Advertisement
Article Detail0/zeeodisha/odisha2746744
Zee OdishaOdisha National-InternationalOperation Sindoor: ଭାରତକୁ ସମର୍ଥନ କଲା ଆମେରିକା, ଏହା ଦାବି କଲେ ସାଂସଦ

Operation Sindoor: ଭାରତକୁ ସମର୍ଥନ କଲା ଆମେରିକା, ଏହା ଦାବି କଲେ ସାଂସଦ

Operation Sindoor: ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଆମେରିକୀୟ ସାଂସଦ ନିଜ ମତ ରଖି କହିଛନ୍ତି ଯେ, 'ଜମ୍ମୁ ଓ କାଶ୍ମୀରରେ ହୋଇଥିବା ଭୟଙ୍କର ଆକ୍ରମଣ ପରେ ଆଜି ଭାରତ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଛି, ଯେଉଁଥିରେ ପ୍ରାୟ ୨୮ ଜଣ ଲୋକଙ୍କ ଜାବନ ଯାଇଛି । ଏଥିସହ ୨୦ ରୁ ଅଧିକ ଜଣ ଆହତ ହୋଇଥିଲେ।' ସାଂସଦ ଏକଥା ମଧ୍ୟ କହିଛନ୍ତି ଯେ, ଆତଙ୍କବାଦକୁ ସହ୍ୟ କରାଯାଇପାରିବ ନାହିଁ । ତେଣୁ ଏହାର ଦୃଢ ଜବାବ ଦେବାକୁ ପଡିବ। ଉଗ୍ରବାଦୀ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ପାଇଁ ମୁଁ ମୋର ସହଯୋଗୀଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛି।

Operation Sindoor: ଭାରତକୁ ସମର୍ଥନ କଲା ଆମେରିକା, ଏହା ଦାବି କଲେ ସାଂସଦ

Operation Sindoor: ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ଏୟାର ଷ୍ଟ୍ରାଇକ୍କୁ ଆମେରିକା ମଧ୍ୟ ସମର୍ଥନ କରୁଛି। ଭାରତୀୟ ଜନ୍ମିତ ଆମେରିକୀୟ କଂଗ୍ରେସ ସଦସ୍ୟ ଶ୍ରୀ ଥାନେଦାର ଭାରତର ମିସାଇଲ୍ ଆକ୍ରମଣକୁ ସମର୍ଥନ କରିଛନ୍ତି । ସେ ତାଙ୍କ ସରକାରଙ୍କଠାରୁ ମଧ୍ୟ ସମାନ ଦାବି କରିଛନ୍ତି। ଶ୍ରୀ ଥାନେଦାର ଭାରତ ସହିତ ଏକତା ପ୍ରଦର୍ଶନ କରିବାକୁ ଆମେରିକାକୁ ଆହ୍ୱାନ କରିଛନ୍ତି। ପାକିସ୍ତାନ ଉପରେ ଭାରତର ମିସାଇଲ୍ ଆକ୍ରମଣକୁ ସମର୍ଥନ କରି ଆମେରିକୀୟ ସାଂସଦ କହିଛନ୍ତି ଯେ, ଆତଙ୍କବାଦକୁ କଦାପି ଗ୍ରହଣ କରାଯାଇପାରିବ ନାହିଁ । ଭାରତର ନିଜ ଲୋକଙ୍କୁ ସୁରକ୍ଷା ଦେବାର ଅଧିକାର ରହିଛି।

