Lockdownକୁ ବର୍ଷେ: କେତେ ସଫଳ କେତେ ବିଫଳ ?
Advertisement

Lockdownକୁ ବର୍ଷେ: କେତେ ସଫଳ କେତେ ବିଫଳ ?

ଯିଏ ଯେଉଁଠି ସିଏ ସେଇଠି ରହିଗଲା । ଚକ, ଅଖ ସବୁ ବନ୍ଦ । ତେବେ ଏ ନିଷ୍ପତ୍ତି କେନ୍ଦ୍ର ସରକାର ଏଥିପାଇଁ ନେଇଥିଲେ କାରଣ କୋରୋନାର କାୟା ଏତେ ଅଧିକ ହୋଇଥିଲା ଯେ, ପ୍ରଥମେ ଜୀବନ ଟା ବଞ୍ଚିବା ଦରକାର ।

Lockdownକୁ ବର୍ଷେ: କେତେ ସଫଳ କେତେ ବିଫଳ ?

ନୂଆଦିଲ୍ଲୀ: ପୁରା ଦେଶ ତାଲାବନ୍ଦକୁ ଆଜି ପୁରିଛି ବର୍ଷେ। ଗତବର୍ଷ ଠିକ୍ ଆଜିର ଦିନରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଥିଲେ । ମାର୍ଚ୍ଚ ୨୪ ତାରିଖ ରାତି ସମୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଯିଏ ଯେଉଁଠି ସିଏ ସେଇଠି ରହିଗଲା । ଚକ, ଅଖ ସବୁ ବନ୍ଦ । ତେବେ ଏ ନିଷ୍ପତ୍ତି କେନ୍ଦ୍ର ସରକାର ଏଥିପାଇଁ ନେଇଥିଲେ କାରଣ କୋରୋନାର କାୟା ଏତେ ଅଧିକ ହୋଇଥିଲା ଯେ, ପ୍ରଥମେ ଜୀବନ ଟା ବଞ୍ଚିବା ଦରକାର । ଆଉ ରାସ୍ତା ଘାଟ, ବଜାର, ସପିଂ ମଲ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନରେ ବି ତାଲା ଝୁଲିଲା ।

ଦେଶବ୍ୟାପୀ ଲକଡାଉନ୍ କାଳରେ ଓଡ଼ିଶା (Odisha) ରେ ଲକଡାଉନକୁ ପୁଣିଥରେ ବଢାଯାଇଥିଲା । ମାର୍ଚ୍ଚ ୨୪ ତାରିଖରେ ରାଜ୍ୟ ସରକାର ଲକଡାଉନକୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ସେତେବଳେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଥିଲା । ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ପୂରା ଦେଶ ତାଲବନ୍ଦ ଥିଲା । କିନ୍ତୁ କୋରୋନା ବେକାବୁ ଥିଲା । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ ୩ ପର୍ଯ୍ୟନ୍ତ ଲକଡାଉନ୍ କୁ ପୁଣିଥରେ ବଢାଇଥିଲେ । କିନ୍ତୁ ଏହାପୂର୍ବରୁ ହିଁ ରାଜ୍ୟ ସରକାର ଏପ୍ରିଲ ୧୪ରେ ଲକଡାଉନ୍ ଉଠିବ ନାହିଁ ବୋଲି ଘୋଷଣା କରି ସାରିଥିଲେ । ରାଜ୍ୟ ସରକାର ଲକଡାଉନ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ଦେଇଥିଲେ ।

Also Read:  ସ୍ଥିତି ଭୟଙ୍କର; ଦେଶରେ ଚିହ୍ନଟ ହେଲା ୭୭୧ ନୂଆ Corona Variant

ଏହି ଲକଡାଉନରେ ମଣିଷ ସମାଜ ବହୁତ କିଛି ଶିକ୍ଷା ପାଇଛି । କେବଳ ଯେ, ଜନସାଧାରଣ ନୁହଁନ୍ତି ପ୍ରତିଟି ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଥିଲେ ପ୍ରବାସୀ । ତାଲା ବନ୍ଦ ଯୋଗୁଁ କାମ ବନ୍ଦ ହେଲା, ହାତ ବି ବନ୍ଦ ହେଲା, ଚାଲି ଚାଲି ଘରକୁ ବା ନିଜ ରାଜ୍ୟକୁ ଫେରିବା ଦୃଶ୍ୟ ସମଗ୍ର ଦେଶବାସୀଙ୍କ ମନରେ ଆଜୀବନ ଛାପି ହୋଇ ରହିବ । ଚାଲି ଚାଲି ଯିବା ସମୟରେ ଶତାଧିକ ଲୋକ ପ୍ରାଣ ହାରିଛନ୍ତି ଯାହାର ହିସାବ ସରକାରଙ୍କ ପାଖରେ ନାହିଁ । ସେହିପରି ବେକାରୀ ସମସ୍ୟା ବଢିଲା, । କାରଣ କମ୍ପାନୀ ବନ୍ଦ ହେଲା, ସପିଂ ମଲ ବନ୍ଦ ହେଲା, ଜିମ ବନ୍ଦ ହେଲା, ଖୁଚୁରା ବ୍ୟବସାୟୀ ମାନେ ଏହି ଲକଡାଉନ (Lockdown) ରେ ବହୁତ ହଇରାଣ ହରକତ ହେଲେ । ଏମିତିକି ଚାକିରୀ ହରାଇଥିବା ବ୍ୟକ୍ତିବିଶେଷ ଆତ୍ମହତ୍ୟା କଲେ । କେଉଁ କଳାକାର ଚା ବିକିବା ସମୟ ଆସିଗଲା ତ କେଉଁ ଇଂଜିନିୟର ଚାଷଜମିରେ ଖଟୁଥିବାର ନଜର ଆସିଲା । ଲକଡାଉନରେ କରୁଣ ଚିତ୍ର ସମସ୍ତେ ଦେଖିଛନ୍ତି । ସେପଟେ ବିଶେଷଜ୍ଞଙ୍କ ପରାମର୍ଶ ବିନା ଲକଡାଉନ ହୋଇଥିବା ନେଇ ଆକ୍ଷେପ କରି ସରକାରଙ୍କୁ ବିରୋଧୀ ଘେରିଥିଲେ। 

