Advertisement
Article Detail0/zeeodisha/odisha669527

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲା ପାକ୍ କ୍ରିକେଟ ବୋର୍ଡ, ଦାନ କଲା ଏତେ କୋଟି

ଏଠାରେ କହି ରଖୁଛୁ ଯେ ଆମ ଦେଶର କ୍ରିକେଟ ବୋର୍ଡ (ବିସିସିଆଇ) କୋଭିଡ -19 (COVID-19) ଯୁଦ୍ଧରେ ୫୧ କୋଟି ଟଙ୍କା ପିଏମ କେୟାର୍ସ ଫଣ୍ଡକୁ ଦାନ କରିଛି । ଏହି ମହାମାରୀ ଭୂତାଣୁର ମୁକାବିଲା ପାଇଁ ଆମ ଦେଶର ଖେଳାଳିମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି ।

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲା ପାକ୍ କ୍ରିକେଟ ବୋର୍ଡ, ଦାନ କଲା ଏତେ କୋଟି

ଇସଲାମାବାଦ: କୋରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ପାକିସ୍ତାନକୁ ସହାୟତାର ହାତ ବଢ଼ାଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) । ପାକ୍ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟିରୁ ଅଧିକ ଟଙ୍କା ଦାନ କରିଛି ପିସିବି । ପିସିବି ଏହି ସୂଚନା ଟ୍ୱିଟରରେ ସେୟାର କରିଛି । ପାକିସ୍ତାନ କ୍ରିକେଟ ବୋର୍ଡ ୧୦,୫୩୬,୫୦୦ ପାକିସ୍ତାନୀ ଟଙ୍କା ଦାନ କରିଛି । 

ଏଠାରେ କହି ରଖୁଛୁ ଯେ ମାର୍ଚ୍ଚ ୨୫ରେ PCB ଘୋଷଣା କରିଥିଲା ​​ଯେ କେନ୍ଦ୍ରୀୟ ଚୁକ୍ତିଭିତ୍ତିକ ଖେଳାଳିମାନେ ଜରୁରୀକାଳୀନ ରିଲିଫ୍ ପାଣ୍ଠିରେ ସେମାନଙ୍କର ସାମୂହିକ ଅବଦାନ ଦେବେ । ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନୀ ଖେଳାଳିମାନେ ମଧ୍ୟ ଆଗକୁ ଆସି କୋରୋନା ବିରୋଧୀ ଲଢ଼େଇରେ ସାହାଯ୍ୟ କରିବାକୁ ଘୋଷଣା କରିଥିଲେ । ସମସ୍ତ ଖେଳାଳି କୋରୋନା ଯୁଦ୍ଧରେ ସେମାନଙ୍କର ବେତନର ଅଧା ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

 ଏଠାରେ କହି ରଖୁଛୁ ଯେ ଆମ ଦେଶର କ୍ରିକେଟ ବୋର୍ଡ (ବିସିସିଆଇ) କୋଭିଡ -19 (COVID-19) ଯୁଦ୍ଧରେ ୫୧ କୋଟି ଟଙ୍କା ପିଏମ କେୟାର୍ସ ଫଣ୍ଡକୁ ଦାନ କରିଛି । ଏହି ମହାମାରୀ ଭୂତାଣୁର ମୁକାବିଲା ପାଇଁ ଆମ ଦେଶର ଖେଳାଳିମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି ।

Add Zee News as a Preferred Source

ପାକିସ୍ତାନ ବିଷୟରେ କହିବାକୁ ଗଲେ ଶାହିଦ ଆଫ୍ରିଦି ନିଜ ଫାଉଣ୍ଡେସନ ମାଧ୍ୟମ ସହାୟତା ଯୋଗାଉଛନ୍ତି । ଅନ୍ୟପକ୍ଷେ ଅଜହର ଅଲି, ବାବର ଆଜମଙ୍କ ପରି ଭେଟେରାନ କ୍ରିକେଟରମାନେ ନିଜ ତରଫରୁ ଗରିବ ଲୋକଙ୍କୁ ରାସନ ଯୋଗାଉଛନ୍ତି । ଭାରତୀୟ ଖେଳାଳିମାନେ ମଧ୍ୟ ଆଗକୁ ଆସୁଛନ୍ତି ଏବଂ କୋରୋନା ବିପକ୍ଷରେ ଦାନ କରୁଛନ୍ତି ଏବଂ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି । ବିରାଟ କୋହଲି, ରୋହିତ ଶର୍ମା, ସଚିନ ତେନ୍ଦୁଲକର, ସୁରେଶ ରୈନା ଏବଂ ଯୁବରାଜ ସିଂଙ୍କ ପରି ଖେଳାଳିମାନେ ପିଏମ କିୟାର୍ସ ଫଣ୍ଡରେ ଦାନ କରିଛନ୍ତି । ହରଭଜନ ସିଂ ଜଲନ୍ଧରର ଗରିବ ପରିବାର ପାଇଁ ରାସନ ବ୍ୟବସ୍ଥା କରୁଛନ୍ତି ।

ଏଠାରେ କହି ରଖୁଛୁ ପାକିସ୍ତାନରେ କୋରୋନା ଭାଇରସ କାରଣରୁ ଏପର୍ଯ୍ୟନ୍ତ ୧୪୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ହଜାର ୪୦୦ କୋରୋନା ମାମଲା ପୃଷ୍ଟି ହୋଇଛି ।

About the Author