Advertisement
Article Detail0/zeeodisha/odisha2752444
Zee OdishaOdisha National-International୩ ଘଣ୍ଟା ବି ତିଷ୍ଠିଲାନି ପାକିସ୍ତାନ, ଅସ୍ତ୍ରବିରତି ଉଲଙ୍ଘନ କରି ଡ୍ରୋନ ଆକ୍ରମଣ କଲା

୩ ଘଣ୍ଟା ବି ତିଷ୍ଠିଲାନି ପାକିସ୍ତାନ, ଅସ୍ତ୍ରବିରତି ଉଲଙ୍ଘନ କରି ଡ୍ରୋନ ଆକ୍ରମଣ କଲା

ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ପାଇଁ ରାଜିନାମା କରାଯାଇଥିଲା । କିନ୍ତୁ ଏହାର ମାତ୍ର ୩ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଖବର ଆସିଛି ।

୩ ଘଣ୍ଟା ବି ତିଷ୍ଠିଲାନି ପାକିସ୍ତାନ, ଅସ୍ତ୍ରବିରତି ଉଲଙ୍ଘନ କରି ଡ୍ରୋନ ଆକ୍ରମଣ କଲା

India Pak Latest News: ଭାରତ ଏବଂ ପାକିସ୍ତାନ ମଧ୍ୟରେ ୮୬ ଘଣ୍ଟା ଧରି ଚାଲିଥିବା ଯୁଦ୍ଧ ଆଜି ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ପାଇଁ ରାଜିନାମା କରାଯାଇଥିଲା । କିନ୍ତୁ ଏହାର ମାତ୍ର ୩ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଖବର ଆସିଛି । ଜମ୍ମୁ-କାଶ୍ମୀରରେ ପାକିସ୍ତାନ ପକ୍ଷରୁ ଉତ୍ତେଜନାମୂଳକ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ ହୋଇଛି। ଶନିବାର ରାତିରେ, ପାକିସ୍ତାନ ଅନେକ ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିବର୍ଷା କରିଛି । କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଡ୍ରୋନ ବିସ୍ଫୋରଣ ଘଟିଛି।

ସୂଚନା ଅନୁଯାୟୀ, ପାକିସ୍ତାନ ଅଖନୁର, ରାଜୌରୀ ଏବଂ ଆରଏସ ସୀମାରେ ଆକ୍ରମଣ କରିଛି। ଜମ୍ମୁର ପଲାନୱାଲା ସେକ୍ଟରରେ ମଧ୍ୟ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ତେଣୁ, ଭାରତୀୟ ସେନାକୁ ଉପଯୁକ୍ତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ଉଚିତ ଜବାବ ଦେବା ପାଇଁ ସରକାର ବିଏସଏଫକୁ କହିଛନ୍ତି। ଏହି ଘଟଣାଗୁଡ଼ିକ ପରେ, ଜମ୍ମୁର ବିଭିନ୍ନ ଅଞ୍ଚଳରେ ବ୍ଲାକଆଉଟ୍ ଜାରି କରାଯାଇଛି। ବାରାମୂଳାରେ ମଧ୍ୟ ବିଦ୍ୟୁତ୍ କାଟ ହୋଇଛି। ଶ୍ରୀନଗର ସମେତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଛି।

ରାଜସ୍ଥାନର ପୋଖରାନକୁ ବହୁ ସଂଖ୍ୟକ ଡ୍ରୋନ ଆସିଥିବା ଖବର ମିଳିଛି । ଭାରତର ପ୍ରତିରକ୍ଷା ପ୍ରଣାଳୀ ସେଗୁଡିକୁ ଧ୍ୱଂସ କରୁଛି। ରାଜୌରୀରେ ମଧ୍ୟ ଗୁଳିଚାଳନା ହୋଇଥିବା ରିପୋର୍ଟ ରହିଛି। ପଞ୍ଜାବର ଅମୃତସର ଏବଂ ଫିରୋଜପୁରରେ ମଧ୍ୟ ବ୍ଲାକଆଉଟ୍ କରାଯାଇଛି।

Add Zee News as a Preferred Source

ଆଜି ରାତି ୮ଟା ୫୩ ମିନିଟ୍ ସମୟରେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଅସ୍ତ୍ରବିରତିର କଣ ହେଲା ? ଶ୍ରୀନଗରରେ ବିସ୍ଫୋରଣର ଶବ୍ଦ ଶୁଣାଗଲା । ଏକ ଭିଡିଓ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେଉଁଥିରେ ଆକ୍ରମର ହେଉଥିବାର ଦୃଶ୍ୟ ରହିଛି ।

Also Read- ସିଙ୍ଗାପୁରରୁ ଭାଇରାଲ୍ ହେଉଛି ଓଲିଉଡ କଳାକାରଙ୍କ ଏହିସବୁ ଫଟୋ

About the Author