Onion କାରଣରୁ ବ୍ୟାପୁଛି Black Fungus ସଂକ୍ରମଣ; ଏହି ଜବାବ ରଖିଲେ AIIMS Doctor
Advertisement
Article Detail0/zeeodisha/odisha909349

Onion କାରଣରୁ ବ୍ୟାପୁଛି Black Fungus ସଂକ୍ରମଣ; ଏହି ଜବାବ ରଖିଲେ AIIMS Doctor

ଫଙ୍ଗସ୍  ସଂକ୍ରମଣ ଦେଶରେ କୋରୋନା ମହାମାରୀ ଆସିବା ପୂର୍ବରୁ ବହୁତ କମ ମାତ୍ରାରେ ଦେଖିବାକୁ ମିଳୁଥିଲା। 

Onion କାରଣରୁ ବ୍ୟାପୁଛି Black Fungus ସଂକ୍ରମଣ; ଏହି ଜବାବ ରଖିଲେ AIIMS Doctor

ନୂଆଦିଲ୍ଲୀ: ପ୍ରାୟ ବର୍ଷେରୁ ଉର୍ଦ୍ଧ୍ୱ ସମୟ ଧରି ଦେଶର ଆତଙ୍କ ଖେଳାଇଛି କୋରୋନା ଭାଇରସ। ଏହି ବିଶ୍ୱ ମହାମାରୀର ମୁକାବିଲା ପାଇଁ ଭାରତ ସମେତ ବିଭିନ୍ନ ବିଭିନ୍ନ ଦେଶରେ କାର୍ଯ୍ୟକାରୀ ହୋଇଛି ଗଣ ଟିକାକରଣ ବ୍ୟବସ୍ଥା। ହେଲେ ଏହା ସତ୍ତ୍ୱେ ଦେଶ ତଥା ବିଦେଶରେ ମଧ୍ୟ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ ଏହାର ପ୍ରକୋପ। 

ପ୍ରାୟ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଦେଶର କୋରୋନା ମହାମାରୀ (Corona Pandemic) ପ୍ରକୋପ ଜାରି ରହିଥିବା ବେଳେ ଏବେ ବ୍ଲାକ ଫଙ୍ଗସ୍ (Black Fungus), ହ୍ୱାଇଟ ଫଙ୍ଗସ୍ (White Fungus), ୟଲୋ ଫଙ୍ଗସ୍ (Yellow Fungus) ଭଳି ନୂଆ ସଂକ୍ରମଣ। ଯାହା ଦେଶରେ କୋରୋନା ମହାମାରୀ ଆସିବା ପୂର୍ବରୁ ବହୁତ କମ ମାତ୍ରାରେ ଦେଖିବାକୁ ମିଳୁଥିଲା ହେଲେ କୋଭିଡ୧୯ ସଂକ୍ରମଣ ଦିନକୁ ଦିନକୁ ବଢିବା ପରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା ଅଧିକ ସଂଖ୍ୟାରେ ଦୃଶ୍ୟମାନ ହେଉଛି।     

Also Read: କେଉଁମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ସମ୍ଭାବନା ଅଧିକ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

କୋରନା ପରେ ଏବେ ଦେଶରେ ସଂକ୍ରମଣ ଅଧିକ ମାତ୍ରାରେ ସକ୍ରିୟ ରହିଛି। ଏପରିକି ଏହି ସଂକ୍ରମଣକୁ ନେଇ ସୋସିଆଲ ମିଡିଆ (Social Media) ସହ ବିଭିନ୍ନ ଗଣମାଧ୍ୟମରେ (Mass Media) ଅନେକ ପ୍ରକାର ଖବର (Fungus News) ପ୍ରକାଶିତ ହେଉଛି। ସଦ୍ୟ ଫେସବୁକ ଭଳି ଏକ ସାମାଜିକ ଗଣମାଧ୍ୟମରେ (Social Media Facebook) ଏ ସମ୍ପର୍କିତ ଖବର ବହୁଳ ମାତ୍ରାରେ ଭାଇରାଲ ହେଉଛି। ଯେଉଁଥିଲେ ଦର୍ଶାଯାଉଛି ଘରୋଇ ବ୍ଲାକ ଫଙ୍ଗସ୍ ଠାରୁ ସାବଧାନ ରୁହନ୍ତୁ (Beware of Domestic Black Fungus)। 