ଭାରତ ପକ୍ଷରୁ ଗତ ରାତି ୧.୩୦ ସମୟରେ ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା ​​ଯେଉଁଥିରେ ପ୍ରାୟ ୯୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଏହି ଆକ୍ରମଣ କରିଥିଲା । ଆପଣଙ୍କୁ କହିରଖୁଛୁ ଯେ, ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଆମେରିକୀୟ ସାଂସଦ ନିଜ ମତ ରଖି କହିଛନ୍ତି ଯେ, 'ଜମ୍ମୁ ଓ କାଶ୍ମୀରରେ ହୋଇଥିବା ଭୟଙ୍କର ଆକ୍ରମଣ ପରେ ଆଜି ଭାରତ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଛି, ଯେଉଁଥିରେ ପ୍ରାୟ ୨୮ ଜଣ ଲୋକଙ୍କ ଜାବନ ଯାଇଛି । ଏଥିସହ ୨୦ ରୁ ଅଧିକ ଜଣ ଆହତ ହୋଇଥିଲେ।' ସାଂସଦ ଏକଥା ମଧ୍ୟ କହିଛନ୍ତି ଯେ, ଆତଙ୍କବାଦକୁ ସହ୍ୟ କରାଯାଇପାରିବ ନାହିଁ । ତେଣୁ ଏହାର ଦୃଢ ଜବାବ ଦେବାକୁ ପଡିବ। ଉଗ୍ରବାଦୀ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ପାଇଁ ମୁଁ ମୋର ସହଯୋଗୀଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛି।

Add Zee News as a Preferred Source

ଆମେରିକାର ସାଂସଦ ଏକଥା ମଧ୍ୟ ଆହ୍ୱାନ କରିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ସରକାରଙ୍କୁ ଭାରତ ସହିତ ଠିଆ ହେବା ଉଚିତ । 'ଆତଙ୍କବାଦ ବିରୁଦ୍ଧରେ ଆମେରିକା ସର୍ବଦା ତାର ସହଯୋଗୀମାନଙ୍କ ସହିତ ସାଥ୍ ଦେବା ଉଚିତ।' ମିଳିତ ଭାବେ ବିପଦର ମୁକାବିଲା କରିବା ଆବଶ୍ୟକ ଏବଂ ଗଣତନ୍ତ୍ର, ମାନବାଧିକାର ଏବଂ ଧାର୍ମିକ ସ୍ୱାଧୀନତାର ନୀତିଗୁଡ଼ିକୁ ରକ୍ଷା କରିବା ପାଇଁ ଆମେରିକା-ଭାରତ ମଧ୍ୟରେ ଗଭୀର ସହଯୋଗର ଏହା ସମୟ।

ପାକିସ୍ତାନ ଉପରେ ଭାରତର ବିମାନ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏନେଇ ନିଜର ପ୍ରତିକ୍ରିୟା ରଖିଥିଲେ। ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ, ଟ୍ରମ୍ପ ସମଗ୍ର ପରିସ୍ଥିତିକୁ ଲଜ୍ଜାଜନକ ବୋଲି କହିଥିଲେ । ଉଭୟ ଦେଶକୁ ଉତ୍ତେଜନା ହ୍ରାସ କରିବାକୁ ଟ୍ରମ୍ପ ଅନୁରୋଧ କରିଥିଲେ। ଟ୍ରମ୍ପ କହିଛନ୍ତି ଯେ, ମୁଁ ଭାବୁଛି ଲୋକମାନେ ପୂର୍ବରୁ ଜାଣିଥିଲେ ଯେ, କିଛି ଘଟିବାକୁ ଯାଉଛି। ଭାରତ-ପାକିସ୍ତାନ ବହୁତ ଦିନ ଧରି ଲଢ଼ୁଛନ୍ତି ତେଣୁ ମୁଁ ଆଶା କରୁଛି ଏହାର ଶୀଘ୍ର ସମାଧାନ ଶୀଘ୍ର ଶେଷ ହେବ।

ପାକିସ୍ତାନଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀମାନଙ୍କ ବିରୁଦ୍ଧରେ ଭାରତର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଆମେରିକାର ଜଣେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଆମେରିକା ଏହି ରିପୋର୍ଟଗୁଡ଼ିକ ବିଷୟରେ ଅବଗତ ଅଛି । ବର୍ତ୍ତମାନର ଘଟଣାକ୍ରମ ଉପରେ ଆମର ମଧ୍ୟ କଡ଼ା ନଜର ରଖିଛି।

