Advertisement
Article Detail0/zeeodisha/odisha2745983
Zee OdishaOdisha National-InternationalOperation Sindoor: ଯୁଦ୍ଧ ଆରମ୍ଭ-ପାକିସ୍ତାନର ୯ ଆତଙ୍କୀ ଶିବିର ଉପରେ ଭାରତର ଜୋରଦାର ଆକ୍ରମଣ

Operation Sindoor: ଯୁଦ୍ଧ ଆରମ୍ଭ-ପାକିସ୍ତାନର ୯ ଆତଙ୍କୀ ଶିବିର ଉପରେ ଭାରତର ଜୋରଦାର ଆକ୍ରମଣ

Operation Sindoor: ମଧ୍ୟ ରାତ୍ରୀରେ ଆକ୍ରମଣ କରିଛି ଭାରତ। ପାକିସ୍ତାନର ୯ ଆତଙ୍କବାଦୀ ଶିବିର ଉପରେ ଜୋରଦାର ରକେଟ୍‍ ମାଡ଼ କରାଯାଇଛି। ଆକାଶ ମାର୍ଗରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରର କେବଳ ଆତଙ୍କୀ ଶିବିର ଉପରେ ଏହି ଆକ୍ରମଣ କରାଯାଇଛି। ରାତି ପ୍ରାୟ ୧ଟା ବେଳେ ହୋଇଥିବା ଏହି ଆକ୍ରମଣର ନାଁ ରହିଛି ‘ଅପରେସନ୍‍ ସିନ୍ଦୁର’। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‍ ରିଜିଜ୍ଜୁ  ଏବଂ ଭାରତୀୟ ସେନା ପକ୍ଷରୁ ଏ ସମ୍ବନ୍ଧରେ  ‘ଏକ୍ସ’ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି। 

ଭାରତର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ପାକିସ୍ତାନର କୌଣସି ସୈନ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇ ନାହିଁ। ଏହି ଆକ୍ରମଣ ୨୨ ଏପ୍ରିଲରେ ଜମ୍ମୁ ଓ କଶ୍ମୀରର ପହଲଗାମ୍‍ଠାରେ ୨୫ ଜଣ ଭାରତୀୟଙ୍କ ଏବଂ ଜଣେ ନେପାଳୀ ନାଗରିକଙ୍କ ହତ୍ୟାର ପ୍ରତିଶୋଧ ବୋଲି କୁହାଯାଇଛି। 

କିନ୍ତୁ ଏହି ଆକ୍ରମଣକୁ ଭାରତ ସୀମିତ ନିୟନ୍ତ୍ରିତ ଏବଂ ଅଣ ଉତ୍ତେଜନାମୂଳକ ରଖିବାକୁ ଚାହିଁଛି ଭାରତ। ଟାର୍ଗେଟ ଚୟନ କରି ତାହାରି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଉଛି।  ଭାରତ ଏହା ପୂର୍ବରୁ ଏହି ଆତଙ୍କବାଦୀଙ୍କୁ ସୁରକ୍ଷା ଓ ସହାୟତା ଦେଉଥିବା ପାକିସ୍ତାନ ସହ ପୂର୍ବରୁ ହୋଇଥିବା ଜଳ ଚୁକ୍ତିକୁ ସ୍ଥଗିତ ରଖିଛି। 

Add Zee News as a Preferred Source

ପାକିସ୍ତାନ ଏହାର ଜବାବରେ ଚୀନ୍‍ ସହାୟତାରେ ପ୍ରଦାନ କରାଯାଇଥିବା ଜେଏଫ୍‍ ୧୭ ବିମାନରେ ଭାରତୀୟ ବାୟୁ ସେନାରେ ପ୍ରବେଷ କରିବା ପାଇଁ ଚେଷ୍ଟା କରାଯାଇଥିଲା। ଏହାକୁ ଭାରତୀୟ ବାୟୁସେନା ଦ୍ୱାରା ଧ୍ୱଂସ କରାଯାଇଛି। 

About the Author