ଡୋମିନିକାର ବିରୋଧୀଦଳ ନେତା ମେହୁଲ ଚୋକସିଙ୍କୁ ନେଇ କଲେ ସମ୍ବେଦନଶୀଳ ଖୁଲାସା, ଜାଣନ୍ତୁ କ'ଣ କହିଲେ
Advertisement

ଡୋମିନିକାର ବିରୋଧୀଦଳ ନେତା ମେହୁଲ ଚୋକସିଙ୍କୁ ନେଇ କଲେ ସମ୍ବେଦନଶୀଳ ଖୁଲାସା, ଜାଣନ୍ତୁ କ'ଣ କହିଲେ

ଡୋମିନିକାର ବିରୋଧୀଦଳର ନେତା ଲେନୋକ୍ସ ଲିଣ୍ଟନ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍ ଓ ତାଙ୍କ ସରକାର ଏହି ପ୍ରସଙ୍ଗରେ କଥାବାର୍ତ୍ତା କରୁନାହାଁନ୍ତି କାରଣ ସେ ସତ୍ୟ ପ୍ରକାଶ କରିବାକୁ ଚାହୁଁନାହାଁନ୍ତି । ପ୍ରକୃତ କଥା ହେଉଛି ପଳାତକ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ବିନା ଡକ୍ୟୁମେଣ୍ଟରେ ଡୋମିନିକା ପହଞ୍ଚା ଯାଇଥିଲା ।

 

ଡୋମିନିକାର ବିରୋଧୀଦଳ ନେତା ମେହୁଲ ଚୋକସିଙ୍କୁ ନେଇ କଲେ ସମ୍ବେଦନଶୀଳ ଖୁଲାସା, ଜାଣନ୍ତୁ କ'ଣ କହିଲେ

ଜଗଦୀଶ୍ ବାରିକ୍, ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସିଙ୍କୁ (Mehul Choksi) ନେଇ ଡୋମିନିକାର (Dominica) ରାଜନୀତି ତୀବ୍ର ହୋଇଛି । ବିରୋଧୀ ଦଳର ନେତା ଲେନୋକ୍ସ ଲିଣ୍ଟନ୍ (Lennox Linton) ଦାବି କରିଛନ୍ତି ଯେ ଚୋକସିଙ୍କ ଡୋମିନିକାରେ ପହଞ୍ଚିବା ବିଷୟରେ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟଙ୍କ (Roosevelt Skerrit) ସରକାର ସମ୍ପୂର୍ଣ୍ଣ ଭାବେ ଅବଗତ ଥିଲେ । ଯେତେବେଳେ କି ସରକାର କିଛି ଜାଣନ୍ତି ନାହିଁ ବୋଲି ଦର୍ଶାଉଛନ୍ତି । ଲିଣ୍ଟନ୍ କହିଛନ୍ତି ଯେ ଡୋମିନିକାରେ ମେହୁଲ ଚୋକସିଙ୍କ ଉପସ୍ଥିତି ଅନେକ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି ଓ ସରକାର ଏହାର ଜବାବ ଦେବା ଉଚିତ୍ ।

ବିନା ପାସପୋର୍ଟରେ ମିଳିଥିଲା ଏଣ୍ଟ୍ରି 
Zee News ର ଆଫିଲିଏଟ୍ ୱେବସାଇଟ୍ WION ସହିତ ସ୍ୱତନ୍ତ୍ର ଆଲୋଚନାରେ ଡୋମିନିକାର (Dominica) ବିରୋଧୀ ନେତା ଲେନୋକ୍ସ ଲିଣ୍ଟନ୍ ମେହୁଲ ଚୋକସି ବିବାଦକୁ ନେଇ ସ୍ଥାନୀୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ସେ କହିଛନ୍ତି ଯେ ଚୋକସି ଡୋମିନିକାକୁ ପାସପୋର୍ଟ ବିନା ଆସିଥିଲେ । ଯାହା ତାଙ୍କୁ ଚକିତ କରିଛି । ସରକାରଙ୍କୁ ପଚରାଯିବା ଉଚିତ ଯେ ପାସପୋର୍ଟ ବିନା ସେ କିପରି ଏଣ୍ଟ୍ରି କଲେ?

