Advertisement
Article Detail0/zeeodisha/odisha2727255
Zee OdishaOdisha National-Internationalପହଲଗାମ୍‌ ଆତଙ୍କୀ ହମ୍‌ଲା, ଶ୍ରୀନଗରରେ ଗୃହମନ୍ତ୍ରୀଙ୍କ ବୈଠକ, ତଦନ୍ତ କରିବ NIA

ପହଲଗାମ୍‌ ଆତଙ୍କୀ ହମ୍‌ଲା, ଶ୍ରୀନଗରରେ ଗୃହମନ୍ତ୍ରୀଙ୍କ ବୈଠକ, ତଦନ୍ତ କରିବ NIA

ଶ୍ରୀନଗରରେ ପହଞ୍ଚିବା ପରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓ LG ଉପସ୍ଥିତ ଅଛନ୍ତି ।

ପହଲଗାମ୍‌ ଆତଙ୍କୀ ହମ୍‌ଲା, ଶ୍ରୀନଗରରେ ଗୃହମନ୍ତ୍ରୀଙ୍କ ବୈଠକ, ତଦନ୍ତ କରିବ NIA

ନୂଆଦିଲ୍ଲୀ:- ଜମ୍ମୁ-କାଶ୍ମୀର ପହଲଗାମ୍‌ରେ ଆତଙ୍କବାଦୀ ହମଲା ଘଟଣାର ଅନୁଧ୍ୟାନ କରିବା ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଶ୍ରୀନଗରରେ ପହଞ୍ଚିବା ପରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓ LG ଉପସ୍ଥିତ ଅଛନ୍ତି । 

ଅନ୍ୟପଟେ, ପହଲଗାମ୍‌ ଆତଙ୍କୀ ହମ୍‌ଲାରେ ତଦନ୍ତ କରିବ NIA । ଆସନ୍ତାକାଲି ପହଲଗାମରେ NIA ଟିମ୍  ପହଞ୍ଚିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ବାଲେଶ୍ୱର ରେମୁଣା ନିର୍ବାଚନ ମଣ୍ଡଳୀର ଇଶାଣୀ ଗାଁର ପ୍ରଶାନ୍ତ ଶତପଥୀ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଏବଂ ତାଙ୍କ ୯ ବର୍ଷର ପୁଅ କାଶ୍ମୀର ବୁଲିବାକୁ ଯାଇଥିଲେ । କିନ୍ତୁ ଆଜି ଯେଉଁ ଖବର ଆସିଛି ତାହା ଶୁଣି ଘରର ସଦସ୍ୟଙ୍କ ଆଖି ଲୁହରେ ଭିଜିଛି ।

Add Zee News as a Preferred Source

ପ୍ରଶାନ୍ତଙ୍କ ବଡ଼ ଭାଈ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାନ ଭାଈର ସ୍ତ୍ରୀ ମାଆଙ୍କୁ କଲ୍ କରି ଆତଙ୍କବାଦୀ ଆକ୍ରମଣ ବିଷୟରେ ଜଣାଇଲା । ତା କିଛି ସମୟ ପରେ ଆମେ କଲ୍ କରିବାରୁ ସେ କାନ୍ଦିକି କହୁଥିଲେ ଯେ, ନନା ପୋଷ୍ଟମର୍ଟମ ପାଇଁ ନେଇଗଲେ... ଫଳରେ ପ୍ରିୟଦର୍ଶନୀ ଅଧର୍ଯ୍ୟ ହୋଇପଡିଛନ୍ତି । ଫୋନରେ କଥା ହୋଇପାରୁନାହାନ୍ତି । 

ଅନ୍ୟପଟେ, ଏକ ଘରୋଇ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ପ୍ରିୟଦର୍ଶିନୀ କହିଛନ୍ତି ଯେ, ସେ ବର୍ତ୍ତମାନ ପହଲଗାମରେ ଅଛନ୍ତି କିନ୍ତୁ ତାଙ୍କ ସ୍ୱାମୀ କେଉଁଠି ଅଛନ୍ତି ସେ ପାଉନାହାନ୍ତି । ଆଜି ବୁଲିବାକୁ ଯାଇଥିବା ସମୟରେ ତାଙ୍କ ସ୍ୱାମୀ ପ୍ରଶାନ୍ତଙ୍କୁ ଗୁଳି ମାଡ ହୋଇଛି । ପ୍ରିୟଦର୍ଶିନୀଙ୍କ ସହ ପୁଅକୁ ତଳକୁ ଆଣିବା ସମୟରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଆଣିବେ ବୋଲି କହିଥିଲେ ଯବାନମାନେ । କିନ୍ତୁ ପ୍ରଶାନ୍ତ ଆଉ ନାହାନ୍ତି ବୋଲି ସୂଚନା ମିଳିଥିଲା ପ୍ରିୟଦର୍ଶିନୀଙ୍କୁ । ଏଥିସହ ତାଙ୍କ ସୂଚନାରୁ ଜଣାପଡ଼ିଛି ଯେ, ପତ୍ନୀ ଏବଂ ପୁଅଙ୍କ ସହ ଆଜି ଦିନ ପ୍ରାୟ ୧୨ଟା ୩୦ ସମୟରେ ସେ ଉପର ଉପତ୍ୟାକାକୁ ଯାଇଥିଲେ ରୋପ ୱେ କରିବାକୁ । ପ୍ରଥମେ ପ୍ରିୟଦର୍ଶନୀ ଏବଂ ପୁଅଙ୍କ ରୌପୱେ ସରିଯାଇଥିଲା ଆଉ ତାପରେ ପ୍ରଶାନ୍ତ ରୋପୱେ ସାରି ତଳକୁ ଫେରୁଥିଲେ କିନ୍ତୁ ସେହି ସମୟରେ ହଠାତ୍ କେହିଜଣେ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲା । ପ୍ରାୟ ୨୦ରୁ ୨୫ ଜଣ ଲୋକ ଗୁଳିର ଶିକାର ହୋଇଛନ୍ତି ବୋଲି ଛାତିଥରା ଅନୁଭୂତି ବଖାଣିଛନ୍ତି ପ୍ରିୟଦର୍ଶିନୀ । ସେହି ସମୟରେ ସେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମଧ୍ୟ କେହି ଶୁଣୁନଥିଲେ ବରଂ ସମସ୍ତେ ଜୀବନ ବଞ୍ଚେଇବାକୁ ଦୌଡି ପଳାଉଥିଲେ । ପ୍ରାୟ ଘଣ୍ଟେରୁ ଦେଢ ଘଣ୍ଟା ପରେ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଲି କହିଛନ୍ତି ପ୍ରିୟଦର୍ଶିନୀ । ଯବାନମାନେ ପ୍ରିୟଦର୍ଶିନୀଙ୍କ ନାମ ଏବଂ ଫୋନ ନମ୍ୱର ନେଇଛନ୍ତି କିନ୍ତୁ ଏଯାଏଁ କିଛି ସ୍ପଷ୍ଟ ଖବର ଦେଇନାହାନ୍ତି ବୋଲି ସେ କହିଛନ୍ତି ।

About the Author