ପାକିସ୍ତାନର ଘାତକ ଷଡ଼ଯନ୍ତ୍ର; ଭାରତ ପାଇଁ ଚ୍ୟାଲେଞ୍ଜ 'Part Time Terrorist'
Advertisement

ପାକିସ୍ତାନର ଘାତକ ଷଡ଼ଯନ୍ତ୍ର; ଭାରତ ପାଇଁ ଚ୍ୟାଲେଞ୍ଜ 'Part Time Terrorist'

ପାର୍ଟ ଟାଇମ ଆତଙ୍କବାଦୀମାନେ ସୁରକ୍ଷା ଏଜେନ୍ସି ତାଲିକାରେ ନାହାଁନ୍ତି କିନ୍ତୁ ଆତଙ୍କବାଦୀ ଆକ୍ରମଣ କରିବା ପରେ ଅଦୃଶ୍ୟ ହୋଇଯାଆନ୍ତି। ଏହି ଆତଙ୍କବାଦୀଙ୍କ ବିଷୟରେ ପୋଲିସର କୌଣସି ରେକର୍ଡ ନାହିଁ, ତେଣୁ ସେମାନଙ୍କୁ ଧରିବା କଷ୍ଟକର ହୋଇପଡେ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କାଶ୍ମୀରରେ ସୁରକ୍ଷା ବାହିନୀ କ୍ରମାଗତ ଘାଟିରୁ ଆତଙ୍କ ଦୂର କରୁଛନ୍ତି। ଏଥି ସହିତ ସୁରକ୍ଷା ଏଜେନ୍ସିର ଆଖି ଏବେ 'ପାର୍ଟ ଟାଇମ ଆତଙ୍କବାଦୀ' ଉପରେ ରହିଛି। ହାଇବ୍ରିଡ ଆତଙ୍କବାଦୀ କୁହାଯାଉଥିବା ଏହି ପାର୍ଟ ଟାଇମ ଆତଙ୍କବାଦୀମାନେ ସୁରକ୍ଷା ଏଜେନ୍ସି ତାଲିକାରେ ନାହାଁନ୍ତି କିନ୍ତୁ ଆତଙ୍କବାଦୀ ଆକ୍ରମଣ କରିବା ପରେ ଅଦୃଶ୍ୟ ହୋଇଯାଆନ୍ତି। ଏହି ଆତଙ୍କବାଦୀଙ୍କ ବିଷୟରେ ପୋଲିସର କୌଣସି ରେକର୍ଡ ନାହିଁ, ତେଣୁ ସେମାନଙ୍କୁ ଧରିବା କଷ୍ଟକର ହୋଇପଡେ।

ଜାମ୍ମୁ କାଶ୍ମୀରର ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ଗତ କିଛି ଦିନ ତଳେ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଞ୍ଚରେ ଏହା ଦେଖିବାକୁ ମିଳିଛି ଯେ, ଆକ୍ରମଣ କିଛି ରାସ୍ତା ଭଟକିଥିବା ଯୁବକମାନଙ୍କ ଦ୍ୱାରା କରାଯାଇଥିଲା। ଆଶ୍ଚର୍ଯ୍ୟର କଥା, ଏହି ଆକ୍ରମଣର ଆତଙ୍କବାଦୀଙ୍କ କୌଣସି ରେକର୍ଡ ନାହିଁ। ଏହି ଘଟଣା ସୁରକ୍ଷା ବାହିନୀ ସାମ୍ନାରେ ଏକ ନୂତନ ସମସ୍ୟା ସୃଷ୍ଟି କରିଛି କାରଣ ପାର୍ଟ ଟାଇମ ଆତଙ୍କବାଦୀ  (Part Time Terrorist) ଙ୍କ ଉପରେ ନଜର ରଖିବା ସହଜ ନୁହେଁ।

Also Read: ବଦଳୁଛି ମହାରାଷ୍ଟ୍ରର ରାଜନୈତିକ ପାଣିପାଗ, ବିଜେପି ଦେଲା ବଡ଼ ସଙ୍କେତ

ବିଶେଷଜ୍ଞଙ୍କ ଅନୁଯାୟୀ, ପାକିସ୍ତାନ (Pakistan) ର ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ସାଧାରଣ ଲୋକଙ୍କୁ ଆକ୍ରମଣ କରିବା ପାଇଁ କାଶ୍ମୀର (Kashmir) ରେ ପାର୍ଟ ଟାଇମ କିମ୍ବା ହାଇବ୍ରିଡ ଆତଙ୍କବାଦୀର ବ୍ୟବହାର କରାଯାଇଛି। ଏହିପରି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା। ଏହି ଆତଙ୍କବାଦୀମାନେ ଆକ୍ରମଣ ପରେ ସେମାନଙ୍କର ସାଧାରଣ କର୍ମକୁ ଫେରିଯାଆନ୍ତି।

ପାକିସ୍ତାନ ପାର୍ଟ ଟାଇମ ଆତଙ୍କବାଦୀ (Terrorist) ଙ୍କୁ ସ୍ଲିପର ସେଲ ଭାବରେ ବ୍ୟବହାର କରେ। ସେମାନଙ୍କର କାର୍ଯ୍ୟ ହେଉଛି, ସୀମା ନିକଟରେ ମୁତୟନ ସୁରକ୍ଷା ବାହିନୀ ସହ ଜଡିତ ଗୁପ୍ତ ଖବର ଆଣିବା ଏବଂ ଆବଶ୍ୟକ ସ୍ଥଳେ ନିଜେ ଆକ୍ରମଣ କରିବା। ଜାମ୍ମୁ କାଶ୍ମୀର ପୋଲିସ ଏଭଳି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବାବେଳେ ସେମାନଙ୍କ ପରିଚୟ ମିଳିପାରୁନାହିଁ।