ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ତାଣ୍ଡବଲୀଳା ଜାରି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି କ୍ରମରେ ମଙ୍ଗଳବାର ସାରା ଦୁନିଆରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି । କୋଭିଡ-19 (COVID-19) କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଏବଂ ଭାରତରେ ସର୍ବାଧିକ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଶ୍ୱରେ ମୋଟ କୋରୋନା ଜନିତ ମୃତ୍ୟୁର ପ୍ରାୟ ୪୫ ପ୍ରତିଶତ ମୃତ୍ୟୁ ଏହି ୩ଟି ଦେଶରେ ଘଟିଛି । 


COMMERCIAL BREAK
SCROLL TO CONTINUE READING

ଅନ୍ୟପକ୍ଷେ ରଏଟର୍ସ ଅନୁଯାୟୀ, ପ୍ରତି ୨୪ ଘଣ୍ଟାରେ ୫,୪୦୦ରୁ ଅଧିକ କୋରୋନା ସଂକ୍ରମିତ (Coronavirus Positive) ପ୍ରାଣ ହରାଉଛନ୍ତି । ଏହି ଅନୁସାରେ ପ୍ରତି ଘଣ୍ଟାରେ ୨୨୬ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି । ଏହି ଅନୁସାରେ ଦେଖିଲେ ପ୍ରତି ୧୬ ସେକେଣ୍ଡରେ ଜଣେ କୋରୋନା ସଂକ୍ରମିତ ବ୍ୟକ୍ତି ମୃତ୍ୟୁ ବରଣ କରୁଛନ୍ତି । 


ସୂଚନାଯୋଗ୍ୟ, ଆଜି ଅର୍ଥାତ ମଙ୍ଗଳବାର ସକାଳ ସୁଦ୍ଧା ଭାରତରେ ୭୦,୫୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ପରେ ଦେଶରେ କୋରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୬୧ ଲକ୍ଷ ଅତିକ୍ରମ କରିଛି । ଦେଶରେ ୬୧,୪୫,୨୯୨ ମାମଲା ମଧ୍ୟରୁ ୯,୪୭,୫୭୬ ସକ୍ରିୟ କୋରୋନା ମାମଲା ରହିଛି । ଚିକିତ୍ସା ପରେ ୫୧,୦୧,୩୯୮ କୋରୋନା ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହା ବ୍ୟତୀତ ଦେଶରେ ବର୍ତ୍ତମାନ ଯାଏ ୯୬,୩୧୮  ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । 


ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶରେ କଂଗ୍ରେସକୁ ମଜଭୁତ କରିବା ପାଇଁ ଗୁପ୍ତ ଭାବେ ଏହି କାମ କରୁଛନ୍ତି ପ୍ରିୟଙ୍କା


ସେହିପରି ଆମେରିକାରେ ବର୍ତ୍ତମାନ ଯାଏ ୭୩,୬୮,୬୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଠାରେ ବର୍ତ୍ତମାନ ଯାଏ ୨,୧୦,୦୨୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସକ୍ରିୟ ମାମଲା ୨୫,୩୩,୪୫୦ ରହିଛି । ବ୍ରାଜିଲରେ ବର୍ତ୍ତମାନ ଯାଏ ୪୭,୪୮,୩୨୭ କୋରୋନା ମାମଲା ଚିହ୍ନଟ ହୋଇଛି । ଏଥିରୁ ୧,୪୨,୧୬୧ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ବର୍ତ୍ତମାନ ୫,୨୧,୯୮୪ ସକ୍ରିୟ କୋରୋନା ମାମଲା ରହିଛି ।