Also Read: ବ୍ଲାକ୍ ଫଙ୍ଗସଠୁ ଅଧିକ ବିପଦଜ୍ଜନକ ହ୍ୱାଇଟ୍ ଫଙ୍ଗସ୍, ଜାଣନ୍ତୁ ଏହା ଶରୀର ଉପରେ କିପରି କରେ ଆକ୍ରମଣ

ଫଙ୍ଗସ୍ ସମ୍ପର୍କିତ ଏହି ଭାଇରାଲ ପୋଷ୍ଟ (Fungus Viral Post) ମାଧ୍ୟମରେ କୁହାଯାଉଛି ଯେ ଖାଦ୍ୟ ପ୍ରସ୍ତୁତିରେ ଆପଣ ବ୍ୟବହାର କରୁଥିବା ପିଆଜରୁ ଆପଣଙ୍କ ଶରୀର ମଧ୍ୟକୁ ବ୍ଲାକ ଫଙ୍ଗସ୍ ପ୍ରବେଶ କରିପାରେ। ଆଜ୍ଞା ହିଁ ଏପରି ଏକ ପୋଷ୍ଟ ଏବେ ଖବୁ ଭାଇରାଲ ହେବାରେ ଲାଗିଛି। 

Also Read: ଜାଣନ୍ତୁ ବ୍ଲାକ୍ ଓ ହ୍ୱାଇଟ୍ ଫଙ୍ଗସର ଲକ୍ଷଣ ମଧ୍ୟରେ ପାର୍ଥକ୍ୟ, ଶରୀରର ଏସବୁ ଅଂଶରେ ପହଞ୍ଚାଉଛି କ୍ଷତି

ପିଆଜ କିଣିବା ସମୟରେ ଆପଣ ଏହାର ଚୋପା ଅଥବା ଅନ୍ୟ କୌଣସି ଅଂଶରେ ଏକ କଳା ସ୍ତର ରହିଥିବା ଦେଖିବାକୁ ପାଇଥିବେ। ଏହା ହେଉଛି ସେହି ବ୍ଲାକ ଫଙ୍ଗସ୍। ଯଦି ଆପଣ ଏହା ଉପରେ ନଜର ରଖିନାହାଁନ୍ତି ତାହେଲେ ଏହା ଆପଣଙ୍କ ଶରୀରକୁ ଖାଦ୍ୟ ମାଧ୍ୟମରେ ପ୍ରବେଶ କରିବ। ଏପରି ଏକ ଭାଇରାଲ ପୋଷ୍ଟକୁସ ନେଇ ଖୁବ ଜୋରସୋରରେ ଚର୍ଚ୍ଚା ଚାଲିଛି। 

Also Read: ଦେଶରେ ସାମ୍ନାକୁ ଆସିଲା ୟେଲୋ ଫଙ୍ଗସର ପ୍ରଥମ ମାମଲା; ଅନ୍ୟ ଦୁଇଟି ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ

