ଭକ୍ତଙ୍କ ଲାଗି ଖୋଲିଲା ପଦ୍ମନାଭସ୍ୱାମୀ ମନ୍ଦିର, ସାମାଜିକ ଦୂରତା ରକ୍ଷା ପାଳନ ଉପରେ ଗୁରୁତ୍ୱ
Advertisement

ଭକ୍ତଙ୍କ ଲାଗି ଖୋଲିଲା ପଦ୍ମନାଭସ୍ୱାମୀ ମନ୍ଦିର, ସାମାଜିକ ଦୂରତା ରକ୍ଷା ପାଳନ ଉପରେ ଗୁରୁତ୍ୱ

ବୁଧବାର (ଅଗଷ୍ଟ ୨୬, ୨୦୨୦) ଠାରୁ ଭକ୍ତଙ୍କ ଲାଗି ଖୋଲିଛି ପଦ୍ମନାଭସ୍ୱାମୀ ମନ୍ଦିର ଖୋଲା ଯାଇଛି । 

ଭକ୍ତଙ୍କ ଲାଗି ଖୋଲିଲା ପଦ୍ମନାଭସ୍ୱାମୀ ମନ୍ଦିର, ସାମାଜିକ ଦୂରତା ରକ୍ଷା ପାଳନ ଉପରେ ଗୁରୁତ୍ୱ

ଥିରୁଅନନ୍ତପୁରମ: ଦେଶରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ମନ୍ଦିର, ହୋଟେଲ, ମଲ, ମେଟ୍ରୋ ଆଦି ସର୍ବସାଧାରଣସ୍ଥାନକୁ ରଖାଯାଇଥିଲା । କାରଣ କୋଭିଡ୧୯ ମୁକାବିଲା ଲାଗି ସାମାଜିକ ଦୂରତା ରକ୍ଷା କରିବା ଉପରେ ଦିଆଯାଇଥିଲା ଗୁରୁତ୍ୱ । ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଦେଶରେ ଅନଲକ ୩ ଲାଗୁ ହେବା ପରେ ଉପରୋକ୍ତ ସର୍ବସାଧାରଣ ସ୍ଥାନ ମଧ୍ୟରୁ କେତକଙ୍କୁ ଅନେକ କଟକଣା ମଧ୍ୟରେ ଖୋଲିବା ଲାଗି ଅନୁମତି ମିଳିଥିଲା । ପର୍ଯ୍ୟାୟକ୍ରମେ ଧର୍ମାନୁଷ୍ଠାନ ଖୋଲିବା ଲାଗି ଅନୁମତି ମିଳିଥିଲା ।

ଏହିକ୍ରମରେ ବୁଧବାର (ଅଗଷ୍ଟ ୨୬, ୨୦୨୦) ଠାରୁ ଭକ୍ତଙ୍କ ଲାଗି ଖୋଲିଛି ପଦ୍ମନାଭସ୍ୱାମୀ ମନ୍ଦିର ଖୋଲା ଯାଇଛି । ହେଲେ ସାମାଜିକ ଦୂରତା ରକ୍ଷା ନିୟମ ପାଳନ କରିବାକୁ ହେବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ସକାଳ ୮ଟାରୁ  ୧୧ଟା ଏବଂ ସନ୍ଧ୍ୟା ୫ଟା ବେଳେ ‘ଦୀପରାଧନା’ ଦର୍ଶନ କରିବାକୁ ଅନୁମତି ମିଳିବ।

ଭକ୍ତଙ୍କୁ ଦର୍ଶନର ଗୋଟିଏ ଦିନ ପୂର୍ବରୁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡିବ ଏବଂ ମନ୍ଦିର ପରିଦର୍ଶନ ସମୟରେ ପଞ୍ଜୀକରଣ ଫର୍ମ ଏବଂ ଆଧାର କାର୍ଡର ଏକ କପି ପ୍ରଦାନ କରିବାକୁ ହେବ । ଏହା ସହିତ ମାସ୍କ ପିନ୍ଧିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖରୁ ପଦ୍ମନାଭସ୍ୱାମୀ ମନ୍ଦିରକୁ ବନ୍ଦ କରାଯାଇଥିଲା।
  
ବର୍ତ୍ତମାନ ମନ୍ଦିର ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଦର୍ଶନ ବୁକ୍ କରିବା ସହିତ କୋଭିଡ୧୯ ପ୍ରୋଟୋକଲ ପାଳନ କରାଯିବ । ଦିନର ଯେକୌଣସି ସମୟରେ ମନ୍ଦିର ଭିତରେ କେବଳ ୩୫ ଜଣଙ୍କୁ ଅନୁମତି ଦିଆଯିବ। ଗୋଟିଏ ଦିନରେ ସର୍ବାଧିକ ୬୬୫ ଜଣଙ୍କୁ ଅନୁମତି ଦିଆଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ପଦ୍ମନାଭ ସ୍ୱାମୀ ମନ୍ଦିର ପୂର୍ବରୁ ଦକ୍ଷିଣ ଭାରତର ଅନ୍ୟତମ ଧାର୍ମିକସ୍ଥଳ ଅୟପ୍ପା ସ୍ୱାମୀଙ୍କ ମନ୍ଦିର ଖୋଲାଯାଇ ସାରିଛି ।