Advertisement
Article Detail0/zeeodisha/odisha2749147
Zee OdishaOdisha National-InternationalOperation Sindoor: ନିର୍ଣ୍ଣାୟକ ରାତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ବଙ୍କରରେ, ଜେନେରାଲ ଦେଶ ଛାଡ଼ିବାକୁ ଯୋଜନା

Operation Sindoor: ନିର୍ଣ୍ଣାୟକ ରାତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ବଙ୍କରରେ, ଜେନେରାଲ ଦେଶ ଛାଡ଼ିବାକୁ ଯୋଜନା

ନୂଆଦିଲ୍ଲୀ: ପାକିସ୍ତାନର ଭୂଗୋଳ ବଦଳିପାରେ। ରାତି ପାହିଲା ବେଳକୁ ଯାହା ଯେଉଁ ସ୍ଥାନରେ ଥିଲା ତାହା ହୁଏତ ଆଉ ନମିଳିପାରେ। ଯେଉଁଭଳି ଭାବେ ଭାରତର ତିନି ସେନା ପାକିସ୍ତାନର ଆତଙ୍କବାଦକୁ ଜବାବ ଦେବା ଆରମ୍ଭ କରିଛନ୍ତି ତାହା ହୁଏତ ପାକିସ୍ତାନ କେବେ ଆକଳନ କରି ନଥିଲା। ଆଉ ସେଥିଲାଗି ପାକିସ୍ତାନର ବିଭିନ୍ନ ବଡ଼ବଡ଼ ନେତା, ସେନା ବାହିନୀ କର୍ମକ

Operation Sindoor:  ନିର୍ଣ୍ଣାୟକ ରାତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ବଙ୍କରରେ, ଜେନେରାଲ ଦେଶ ଛାଡ଼ିବାକୁ ଯୋଜନା

Operation Sindoor: ନୂଆଦିଲ୍ଲୀ: ପାକିସ୍ତାନର ଭୂଗୋଳ ବଦଳିପାରେ। ରାତି ପାହିଲା ବେଳକୁ ଯାହା ଯେଉଁ ସ୍ଥାନରେ ଥିଲା ତାହା ହୁଏତ ଆଉ ନମିଳିପାରେ। ଯେଉଁଭଳି ଭାବେ ଭାରତର ତିନି ସେନା ପାକିସ୍ତାନର ଆତଙ୍କବାଦକୁ ଜବାବ ଦେବା ଆରମ୍ଭ କରିଛନ୍ତି ତାହା ହୁଏତ ପାକିସ୍ତାନ କେବେ ଆକଳନ କରି ନଥିଲା। ଆଉ ସେଥିଲାଗି ପାକିସ୍ତାନର ବିଭିନ୍ନ ବଡ଼ବଡ଼ ନେତା, ସେନା ବାହିନୀ କର୍ମକର୍ତ୍ତା ନିଜର ଜୀବନ ବଞ୍ଚାଇବା ଲାଗି ଦେଶ ଛାଡ଼ି ଚାଲି ଯାଉଥିବା ଖବର ସାମ୍ନାକୁ ଆସୁଛି। 

ଅପରେସନ୍‍ ସିନ୍ଦୂରର ଦ୍ୱିତୀୟ ପର୍ଯ୍ୟାୟ ଅତ୍ୟନ୍ତ ନିର୍ଣ୍ଣୟକ ହୋଇଛି। ଆଜି ସନ୍ଧ୍ୟାରେ ଭାରତ ପକ୍ଷରୁ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପର ଜବାବ ଦେବା ଆରମ୍ଭ ହୋଇଛି। ଏହିକ୍ରମରେ ପାକିସ୍ତାନର ଲାହୋର, କରାଚି, ଈସ୍‍ଲାମାବାଦ, ଶିଆଲ କୋଟ, ପେଶଓ୍‍ୱାର ପ୍ରଭୃତି ସହରରେ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଏଥିରେ ପ୍ରଭାବିତ ହୋଇ ପାକିସ୍ତାନ ଜବାବ ଦେବାକୁ ସମୟ ପାଇ ନାହିଁ।

ଭାରତୀୟ ବାୟୁସେନା ପକ୍ଷରୁ ଆଜି ରାତି ଶେଷ ରାତି ବୋଲି କୁହାଯାଇ ଏକ୍ସରେ ପୋଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ବି ବଙ୍କରରେ ଲୁଚିଛନ୍ତି। କିନ୍ତୁ କେତେଯାଏ ପଳାୟନ କରିବେ ବୋଲି ପ୍ରଶ୍ନ କରାଯାଇଛି। 

Add Zee News as a Preferred Source

ଭାରତୀୟ ବାୟୁସେନା ଜୟ ହିନ୍ଦ କି ସେନା କହିବା ସହ ଫୈଶାଲା ବାଦରେ ବଡ଼ ବିସ୍ଫୋରଣର ସୂଚନା ଦେଇଛି। ପାକିସ୍ତାନ ସେନାର କିଛି ଅଧିକାରୀ ଏବଂ ଜେନେରାଲ ଦେଶ ଛାଡ଼ି ଚାଲି ଯିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଭାରତୀୟ  ସ୍ଥଳ ସେନା ଏକ ସେଶାଲ୍‍ ମିଡିଆ ପୋଷ୍ଟିଂରେ କହିଛି ଯେ, ଯୁଦ୍ଦ ଆରମ୍ଭ ହୋଇଛି। ଆତଙ୍କବାଦୀଙ୍କୁ କୌଣସି ରୂପେ ଛାଡ଼ ଦିଆଯିବ ନାହିଁ ବୋଲି କହିଛି ସେନା। 

ଅପରପକ୍ଷେ ପାକିସ୍ତାନ ଦ୍ୱାରା ହେଉଥିବା ଆକ୍ରମଣକୁ ଭାରତ ଜବାବ ଦେଉଛି। ଭାରତ ୮ଟି ଫାଇଟର ଜେଟ୍‍କୁ ଖସାିବାରେ ସକ୍ଷମ ହୋଇଛି। ଜଣେ ପାଇଲଟଙ୍କୁ ମଧ୍ୟ ଗିରଫ କରିଛି। 
ଭାରତର ଇଣ୍ଡିଆ ଗେଟ୍‍ ଅଞ୍ଚଳକୁ ଖାଲି କରାଯାଉଛି। ଏହାକୁ ଏକ ସମ୍ବେଦନଶୀଳ ସମୟ ଭାବେ ଗ୍ରହଣ କରାଯାୁଛି। ପାକିସ୍ତାନ ଏହି ସମୟରେ ବଡ଼ ଧରଣର ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି।

About the Author