Also Read: ଆସନ୍ତା ୩ ଦିନରେ ସାରନ୍ତୁ ବ୍ୟାଙ୍କ କାମ, ନ ହେଲେ ବଢିବ ଟେନସନ୍!

ସେହିପରି କୋରୋନା ସହ ଲକଡାଉନ ମଧ୍ୟ ଅନେକ ଶିକ୍ଷା ଦେଇଛି । ଡିଜିଟାଲ ପ୍ଲାଟଫର୍ମର ସଠିକ ସଦୁପଯୋଗ, ଘରେ ରହି ମହିଳାଙ୍କୁ କାମରେ ସାହାଯ୍ୟ କରିବା, ଯେଉଁ ବ୍ୟକ୍ତି ବିଶେଷ ନିଜ କାମରୁ କେବେ ଫୁରସତ ପାଉନଥିଲେ ସେମାନେ ନିଜ ପରିବାର ସହ ସମୟ ବିତାଇଲେ । ୱାର୍କ ଫ୍ରମ ହୋମର ଟ୍ରେଣ୍ଡ । ଯାହା କେବେ କେଉଁ କମ୍ପାନୀ ଭାବିନଥିଲା, ନିଜ ବ୍ୟବସାୟକୁ କ୍ଷତିରୁ ବଞ୍ଚାଇଥିଲା Work From Home. ଘରୁ ରହି କାମ କରିବା ସହ କୋରୋନାକୁ ମାତ୍ ଦେବାରେ ବି କିଛିଟା ମାତ୍ରାରେ ସକ୍ଷମ ହୋଇଛନ୍ତି ଦେଶବାସୀ । ପରିସ୍କାର ପରିଚ୍ଛନ୍ନତା ଶିଖାଇଥିଲେ କୋରୋନା । ଏହାସହ ନିଜ ଦେଶକୁ Vocal For Local ଓ ଆତ୍ମନିର୍ଭର ଅଭିଯାନ ଦିଗରେ ଆଗେଇ ନେବାକୁ ମଧ୍ୟ ସାହାଯ୍ୟ କରିଛି ଲକଡାଉନ ଓ କୋରୋନା ମହାମାରୀ । ଅନ୍ୟପଟେ ଏହି ସମୟରେ ସାମ୍ନାକୁ ଆସିଥିଲେ ରିଲ ଲାଇଫର ରିଅଲ ହିରୋ ବଲିଉଡର ଷ୍ଟାର ସୋନୁ ସୁଦ୍ ଓ ଓଲିଉଡ ଷ୍ଟାର ସବ୍ୟସାଚୀ ମିଶ୍ର।

Also Read: ଲୁଚି ଲୁଚି କୋରୋନା ଭ୍ୟାକସିନ ନେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ତେବେ କୋରୋନା ଭ୍ୟାକସିନ (Corona Vaccine) ଆସିବା ପରେ ଆଶ୍ୱସ୍ତି ଲାଭ କରିଛନ୍ତି ଦେଶବାସୀ ।  ହେଲେ ଟିକିଏ ଅବହେଳା ବି ଆଜି ଆମ ଜୀବନ କୁ ବିପଦରେ ପକାଇପାରେ । ଯାହାଫଳରେ ଏବେ ପୁଣି ଦେଶରେ କୋରୋନାର ଗତି ବଢିବାରେ ଲାଗିଛି । ଯାହାଫଳରେ ପୁଣିଥରେ ଚିନ୍ତାରେ ପଡ଼ିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । କିଛି କିଛି ସ୍ଥାନରେ ନାଇଟ କର୍ଫ୍ୟୁ ବି ଲାଗିଛି । ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଲକଡାଉନ(Lockdown) ଘୋଷଣା କରାଯାଇଥିବା ବେଳେ ପୁଣିଥରେ କୋରୋନାର ୭୭୧ ପ୍ରକାର ଚିହ୍ନଟ ପରେ ଏବେ ସ୍ଥିତି ଭୟଙ୍କର ହେବା ନେଇ ଆଶଙ୍କା କରାଯାଉଛି ।