Operation Sindoor: ଭାରତର ଅପରେସନ୍ ସିନ୍ଦୂର ଏବଂ ପାକିସ୍ତାନର ପ୍ରତି ଆକ୍ରମଣ ଜନିତ ପରିସ୍ଥିତିକୁ ଆଖିରେ ରଖି ଭାରତର ବିଭିନ୍ନ ସ୍ଥାନରୁ ବିମାନ ଉଡ଼ାଣ ବାତିଲ କରିଛି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍। ଟାଟା ଦ୍ୱାରା ପରିଚାଳିତ ଏହି ଦୁଇ ବିମାନକୁ ଆଜି ମଧ୍ୟାହ୍ନ ଯାଏ ବନ୍ଦ ରଖାଯାଇଛି। ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।
Trending Photos
)

ଏକ୍ସରେ କୁହାଯାଇଛି ଯେ, ବର୍ତ୍ତମାନର ଅବସ୍ଥାକୁ ଦେଖି ଏୟାର ଇଣ୍ଡିଆ ଏହାର ବିମାନ ଚଳାଚଳକୁ ସାମୟିକ ବାତିଲ କରିଛି। ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମ ନଗର, ଚଣ୍ଡିଗଡ଼ ଏବଂ ରାଜକୋଟରୁ କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି କୁହାଯାଇଛି। ଏପରିକି ଏଠାରେ କୌଣସି ଅବତରଣ ମଧ୍ୟ ହେବ ନାହିଁ। ଏପରିକି ଦୁଇଟି ଆନ୍ତର୍ଜାତିକ ବିମାନ ଯାହା ଅମୃତସରରେ ଅବତରଣ କରିବାର ଥିଲା ତାହାକୁ ଆଜି ସକାଳେ ଦିଲ୍ଲୀରେ ଅବତରଣ କରାଯାଇଛି। ଏୟାର ଇଣ୍ଡିଆ ସୋଶାଲ୍ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇ ଯାତ୍ରୀଙ୍କୁ ହେଉଥିବା ଅସୁବିଧା ଲାଗି କ୍ଷମା ପ୍ରାର୍ଥନା କରିଛି।
ଏପରିକି ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରତିବନ୍ଧକ ଅନୁସାରେ ଅନେକ ଜାହାଜ ଚଳାଚଳରେ କମ୍ପାନୀକୁ ଅସୁବିଧାରର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଣୁ ଗ୍ରାହକମାନେ ଚାହିଁଲେ ସେମାନଙ୍କୁ ବୁକିଂରେ ପରିବର୍ତ୍ତନ କରିପାରିବେ। ଏଥିଲାଗି http://airindiaexpress.com/manage-booking ପରିପର୍ଶନ ଲାଗି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।
ଭାରତ ସରକାରଙ୍କ ଏହି କଟକଣାକୁ ଲକ୍ଷ୍ୟ କରି ସ୍ପାଇସ୍ ଜେଟ୍ ମଧ୍ୟ ଯାତ୍ରୀ ପରାମର୍ଶ ଜାରି କରିଛି। ବିଶେଷ କରି ଉତ୍ତର ଭାରତର କିଛି ବିମାନବନ୍ଦର ଲାଗି ଏହା ପ୍ରଯୁଜ୍ୟ ରହିଛି। ଏଥିଲାଗି ଯାତ୍ରୀମାନେ ସେମାନଙ୍କ ଯାତ୍ରାରେ ପରିବର୍ତ୍ତନ କରିବାକୁ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ଏଏନ୍ଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପରିସ୍ଥିତିକୁ ନଜରରେ ରଖି ଧର୍ମଶାଳା, ଲେହ, ଜମ୍ମୁ, ଶ୍ରୀନଗର ଏବଂ ଅମୃତସର ବିମାନବନ୍ଦରକୁ ଯାତ୍ରୀଙ୍କ ଲାଗି ବନ୍ଦ ରଖାଯାଇଛି।