ଏହି ଦାବି ଉପରେ ଅନୁସନ୍ଧାନ ମଧ୍ୟ କରାଯାଇଛି। ଯେଉଁଥିରେ କୁହାଯାଇଛି କୌଣସି ଖାଦ୍ୟ ପଦର୍ଥ ରଖିବା ପାଇଁ ଘରେ ଫ୍ରିଜ ବ୍ୟବହାର କରିଥାନ୍ତି ଲୋକେ। ହେଲେ ଏହା ମଧ୍ୟରେ କଳା ଛାଞ୍ଚ ତିଆରି କରିବା ଫଙ୍ଗସ୍ (Black Mold Making Fungus) ଏବଂ ମ୍ୟୁକୋର ମାଇକୋସିସ୍ (Mucor Mycosis) କାରଣରୁ ବନୁଥିବା ଫଙ୍ଗସ୍ ସମ୍ପୂର୍ଣ୍ଣ ଅଲଗା। ମ୍ୟୁକୋର ମାଇକୋସିସ୍ ଏକ ଗୁରୁତର ବିରଳ ଫଙ୍ଗଲ୍ ସଂକ୍ରମଣ। 

Also Read: Black Fungus ପ୍ରାଇଭେଟ ପାର୍ଟକୁ ମଧ୍ୟ କରିଥାଏ ଆଟାକ୍; ହୋଇପାରେ ଫଙ୍ଗଲ୍ ଇନଫେକ୍ସନ

ଫଙ୍ଗସ୍ ସମ୍ପର୍କିତ ଯେଉଁ ଭାଇରାଲ ଫେସବୁକ ପୋଷ୍ଟ କଥା କୁହାଯାଉଛି ତାହା ଭ୍ରମାତ୍ମକ ଏବଂ ମିଥ୍ୟା ବୋଲି ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି। କିଛି ଲୋକ ଜନ ମାନସରେ ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ପୋଷ୍ଟ ଭାଇରାଲ କରୁଛନ୍ତି।     

Also Read: ହ୍ୱାଇଟ ଫଙ୍ଗସ୍ ରୋଗୀର ଅନ୍ତନଳୀରେ ସୃଷ୍ଟି ହେଲା ଛିଦ୍ର; ଭାରତରେ ମିଳିଲା ବିଶ୍ୱର ପ୍ରଥମ ମାମଲା

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଦିଲ୍ଲୀସ୍ଥିତ ଏମ୍ସ ଚିକିତ୍ସାଳୟ ନିର୍ଦ୍ଦେଶ (Delhi AIIMS Director) ଡ.ରଣଦୀପ ଗୁଲେରିଆ (Dr.Randeep Gularia) କହିଛନ୍ତି ଫଙ୍ଗସ୍ ସଂକ୍ରମଣ ରୋକିବାକୁ ହେଲେ ଆକ୍ରମଣାତ୍ମକ ଶୈଳୀରେ କାମ କରିବାକୁ ହେବ। ଦେଶରେ କୋରୋନା ମାମଲା ହ୍ରାସ ପାଇଲେ ଫଙ୍ଗସ୍ ସଂକ୍ରମଣ ହ୍ରାସ ପାଇବାର ସମ୍ଭାବନା ରହିଛି। ମ୍ୟୁକୋର ମାଇକୋସିସ୍ ବ୍ଲାକ ଫଙ୍ଗସ୍ ନୁହେଁ। ଶରୀରରେ ରକ୍ତ ପ୍ରବାହ କମ ହେବା କାରଣରୁ ତ୍ୱଚାର ରଙ୍ଗ ଫିକା ପଡିଯାଏ। ଯାହା କୌଣସି ବ୍ୟକ୍ତିଙ୍କୁ ଲାଗିଥାଏ ଯେ ସେ କଳା ହୋଇଗଲେ। ଲୋକେ ଏହାକୁ ଏବେ ବ୍ଲାକ ଫଙ୍ଗସ ବୋଲି କହିବା ଆରମ୍ଭ କଲେଣି। ସାରା ଦେଶରେ ଏପର୍ଯ୍ୟନ୍ତ ୧୧୭୧୭ ବ୍ଲାକ ଫଙ୍ଗସ ମାମଲା ସାମ୍ନାକୁ ଆସିସାରିଛି। ଏହି ସଂଖ୍ୟା ଏବେ ଦ୍ରୁତ ଗତିରେ ବୃଦ୍ଧିପାଉଛି।