• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

Operation Success: UP ATS ଜାଲରେ ଫସିଲେ ୪ Rohingya ଅନୁପ୍ରବେଶକାରୀ, କରୁଛନ୍ତି Black Money କାରବାର

ଅନୁପ୍ରବେଶକାରୀଙ୍କ ନିକଟରେ ନକଲି ପରିଚୟ ପତ୍ର ରହିଥିବାର ପ୍ରମାଣ ଏବେ ୟୁପି ଏଟିଏସ ହାତରେ ଲାଗିଛି। 

Operation Success: UP ATS ଜାଲରେ ଫସିଲେ ୪ Rohingya ଅନୁପ୍ରବେଶକାରୀ, କରୁଛନ୍ତି Black Money କାରବାର

ଲକ୍ଷ୍ନୌ: ଦେଶରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବସବାସ କରୁଥିବା କରୁଥିବା ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ନେଇ ସରଗରମ ହୋଇଉଠିଛି ଭାରତୀୟ ରାଜନୀତି। କେବଳ ଦେଶ ନୁହେଁ ଏବେ ରାଜ୍ୟରେ ଏହି ଅନୁପ୍ରବେଶକାରୀଙ୍କ ଉପସ୍ଥିତି ଉତ୍ତର ପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇପାରେ।       

ସୁଦୂର ମିଆଁମାରରୁ (Myanamar) ଭାରତକୁ (India) ଚାଲି ଆସିଥିବା ଅବୈଧ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ (Rohingya Infiltrators) ଏବେ ଉତ୍ତର ପ୍ରଦେଶ-ୟୁପି (Uttar Pradesh-UP) ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସ୍ଥାନ ଜମାଇ ସାରିଲେଣି। ଏପରିକି ସେମାନେ ଯେଉଁଠାରେ ବସବାସ କରୁଛନ୍ତି ସେଠାକାର ସ୍ଥାନୀୟ ଲୋକଙ୍କ ଭଳି ବିଭିନ୍ନ ଆବଶ୍ୟକୀୟ ପରିଚୟପତ୍ର (Identity Card) ମଧ୍ୟ ନିଜ ନାମରେ କରିସାରିଲେଣୀ। 

Also Read: UP Poll 2022 ପୂର୍ବରୁ ଭୟାନକ ଷଡଯନ୍ତ୍ର; ATS ପକ୍ଷରୁ ଚାଲିଛି 'Operation Rohingya'

ସେମାନଙ୍କ ନିକଟରେ ଭୋଟର ପରିଚୟ ପତ୍ର (Voter Identity Card) ରହିଥିବାର ପ୍ରମାଣ ଏବେ ୟୁପି ପୋଲିସ (UP Police) ବାହିନୀ ଅଧିନସ୍ଥ ଆତଙ୍କବାଦ ନିରୋଧି ବଳ-ଏଟିଏସ (Anti Terrorism Squad-ATS) ହାତରେ ଲାଗିଛି। ବେଆଇନ ଅନୁପ୍ରବେଶକାରୀ ଉପସ୍ଥିତିକୁ ନେଇ ସତର୍କ ରହିଛି ରାଜ୍ୟ ପୋଲିସ ବାହିନୀ। 

Also Read: ଦିଲ୍ଲୀ ଦଙ୍ଗା ଘଟଣାରେ ଆସିଲା ଭୀମ ଆର୍ମୀ-ପିଏଫଆଇ ଲିଙ୍କ୍!

ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Poll 2022) । ଏହି ନିର୍ବାଚନ ପୂର୍ବରୁ ରାଜ୍ୟରେ ବେଆଇନ ଭାବେ ବସବାସ କରିବା ସହ ଭୋଟର ପରିଚୟ ପତ୍ର ହାତେଇଥିବା ଏହି ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ବିତାଡ଼ିତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇଛି ୟୁପି ଏଟିଏସ। ଯାହାର ନାଁ ହେଉଛି ଅପରେସନ ରୋହିଙ୍ଗ୍ୟା (Operation Rohingya)। ଏହି ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ଯାଇ ଗତ ସପ୍ତାହରେ ରାଜ୍ୟର ବୁଲନ୍ଦସହର (Bulandshahr) ଏବଂ ମେରଠ (Meerut) ଜିଲ୍ଲାରୁ ୪ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ମାଡି଼ବସିଛି ୟୁପି ଏଟିଏସ।    

Also Read: Security Warning: ନିର୍ବାଚନ ପୂର୍ବରୁ UP ମୁହାଁ ହେଉଛନ୍ତି Rohingya Infiltrator

ଏହି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ରଖି ୟୁପି ପୋଲିସ ଆଇନ ଶୃଙ୍ଖଳା ବିଭାଗ ଏଡିଜି (UP Police Law & Order ADG) ପ୍ରଶାନ୍ତ କୁମାର (Prashant Kumar) କହିଛନ୍ତି  ଦେଶର ବିଭିନ୍ନ ସ୍ଥାନକୁ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ପଠାଉଥିବା ଏକ ଗୋଷ୍ଠୀର ୪ ସଦସ୍ୟଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେମାନେ ମାନବ ଚାଲାଣ (Human Trafficking) ଭଳି କାର୍ଯ୍ୟରେ ଜଡିତ ରହିବା ସହ ୩ ଜଣ ମହିଳାଙ୍କୁ ମାଲେସିୟା (Malaysia) ପଠାଇଥିବା ତଦନ୍ତରୁ ଜଣାପଡି଼ଛି।   

Also Read: India ଛାଡିବେ Rohingya; ପୁଣି ଫେରିଯିବେ Myanmar

ବେଆଇନ ଦସ୍ତାବିଜ (Documents) ପ୍ରସ୍ତୁତ କରିବା ଭଳି କାର୍ଯ୍ୟରେ ସେମାନେ ଜଡିତ ରହିଥିଲେ। ସେମାନଙ୍କ ନିକଟରୁ ସୁନା (Gold) ଭଳି ବହୁ ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଛି। ଏପରିକି ସେମାନେ ହାୱାଲା ଜରିଆରେ କଳାଧନ କାରବାର (Hawala Black Money) କରୁଥିବା ଜଣାପଡି଼ଛି। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ଗିରଫ ହୋଇଥିବା ଜଣାଇଛନ୍ତି ୟୁପି ଶୃଙ୍ଖଳା ବିଭାଗ ଏଡିଜି।    

Also Read: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାରରେ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଛି ଆଇଏସଆଇ

ଚଳିତ ମାସ ୮ ତାରିଖରେ ଗାଜିଆବାଦ (Ghaziabad) ଜିଲ୍ଲାରୁ ଆମିର ହୁସେନ ଏବଂ ନୂର ଆଲମ ନାମକ ଦୁଇ ଅନୁପ୍ରବେଶକାରୀ ଗିରଫ ହୋଇଥିଲେ। ସେମାନଙ୍କୁ ହୋଇଥିବେ ଜେରାରୁ ଜଣାପଡିଛି ଉଭୟେ ବାଂଲାଦେଶ (Bangladesh) ରାସ୍ତା ଦେଇ ମିଆଁମାରରୁ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଭାରତକୁ ଆଣିଥାନ୍ତି। ସେମାନଙ୍କ ପାଇଁ ଉଭୟେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରିବା ସହ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ବସାଇଥାନ୍ତି। ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରିବା କାମରେ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ସହଯୋଗ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରଖିଛି ୟୁପି ଏଟିଏସ।