ଆହୁରି ପଢ଼ନ୍ତୁ: ଆଜିଠାରୁ ବନ୍ଦ ହେଲା Google ର ଏହି ସର୍ଭିସ, ନୂଆ ନିୟମ ଅନୁସାରେ ଦେବାକୁ ହେବ ଚାର୍ଜ

କିପରି ଜାଣିପାରିଲେ ନାହିଁ ଅଧିକାରୀ?
ଲେନୋକ୍ସ ଲିଣ୍ଟନ୍ କହିଛନ୍ତି, 'ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍ ଓ ତାଙ୍କ ସରକାର ଏହି ପ୍ରସଙ୍ଗରେ କଥାବାର୍ତ୍ତା କରୁନାହାଁନ୍ତି କାରଣ ସେମାନେ ଚାହୁଁ ନାହାଁନ୍ତି ଯେ ସତ୍ୟ ସମସ୍ତଙ୍କ ନିକଟରେ ପ୍ରକାଶ ପାଉ । ପ୍ରକୃତ କଥା ହେଉଛି ପଳାତକ ବ୍ୟବସାୟୀ ବାଧ୍ୟତାମୂଳକ ଡକ୍ୟୁମେଣ୍ଟ ବିନା ଡୋମିନିକାରେ ପହଞ୍ଚିଛନ୍ତି । ଲିଣ୍ଟନ୍ ଆହୁରି କହିଛନ୍ତି ଯେ ଚକସି ସମୁଦ୍ର ଦେଇ ଡୋମିନିକାରେ ପହଞ୍ଚିଥିଲେ, କିନ୍ତୁ ଯେଉଁ ଜାହାଜରୁ ସେ ଆସିଥିଲେ,ତାର ଚାଳକ ଏକ ମିଥ୍ୟା ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସେ ୨୫ ମଇରେ ଡୋମିନିକା ଆସିଥିଲେ ଯେତେବେଳେ କି ସେ ୨୩ ରେ ଆସି ସାରିଥିଲେ । ଏଥିସହ ସେ ଚୋକସିଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିନାହାଁନ୍ତି । ସର୍ବଶେଷରେ ସମ୍ପୃକ୍ତ ଅଧିକାରୀମାନେ ଏହା ବିଷୟରେ କିପରି ଜାଣିପାରିଲେ ନାହିଁ?

ଆହୁରି ପଢ଼ନ୍ତୁ: ଭାରତ ପାଇଁ ବଡ ଖୁସି ଖବର, ଟେଷ୍ଟ ସିରିଜରୁ ବାହାରିଲେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି!

ଡୋମିନିକାକୁ ବାଧ୍ୟତାମୂଳକ ଭାବେ ଆଣିଥିବା ଅଭିଯୋଗ ହୋଇଛି
ପିଏନବି ସ୍କାମ ଅଭିଯୋଗ କରିଛି ଯେ ମେହୁଲ ଚୋକସି ଗତ ସପ୍ତାହରେ ଆଣ୍ଟିଗୁଆରୁ ରହସ୍ୟମୟ ଭାବରେ ଅଦୃଶ୍ୟ ହୋଇ ଡୋମିନିକାରେ ପହଞ୍ଚିଥିଲେ । ଏହା ପରେ ତାଙ୍କୁ ଭାରତ ପଠାଇବାକୁ ଆଲୋଚନା ହୋଇଥିଲା, କିନ୍ତୁ ଡୋମିନିକା ଏହାକୁ ମନା କରିଦେଇଥିଲେ । ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ସ୍ଥାନୀୟ କୋର୍ଟ ଚୋକସିଙ୍କୁ ଅନ୍ୟ କୌଣସି ଦେଶକୁ ପଠାଇବାକୁ ମନା କରି ଦେଇଛନ୍ତି । ଏଥି ସହିତ ପଳାତକ ବ୍ୟବସାୟୀଙ୍କ ଓକିଲମାନେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଡୋମିନିକାକୁ ଜବରଦସ୍ତ ଅଣାଯାଇଥିଲା ଓ ଏହି ସମୟରେ ତାଙ୍କୁ ମଧ୍ୟ ନିର୍ଯାତନା ଦିଆଯାଇଥିଲା ।