Advertisement
Article Detail0/zeeodisha/odisha672014
Zee OdishaOdisha National-InternationalIPLକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇକୁ ଦେଲା ଧମକ !

IPLକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇକୁ ଦେଲା ଧମକ !

ଖାନ କହିଛନ୍ତି ଯେ, ଗୁରୁବାର ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକରେ ବିସିସିଆଇ ପ୍ରତିନିଧୀ ଆଇପିଏଲ ୱିଣ୍ଡୋ ପ୍ରସଙ୍ଗ ଉଠାଇ ନାହାଁନ୍ତି । ଏହାର ଅର୍ଥ ହେଉଛି ଯେ ଭାରତ ଏ ବିଷୟରେ କିଛି କହିବା ପୂର୍ବରୁ ମଧ୍ୟ ପିସିବି ଆଇପିଏଲ ପାଇଁ ବାଟ ବନ୍ଦ କରି ଦେଇଛି ।

IPLକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇକୁ ଦେଲା ଧମକ !

କରାଚି: ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଇଭେଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ତଥାପି ଖେଳ ହେବାର କିଛି ରାସ୍ତା ଦେଖାଯାଉଛି । ଏବଂ ଏହି ରାସ୍ତା ମଧ୍ୟରୁ ଗୋଟିଏ ପାକିସ୍ତାନର ଦ୍ୱାର ଦେଇ ଯାଇଥାଏ, କିନ୍ତୁ ପିସିବି ଏକ ପ୍ରକାରେ ପରୋକ୍ଷରେ ବିସିସିଆଇକୁ ଚେତାବନୀ ଦେଇଛି !! ପାକିସ୍ତାନ କ୍ରିକେଟ୍ ବୋର୍ଡର ସିଇଓ ୱାସିମ ଖାନ କହିଛନ୍ତି ଯେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆୟୋଜନ ପାଇଁ ଏସିଆ କପ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନକୁ ପିସିବି ଆପତ୍ତି କରିବ । କୋରୋନା ଭାଇରସ ମହାମାରୀ ନିୟନ୍ତ୍ରଣରେ ଆସିଲେ ଚଳିତ ବର୍ଷ ସେପ୍ଟେମ୍ବରରେ ୟୁଏଇରେ ଏସିଆ କପ୍ ଟି-20 ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ ବୋଲି ସେ ଆଶା କରିଛନ୍ତି ।

ସେ ଏକ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି ଯେ, ଆମର ଷ୍ଟାଣ୍ଡ ବହୁତ ସ୍ପଷ୍ଟ । ସେପ୍ଟେମ୍ବରରେ ଏସିଆ କପ୍ ଅନୁଷ୍ଠିତ ହେବ । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଏହାକୁ ପରିବର୍ତ୍ତନ କରାଯାଇପାରିବ । ଯଦି ଏହାର ପ୍ରୋଗ୍ରାମ ଆଇପିଏଲ୍ ପାଇଁ ପରିବର୍ତ୍ତିତ ହୁଏ । ଏହାକୁ ଆମେ ମଞ୍ଜୁର କରିବୁ ନାହିଁ । ସେ କହିଛନ୍ତି, ମୁଁ ଶୁଣିଛି ଯେ ନଭେମ୍ବର-ଡିସେମ୍ବରରେ ଏସିଆ କପ୍ ଆୟୋଜନ ବିଷୟରେ ଆଲୋଚନା ହେଉଛି । ଯାହା ଆମ ପାଇଁ ସମ୍ଭବ ନୁହେଁ ।

ଖାନ କହିଛନ୍ତି ଯେ, ଗୁରୁବାର ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକରେ ବିସିସିଆଇ ପ୍ରତିନିଧୀ ଆଇପିଏଲ ୱିଣ୍ଡୋ ପ୍ରସଙ୍ଗ ଉଠାଇ ନାହାଁନ୍ତି । ଏହାର ଅର୍ଥ ହେଉଛି ଯେ ଭାରତ ଏ ବିଷୟରେ କିଛି କହିବା ପୂର୍ବରୁ ମଧ୍ୟ ପିସିବି ଆଇପିଏଲ ପାଇଁ ବାଟ ବନ୍ଦ କରି ଦେଇଛି ।

Add Zee News as a Preferred Source
About the Author