Advertisement
Article Detail0/zeeodisha/odisha2751825
Zee OdishaOdisha National-InternationalOperation Sindoor: ନିହତଙ୍କ ମଧ୍ୟରେ ରହିଥିଲେ ମାସୁଦର ଭାଇ ଲସ୍କର ଇନଚାର୍ଜ ଅବୁ ଜୁନ୍ଦଲ ଏବଂ ଜୈଶର ହାଫିଜ

Operation Sindoor: ନିହତଙ୍କ ମଧ୍ୟରେ ରହିଥିଲେ ମାସୁଦର ଭାଇ ଲସ୍କର ଇନଚାର୍ଜ ଅବୁ ଜୁନ୍ଦଲ ଏବଂ ଜୈଶର ହାଫିଜ

Operation Sindoor: ମେ ୭ ତାରିଖ ରାତି ପ୍ରାୟ ୧.୩୦ ସମୟରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନ ସିନ୍ଦୂରରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଯାଇଥିଲା। ଗୁଇନ୍ଦା ସଂସ୍ଥାର ସୂତ୍ର ଅନୁସାରେ, ଭାରତୀୟ ଆକ୍ରମଣରେ ନିହତ ହୋଇଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ରହିଛନ୍ତି ମୁଦାସର ଖାଡିଆନ୍ ଖାସ୍, ହାଫିଜ୍ ମହମ୍ମଦ ଜମିଲ୍, ମହମ୍ମଦ ୟୁସୁଫ୍ ଆଝାର, ଖାଲିଦ (ଆବୁ ଆକାଶା) ଏବଂ ମହମ୍ମଦ ହାସନ ଖାନ ।

Operation Sindoor: ନିହତଙ୍କ ମଧ୍ୟରେ ରହିଥିଲେ ମାସୁଦର ଭାଇ ଲସ୍କର ଇନଚାର୍ଜ ଅବୁ ଜୁନ୍ଦଲ ଏବଂ ଜୈଶର ହାଫିଜ

Operation Sindoor: ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ଭାରତୀୟ ସେନାର ମିସାଇଲ୍ ଆକ୍ରମଣରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ତାଲିକା ସାମ୍ନାକୁ ଆସିଛି । ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ଭାଇ ଅବଦୁଲ ରଉଫ ଆଝାରଙ୍କ ବ୍ୟତୀତ ଲସ୍କର-ଏ-ତୈବା କମାଣ୍ଡର ଆବୁ ଜୁନ୍ଦଲ ଏବଂ ଜୈଶ ପାଣ୍ଠି ସଂଗ୍ରହକାରୀ ହାଫିଜ୍ ମହମ୍ମଦଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ରହିଥିବା ସୂଚନା ମିଳିଛି। ଅପରେସନ ସିନ୍ଦୂର ଅଧୀନରେ, ଭାରତୀୟ ସେନା ମେ ୭ ତାରିଖ ରାତି ପ୍ରାୟ ୧.୩୦ ସମୟରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଗୁଇନ୍ଦା ସଂସ୍ଥାର ସୂତ୍ର ଅନୁସାରେ, ଭାରତ ପକ୍ଷରୁ କରାଯାଇଥିବା ଆକ୍ରମଣରେ ନିହତ ହୋଇଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ମୁଦାସର ଖାଡିଆନ୍ ଖାସ୍, ହାଫିଜ୍ ମହମ୍ମଦ ଜମିଲ୍, ମହମ୍ମଦ ୟୁସୁଫ୍ ଆଝାର, ଖାଲିଦ (ଆବୁ ଆକାଶା) ଏବଂ ମହମ୍ମଦ ହାସନ ଖାନ ପ୍ରମୁଖଙ୍କ ନାମ ରହିଛି ।

ମହମ୍ମଦ ଜମିଲ ଏବଂ ୟୁସୁଫ ଆଝାର ଉଭୟ ମୌଲାନା ମାସୁଦ ଆଝାରଙ୍କ ସମ୍ପର୍କୀୟ ଥିଲେ। ମୁଦାସର ଖାଡିଆନ୍ ଖାସ୍ ମୁରିଦକେରେ ଅବସ୍ଥିତ ଲସ୍କର-ଏ-ତୈବାର ମୁଖ୍ୟାଳୟ ମର୍କଜ୍ ତୈବାର ମୁଖ୍ୟ ଥିଲା। ୟୁସୁଫ ଆଝାର IC-814 ହାଇଜ୍ୟାକିଂ ମାମଲାରେ ୱାଣ୍ଟେଡ୍ ଥିଲା । ଏଥିସହ ହାସନ ଖାନ ପାକିସ୍ତାନରେ ଜୈଶ-ଏ-ମହମ୍ମଦର ଅପରେସନାଲ କମାଣ୍ଡର ମୁଫତି ଅସଗର ଖାନ କାଶ୍ମୀରୀଙ୍କ ପୁଅ ହୋଇଥିବା ସୂଚନା ରହିଛି ।

Also Read- Operation Sindoor: ଓଡ଼ିଶାର ଏହି ୪ଟି ସ୍ଥାନରେ ବଢିଲା ସୁରକ୍ଷା ବ୍ୟବସ୍ଥା, ସୂଚନା ଦେଲେ ମନ୍ତ୍ରୀ

Add Zee News as a Preferred Source

Also Read- ATM ୩ଦିନ ବନ୍ଦ ରହିବା ଖବର ସତ ନା ମିଛ ? PIB ଦେଲା ସୂଚନା

About the Author