Advertisement
Article Detail0/zeeodisha/odisha2749088
Zee OdishaOdisha National-InternationalOperation Sindoor:ଅପରେସନ୍‍ ସିନ୍ଦୂର: ଯୁଦ୍ଧ ବଦଳରେ ଆଲୋଚନାର ପ୍ରସ୍ତାବ ଦେଲା ପାକିସ୍ତାନ

Operation Sindoor:ଅପରେସନ୍‍ ସିନ୍ଦୂର: ଯୁଦ୍ଧ ବଦଳରେ ଆଲୋଚନାର ପ୍ରସ୍ତାବ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଅପରେସନ୍‍ ସିନ୍ଦୂର ଅଧିକ ଉତ୍ତେଜନାମୂଳକ ହୋଇଛି। ଭାରତର ବିଭିନ୍ନ ସ୍ଥାନକୁ ପାକିସ୍ତାନ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରୁଛି। ଯୁଦ୍ଧ ଜାହାଜ ମାଡ଼ କରି ବିଭିନ୍ନ ସହରକୁ ଧ୍ୱଂସ କରିବାକୁ ଚେଷ୍ଟା କରିଛି। କିନ୍ତୁ ଭାରତର ସାମରିକ ବାହିନୀ ଓ ଟେକ୍ନୋଲୋଜି ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିବାରେ ସକ୍ଷମ ହୋଇଛି। ଏପ

Operation Sindoor:ଅପରେସନ୍‍ ସିନ୍ଦୂର: ଯୁଦ୍ଧ ବଦଳରେ ଆଲୋଚନାର ପ୍ରସ୍ତାବ ଦେଲା ପାକିସ୍ତାନ

Operation Sindoor:ନୂଆଦିଲ୍ଲୀ: ଅପରେସନ୍‍ ସିନ୍ଦୂର ଅଧିକ ଉତ୍ତେଜନାମୂଳକ ହୋଇଛି। ଭାରତର ବିଭିନ୍ନ ସ୍ଥାନକୁ ପାକିସ୍ତାନ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରୁଛି। ଯୁଦ୍ଧ ଜାହାଜ ମାଡ଼ କରି ବିଭିନ୍ନ ସହରକୁ ଧ୍ୱଂସ କରିବାକୁ ଚେଷ୍ଟା କରିଛି। କିନ୍ତୁ ଭାରତର ସାମରିକ ବାହିନୀ ଓ ଟେକ୍ନୋଲୋଜି ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିବାରେ ସକ୍ଷମ ହୋଇଛି। ଏପରିକି ପାକିସ୍ତାନ ପଠାଇଥିବା ୨ଟି ଜେଏଫ୍‍ ୧୭କୁ ଭାରତର ଆକ୍ରମଣ ନିରୋଧ ବ୍ୟବସ୍ଥା ତଳକୁ ଖସାଇବାରେ ସକ୍ଷମ ହୋଇଛି। ଏହାକୁ ପାକିସ୍ତାନ କେବଳ କ୍ଷତି ନୁହେଁ ବରଂ ଭାବପ୍ରବଣତାକୁ ଆଘାତ ବୋଲି ବର୍ଣ୍ଣନା କରିଛନ୍ତି ପାକିସ୍ତାନର ଡିଜିଆଇଏସ୍‍ପିଆର୍‍ ଅହମ୍ମଦ ସରୀଫ୍‍ ଚୌଧୁରୀ। ଏହା ପୂର୍ବରୁ ପାକିସ୍ତାନ ପଠାଇଥିବା ଆଉ  ଏକ ଏଫ୍‍ ୧୬ ବିମାନକୁ ମଧ୍ୟ ମାରି ଖସାଇବାରେ ସକ୍ଷମ ହୋଇଛି ଭାରତ। 

ଲଗାତାର ଭାବେ ଗତ ଏକ ଘଣ୍ଟା ହେଲା ପାକିସ୍ତାନ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଉଛି। ଭାରତ ପକ୍ଷରୁ  ନୂଆଦିଲ୍ଲୀ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବିଜୁଳି କାଟ କରାଯାଇ କ୍ଷେପଣାସ୍ତ୍ର ନିରୋଧ ବ୍ୟବସ୍ଥାକୁ କ୍ରିୟାଶାଳୀ କରାଯାଇଛି। ବିଶେଷକରି ଜୟଶାଲ୍‍ମିର, ପଞ୍ଜାବ ଓ ଜଗମ୍ମୁରେ ଆକ୍ରମଣ ଜୋରଦାର ହୋଇଛି। ରଜୌରୀ ଓ ପଠାନ୍‍କୋଠାରେ ଆକ୍ରମଣ ହୋଇଥିବା ନେଇ ପାକିସ୍ତାନ ପକ୍ଷରୁ ପ୍ରସାରିତ ଖବରକୁ ଅସତ୍ୟ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। 

ଅପରପକ୍ଷେ ଭାରତ ପକ୍ଷରୁ ଲାହୋରଠାରେ ଡ୍ରୋନ ଆକ୍ରମଣ କରାଯାଇଛି। ଗତ ୨୫ ମିନିଟ ହେଲା ଭାରତ ପକ୍ଷରୁ ଆକ୍ରମଣ ଜାରି ରହିଛି। ଭାରତ ପକ୍ଷରୁ ଫାଇଟର ଜେଟ୍‍କୁ ପାକିସ୍ତାନର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରାଯାଇଛି।  ଏହି ଆକ୍ରମଣ ଅତ୍ୟନ୍ତ ସନ୍ତର୍ପଣର ସହ କରାଯାଉଛି। କାରଣ ଭାରତ ଏହି ଉତ୍ତରଦାୟୀ ଆକ୍ରମଣକୁ କେବଳ ଆତଙ୍କବାଦୀଙ୍କ  ବିପକ୍ଷରେ ବ୍ୟବହାର କରିବାକୁ ଚେଷ୍ଟା କରିଛି।

Add Zee News as a Preferred Source
About the Author