ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ବିହାର-ମହାରାଷ୍ଟ୍ର ବିବାଦରେ ପରିଣତ ନକରନ୍ତୁ ବିରୋଧି: ଉଦ୍ଧବ ଠାକରେ
Advertisement

ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ବିହାର-ମହାରାଷ୍ଟ୍ର ବିବାଦରେ ପରିଣତ ନକରନ୍ତୁ ବିରୋଧି: ଉଦ୍ଧବ ଠାକରେ

ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ବିହାର-ମହାରାଷ୍ଟ୍ର ବିବାଦରେ ପରିଣତ ନକରନ୍ତୁ ବିରୋଧି: ଉଦ୍ଧବ ଠାକରେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ଏ ଘଟଣାକୁ ନେଇ ସୋସିଆଲ ମିଡିଆରେ ସମଗ୍ର ଦେଶରେ ଏନେଇ ଚର୍ଚ୍ଚା କରାଯିବ ସହ  କୁହାଯାଉଛି ସୁଶାନ୍ତ ଆତ୍ମହତ୍ୟା କରିପାରିବେ ନାହିଁ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହାରାଷ୍ଟ୍ର ସରକାର ଏହି ମାମଲାରେ ଅଧିକ କିଛି କହୁନାହାଁନ୍ତି ।

ମୁମ୍ବାଇ ପୋଲିସକୁନ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର(ଜୁଲାଇ ୩୧, ୨୦୨୦) କହିଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ମୁମ୍ବାଇ ପୋଲିସର ଦକ୍ଷତା ଉପରେ ପ୍ରଶ୍ନ ଉଠାଇବାକୁ ଉଦ୍ୟମ ଚାଲିଛି। ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରିବାକୁ ସକ୍ଷମ।

ଏହା ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ର କହିଛନ୍ତି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟ ଆସିବା ପରଠୁ, ଏ ଘଟଣାରେ ସିବିଆଇ ତଦନ୍ତ କରିବା ନେଇ ଦାବି ଜୋର ଧରିଛି । ଏନେଇ ସାଧାରଣ ଲୋକ ଏବଂ ରାଜନୈତିକ ଦଳ ପକ୍ଷରୁ ସିବିଆଇ ତଦନ୍ତ କରିବାକୁ ହେଉଥିବା ଦାବିକୁ ମହାରାଷ୍ଟ୍ର ସରକାର ଚାପରେ ରହିଛନ୍ତି।

ଏକ ମରାଠୀ ସମାଚାର ଦ୍ୱାରା ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି, ବିରୋଧି ଇଣ୍ଟରପୋଲ କିମ୍ବା ନମସ୍ତେ ଟ୍ରମ୍ପ ଘଟଣାରେ ମଧ୍ୟ ତଦନ୍ତ କରିବାକୁ ଦାବି କରିପାରନ୍ତି। ଏ ଘଟଣାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସେ ବୁଝିବା ଦରକାର, ଏହି ସମାନ ପୋଲିସ ବିଭାଗ ସହ ସେ ଗତ ୫ ବର୍ଷ ଧରି କାମ କରିଥିଲେ।

ସୁଶାନ୍ତ ମୃତ୍ୟୁ ମାମଲାରେ ମତ ରଖି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିପୋର୍ଟ ଦାଖଲ କରିବା ଦରକାର । ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବା ଲାଗି ଲୋକେ ଚାହୁଁଛନ୍ତି, ହେଲେ ରାଜ୍ୟରେ କ୍ଷମତାସୀନ ଥିବା ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡି ସରକାର ଏହା କରିବାକୁ ଦେବେ ନାହିଁ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆସିଥିବା ବୟାନ ଉପରେ ମତ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ କହିଛନ୍ତି, ମୁମ୍ବାଇ ପୋଲିସ୍ କର୍ମଚାରୀ କରୋନା ଯୋଦ୍ଧା ଏବଂ ଏଥିରେ ଆକ୍ରାନ୍ତ ହୋଇ ଅନେକ କର୍ମଚାରୀ ପ୍ରାଣ ହରାଇ ସାରିଲେଣି। ମୁମ୍ବାଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିବା ଏକ ଅପମାନ ଏବଂ ମୁଁ ଏହାକୁ ନିନ୍ଦା କରୁଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯଦି ଏହି ମାମଲାରେ କାହା ପାଖର କିଛି ପ୍ରମାଣ ରହିଛି, ସେ ଏହାକୁ ମୁମ୍ବାଇ ପୋଲିସକୁ ଦେଇପାରିବେ। ଆମେ ଏ ଘଟଣାରେ ଜଡିତ ଲୋକଙ୍କୁ ପଚରାଉଚରା କରିବୁ ଏବଂ ସେମାନଙ୍କୁ ଦଣ୍ଡିତ କରିବୁ । ଏହି ମାମଲାକୁ ମହାରାଷ୍ଟ୍ର ବନାମ ବିହାର ପ୍ରସଙ୍ଗ ଭାବରେ ପ୍ରଦର୍ଶିତ କରନ୍ତୁ ନାହିଁ। ଏପରି କରିବା ସବୁଠାରୁ ହାସ୍ୟାସ୍ପଦ ବିଷୟ।