)
ନୂଆଦିଲ୍ଲୀ: କୋରୋନା ସଂକଟ (Corona Pandemic) ସମୟରେ ବିଗତ ୫ ଦିନ ମଧ୍ୟରେ PM Cares ଫଣ୍ଡକୁ ଆସିଛି ୩୦୭୬ କୋଟି ଟଙ୍କା। ତେବେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଅଡ଼ିଟ ରିପୋର୍ଟ (Audit Report)ରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଚଳିତ ଆର୍ଥିକ ବର୍ଷର ପ୍ରକାଶିତ ତଥ୍ୟ ଅନୁଯାୟୀ ୨୭ ତାରିଖରୁ ୩୧ ମଧ୍ୟରେ ରେକର୍ଡ ଡୋନେସନ ଆସିଥିଲା। ଏହି ସମୟ ମଧ୍ୟରେ ଆସିଥିବା ୩୦୭୬ କୋଟ୍ ମଧ୍ୟରୁ ୩୦୭୫। ୮୫ କୋଟି ଟଙ୍କା ଘରୋଇ ଏବଂ ସ୍ୱେଚ୍ଛାକୃତ ହୋଇଥିବା ବେଳେ ବିଦେଶରୁ ୩୯। ୬୭ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। PM CARES ପାଣ୍ଠିର ବିବୃତ୍ତିରେ କୁହାଯାଇଛି ଯେ ଏହି ପାଣ୍ଠି ମଧ୍ୟରୁ ୨। ୨୫ ଲକ୍ଷରୁ ଆରମ୍ଭ ହୋଇଥିଲା ଏବଂ ଏହି ପାଣ୍ଠିକୁ ସୁଧ ହିସାବରେ ପ୍ରାୟ ୩୫ ଲକ୍ଷ ଟଙ୍କା ମଧ୍ୟ ମିଳିଛି।
ଏହି ତଥ୍ୟ ପିଏମ କେୟାର୍ସ (PM Cares) ଓ୍ୱେବସାଇଟ (Website) ରେ ସମସ୍ତ ତଥ୍ୟକୁ ପ୍ରଦାନ କରାଯାଇଛି। କିନ୍ତୁ ତଥ୍ୟ ସମ୍ବଳିତ ଦସ୍ତାବିଜର ୧ ରୁ ୬ ପୃଷ୍ଠା ପର୍ଯ୍ୟନ୍ତ ତଥ୍ୟକୁ ସାର୍ବଜନୀନ କରାଯାଇନାହିଁ। ଏହାର ଅର୍ଥ କି ଘରୋଇ ତଥା ବିଦେଶୀ ଦାତାଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିନାହାନ୍ତି ସରକାର। ଏହି ଘଟଣାକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ (P Chidambaram) ପ୍ରଶ୍ନ ଉଠାଇଛନ୍ତି। ଚିଦାମ୍ବରମ (Chidambaram) କହିଛନ୍ତି କି, ଏଥିରେ ଏହି ଅର୍ଥକୁ ଦାନ କରିଥିବା ବ୍ୟକ୍ତିବିଶେଷଙ୍କ ନାମ କାହିଁକି ସ୍ଥାନ ଦିଆଯାଇନାହିଁ ନା ସେମାନଙ୍କ ନାମକୁ ଲୁଚାଇବାକୁ ପ୍ରଚେଷ୍ଟା କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଚିଦାମ୍ବରମ କହିଛନ୍ତି କି, ପ୍ରତ୍ୟେକ ଟ୍ରଷ୍ଟ ଏକ ସୀମା ଠାରୁ ଅଧିକ ଅର୍ଥ ଆସିଲେ ତାହାର ହିସାବ ଦେବା ପାଇଁ ବାଧ୍ୟ। ମାତ୍ର ପିଏମ କେୟାର୍ସ ଏହି ନିୟମ ମଧ୍ୟରୁ କାହିଁକି ବହିର୍ଭୁତ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଦାନ ଦେବା ଓ ନେବା ଉଭୟ ପରସ୍ପରକୁ ଯଦି ଜାଣିଛନ୍ତି ତେବେ ସେମାନଙ୍କ ନାଁ ପ୍ରକାଶ କରିବାକୁ କାହଇକି ପଛଘୁଞ୍ଚା ଦେଉଛନ୍ତି ବୋଲି ସେ କହିଛନ୍ତି। ଏଠାରେ କହି ରଖୁଛୁ କି, କୋରୋନା ସଂକଟକୁ ଦୃଷ୍ଟିରେ ରଖି Prime Minister Citizen Assistance and Reilief in Emergency Situation Fund (PM CARES)ର ଆରମ୍ଭ କରାଯାଇଥିଲା।