ରାମ ମନ୍ଦିର ନିର୍ମାଣ ଅବସରରେ ରାମ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମହନ୍ତ ଯୋଗୀ ଆଦିତ୍ୟନାଥ

ରାମ ମନ୍ଦିର ନିର୍ମାଣ ଅବସରରେ ରାମ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗୋରଖନାଥ ମଠର ମହନ୍ତ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।   

ରାମ ମନ୍ଦିର ନିର୍ମାଣ ଅବସରରେ ରାମ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମହନ୍ତ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ପ୍ରାୟ ୫୦୦ ବର୍ଷର ସଂଘର୍ଷ ଏବଂ ଅନେକ ସମୟ ଅତିକ୍ରମ କରିବା ପରେ ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଛି ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର। ଏହି ଅବସରରେ ରାମ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗୋରଖପୁର ସ୍ଥିତ ଗୋରଖନାଥ ମଠର ମହନ୍ତ ତଥା ବର୍ତ୍ତମାନର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।          

ଏନେଇ ଟ୍ୱିଟ କରି ଜଣାଇଛନ୍ତି ସନ୍ନ୍ୟାସୀରୁ ରାଜନେତା ପାଲଟିଥିବା ସିଏମ ଯୋଗୀ। ଏହା ସହିତ ରାମ ଭକ୍ତଙ୍କ ଉଦ୍ଦେଶ୍ୟରେ କରିଥିବା ଟ୍ୱିଟରେ #ଜୟ ଶ୍ରୀରାମ ଲେଖିଛନ୍ତି। ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ମନ୍ଦିର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଆୟୋଜିତ ହୋଇଥିବା ଭୂମି ପୂଜନ କାର୍ଯ୍ୟକ୍ରମରେ ପିଏମ ମୋଦିଙ୍କ ସମେତ, ୟୁପି ସିଏମ ଯୋଗୀ, ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ପ୍ରମୁଖ ବ୍ୟକ୍ତିତ୍ୱ ଯୋଗ ଦେଇଛନ୍ତି। 

 

 

୧୯୯୦ ଦଶକରୁ ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ଗୋରଖନାଥ ମଠ

୧୯୯୦ ଦଶକରୁ ଦେଶବ୍ୟାପୀ ଆରମ୍ଭ ଆରମ୍ଭ ହୋଇଯାଇଥିଲା ରାମ ମନ୍ଦିର ଆନ୍ଦୋଳନ। ଯାହାର ଲକ୍ଷ୍ୟ ଥିଲା ଧର୍ମ ନଗରୀ ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କରିବା। ଏହି ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଧର୍ମୀୟ ଗୁରୁ ତଥା ଗୋରଖପୁର ଲୋକସଭା ଆସନର ପୂର୍ବତନ ସାଂସଦ ମହନ୍ତ ଅବୈଦ୍ୟନାଥ। ଏହା ପରେ ଏହି ଆନ୍ଦୋଳନରେ ସାମିଲ ଥିଲେ ଦେଶର ସର୍ବବୃହତ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଚର୍ଚ୍ଚିତ ଯୋଗୀ।

ଗୁରୁଙ୍କ ପରେ ଗୋରଖନାଥ ମଠର ମହନ୍ତ ସମ୍ଭାଳିଥିବା ଯୋଗୀ ଆଦିତ୍ୟନାଥ ଗୋରଖପୁର ସଂସଦୀୟ କ୍ଷେତ୍ରରୁ ୧୯୯୮, ୧୯୯୯, ୨୦୦୪,୨୦୦୯,୨୦୧୪ ଲୋକସଭା ନିର୍ବାଚନରେ କ୍ରମାଗତ ଭାବେ ୪ ଥର ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଦମଦାର ପ୍ରଦର୍ଶନ କରିଥିଲା। ସେହି ବର୍ଷ ମାର୍ଚ୍ଚ ୧୯ ତାରିଖରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ମହନ୍ତ ଯୋଗୀ ଆଦିତ୍ୟନାଥ।