ସେହିପରି ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ଦ୍ୱାରା ଜାରି ହୋଇଥିବା ଏକ ବିବୃତ୍ତି ଅନୁଯାୟୀ, ଭାରତର ମିସାଇଲ୍ ଆକ୍ରମଣ ପରେ ତୁରନ୍ତ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଆମେରିକାର NSA ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଫୋନ୍ କରି ଏହି ବିଷୟ ବିଷୟରେ ଅବଗତ କରାଇଥିଲେ।

ଅନ୍ୟପଟେ, ଭାରତୀୟ ସେନା ଅପରେସନ ସିନ୍ଦୂର ଉପରେ ଏକ ପ୍ରେସମିଟ୍ କରି ଏୟାରଷ୍ଟ୍ରାଇକ ସମ୍ପର୍କୀତ ସମସ୍ତ ବିବରଣୀ ସେୟାର କରିଛି। ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ସମେତ କର୍ଣ୍ଣେଲ ସୋଫିଆ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ମଧ୍ୟ ଉପସ୍ଥିତ ଥିଲେ। ବ୍ରିଫିଂ ସମୟରେ ବୈଦେଶିକ ସଚିବ ମିଶ୍ରୀ କହିଥିଲେ, 'ଭାରତ ସୀମାପାର ଆକ୍ରମଣର ଜବାବ ଦେବା, ରୋକିବା ଏବଂ ପ୍ରତିରୋଧ କରିବାର ଅଧିକାର ପ୍ରୟୋଗ କରିଛି।' ଭାରତର କାର୍ଯ୍ୟ ମାପକାଠି, ଦାୟିତ୍ୱପୂର୍ଣ୍ଣ ଏବଂ ଉତ୍ତେଜନା ସୃଷ୍ଟିକାରୀ ନୁହେଁ। ଏହା ଆତଙ୍କବାଦର ଆୟୋଜକ ଏବଂ ଆର୍ଥିକ ସହାୟତା ପ୍ରଦାନକାରୀଙ୍କୁ ଦାୟୀ କରିବା ପାଇଁ ଏକ ପ୍ରୟାସ ଥିଲା। ଏହି ପରିପ୍ରେକ୍ଷୀରେ ଭାରତର କାର୍ଯ୍ୟକଳାପକୁ ଦେଖାଯିବା ଉଚିତ।

ବ୍ରିଫିଂରେ କର୍ଣ୍ଣେଲ ସୋଫିଆ କୁରେଶୀ ସୂଚନା ଦେଇ କହିଥିଲେ ଯେ, ନିର୍ଦ୍ଦୋଷ ପର୍ଯ୍ୟଟକ ଏବଂ ସେମାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କହିଛନ୍ତି ଯେ, ଏ ସମ୍ପର୍କରେ ଦୃଢ଼ ଗୁଇନ୍ଦା ସୂଚନା ପରେ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଆତଙ୍କବାଦ ବିରୁଦ୍ଧରେ ଭାରତ ପକ୍ଷରୁ ହୋଇଥିବା କ୍ଷପଣାସ୍ତ୍ର ମାଡରେ ପାକିସ୍ତାନୀ ଆତଙ୍କବାଦୀ ମାସୁଦ ଆଝାରର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏଥିସହ ତାଙ୍କର ଚାରି ଜଣ ସହଯୋଗୀ ମଧ୍ୟ ନିହତ ହୋଇଥିବା ଖବର ରହିଛି।

Also Read- Gold Horoscope: ଏହି ୫ଟି ରାଶିର ବ୍ୟକ୍ତି ଏହି ବାରରେ ସୁନା ପିନ୍ଧିବା ଅତ୍ୟନ୍ତ ଶୁଭ, ମିଳିଥାଏ ଆଶୀର୍ବାଦ

Also Read- Shukra Gochar 2025: ମେଷରେ ଶୁକ୍ରଙ୍କ ଚଳନ, ଚାକିରି ଏବଂ ବ୍ୟବସାୟରେ ସଫଳତା ପାଇବେ ୫ ରାଶି

About the Author