ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ଟ୍ୱିଟ୍ କରି କହିଛନ୍ତି ଯେ, 'ପ୍ରଧାନମନ୍ତ୍ରୀଙ୍କ ଦେଶକୁ ସମ୍ବୋଧିତ କରିବା ଏମିତି କିଛି ଜିନିଷ ଯାହା କେବଳ ଏକ ଟ୍ୱିଟ୍ ମାଧ୍ୟମରେ କରାଯାଇପାରିବ, ଯେପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଦାବି କରୁଛନ୍ତି ; ରାଜ୍ୟଗୁଡିକ ବର୍ତ୍ତମାନର ଆର୍ଥିକ ନିୟମରୁ ରିହାତି, ଆର୍ଥିକ ରିଲିଫ୍ ଏବଂ ତୁରନ୍ତ ସହାୟତା କ୍ଷେତ୍ରରେ ଛାଡ ଆବଶ୍ୟକ କରିବା ଉଚିତ୍, ବଜୀର-ଏ-ଆଜାମ ଆଜି ପୁନଥରେ ଏହିସବୁକୁ ଅଣଦେଖା କରିଛନ୍ତି ।
Trending Photos
)
ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କୋରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ୍ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ଲକ୍ ଡାଉନ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଲକ୍ ଡାଉନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହେବାର ଥିଲା । ଅନେକ ବିରୋଧୀ ଦଳ ଲକ୍ ଡାଉନ୍ ବୃଦ୍ଧିକୁ ସ୍ୱାଗତ କରିଛନ୍ତି । ତେବେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ କିଛି ପ୍ରଶ୍ନ ପଚାରିଥିଲେ।
Increasingly @PMOIndia’s “addresses to the nation” are things that can be done through a single tweet. As @TelanganaCMO has been demanding: states need relaxation of existing financial norms, fiscal relief AND immediate aid. Today, Wazeer r Azam has again ignored the plight of...
— Asaduddin Owaisi (@asadowaisi) April 14, 2020
ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ଟ୍ୱିଟ୍ କରି କହିଛନ୍ତି ଯେ, 'ପ୍ରଧାନମନ୍ତ୍ରୀଙ୍କ ଦେଶକୁ ସମ୍ବୋଧିତ କରିବା ଏମିତି କିଛି ଜିନିଷ ଯାହା କେବଳ ଏକ ଟ୍ୱିଟ୍ ମାଧ୍ୟମରେ କରାଯାଇପାରିବ, ଯେପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଦାବି କରୁଛନ୍ତି ; ରାଜ୍ୟଗୁଡିକ ବର୍ତ୍ତମାନର ଆର୍ଥିକ ନିୟମରୁ ରିହାତି, ଆର୍ଥିକ ରିଲିଫ୍ ଏବଂ ତୁରନ୍ତ ସହାୟତା କ୍ଷେତ୍ରରେ ଛାଡ ଆବଶ୍ୟକ କରିବା ଉଚିତ୍, ବଜୀର-ଏ-ଆଜାମ ଆଜି ପୁନଥରେ ଏହିସବୁକୁ ଅଣଦେଖା କରିଛନ୍ତି ।
vast majority of Indians who have been thrown into a state of hunger, homelessness & inconceivable desperation. @PMOIndia has left them to the charity & goodwill of the rich. A #lockdown without thinking about the hungry & deprived is cruelty of the highest form
— Asaduddin Owaisi (@asadowaisi) April 14, 2020
ଏହା ବ୍ୟତୀତ ଓୱେସି ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ, କେନ୍ଦ୍ର ସରକାର କେବେ ଯାଏ ସମର୍ଥନ ନ ଦେଇ ରାଜ୍ୟମାନଙ୍କ ପାଇଁ 'ଆଦେଶ' ଜାରି କରିବେ? ଯେପର୍ଯ୍ୟନ୍ତ ଏହା କୁହାଯିବ ଯେ ରାଜ୍ୟମାନଙ୍କ ଦାୟିତ୍ୱ ହେଉଛି ଗରୀବ ଲୋକଙ୍କୁ ଖାଦ୍ୟ ଯୋଗାଇବା, ଅନ୍ୟପକ୍ଷେ ଏଫସିଆଇ ଅତିରିକ୍ତ ଷ୍ଟକ୍ ପ୍ରଦାନ କରୁନାହିଁ । ଯଦି ରାଜ୍ୟ ଦାୟୀ ତେବେ କେନ୍ଦ୍ର କଣ କରିବ? ଅତିରିକ୍ତ ନିର୍ଦ୍ଦେଶାବଳୀ ଜାରି କରିବେ..?
ଏଠାରେ କହି ରଖୁଛୁ ଯେ, ଭାରତରେ କୋରୋନା ଭାଇରସ ସଙ୍କଟ ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ ସଂକ୍ରମିତ କୋରୋନା ଭାଇରସ୍ ସଂଖ୍ୟା ୧୦,୮୧୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୬୩ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ଏବଂ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କୋରୋନା କାରଣରୁ ଏପର୍ଯ୍ୟନ୍ତ ୩୫୩ ଜଣଙ୍କ ମୃତ୍ୟୁ ଘଟିଛି, ଯଦିଓ ୧୧୯୦ ରୋଗୀ ମଧ୍ୟ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।