୍ରକାଶ ଯେ ଚୀନ୍ ନିଜର ଯବାନମାନଙ୍କୁ ଅତି କମରେ ଏକ କିଲୋମିଟର ଗାଲଓ୍ୱାନ ନଦୀ ଉପତ୍ୟକାକୁ ଠେଲି ଦେଇଛି। ଜୁନ୍ ୧୫ରେ LACରେ ସଂଘର୍ଷରୁ ଚୀନ୍ ସେନା ପାଟ୍ରୋଲିଂ ପଏଣ୍ଟ ୧୪ ନିକଟରୁ ଦେଢ ରୁ ୨ କିଲୋମିଟର ପଛକୁ ଯାଇଥିବା ଜଣାଯାଇଛି।