• କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ।
  • ବୁଧବାର ଭୋର ସମୟରେ ଦେହାନ୍ତ ସୂଚନା ।
  • ଟ୍ୱିଟ କରି ପୁଅ ଫୈଜଲ ଦେଲେ ସୂଚନା II
  • ଓଡ଼ିଶାରେ ଦ୍ୱିତୀୟ ଏମସ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ । ସୁନ୍ଦରଗଡ଼ରେ ଦ୍ୱିତୀୟ ଏମସ ପାଇଁ ରାଜ୍ୟର ପ୍ରସ୍ତାବ II
  • କଟକ ସିଡ଼ିଏ ଗାଙ୍ଗୁଲି ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ।
  • ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହାତୀପଲ । ରାତିରେ ପାଚେରୀ ଭାଙ୍ଗି ପ୍ରବେଶ ସୂଚନା II

ପାକିସ୍ତାନରେ ବନ୍ୟାର ତାଣ୍ଡବ, ୨୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁ

ଗତ ଏକ ସପ୍ତାହ ଧରି ପାକିସ୍ତାନ (Pakistan) ରେ ମୌସୁମୀ ବର୍ଷା (monsoon rains) ଜାରି ରହିଛି । ଏହି କାରଣରୁ ଉତ୍ତର ପଶ୍ଚିମ ପାକିସ୍ଥାନ ଏବଂ ସ୍ୱାତ ଉପତ୍ୟକାରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପାକିସ୍ତାନରେ ବନ୍ୟାର ତାଣ୍ଡବ, ୨୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନ (Pakistan) ରେ ପ୍ରବଳ ବର୍ଷା (Heavy Rains) ଯୋଗୁଁ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେପଟେ ଦକ୍ଷିଣ ସିନ୍ଧ ପ୍ରଦେଶରେ ୧୦୧ ଜଣଙ୍କର ମୃତ୍ୟୁ ଘଟିଛି । ଖୈବର ପାଖ୍ତୁନଖୁଆରେ ବନ୍ୟାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଲଗାତାର ବର୍ଷା ଯୋଗୁଁ ପାକିସ୍ତାନରେ ଭୟଙ୍କର ବନ୍ୟା (Flood) ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର କୋଣ ଅନୁକୋଣରୁ ବନ୍ୟା ପରିସ୍ଥିତିର ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି ।

ଅଧିକ ପଢ଼ନ୍ତୁ:-ଛାତ୍ରଙ୍କୁ ମିଳିଲା ରାହୁଲଙ୍କ ସାଥ୍, ଜାଣନ୍ତୁ ସଂପୂର୍ଣ୍ଣ ମାମଲା...

ଗତ ଏକ ସପ୍ତାହ ଧରି ପାକିସ୍ତାନ (Pakistan) ରେ ମୌସୁମୀ ବର୍ଷା (monsoon rains) ଜାରି ରହିଛି । ଏହି କାରଣରୁ ଉତ୍ତର ପଶ୍ଚିମ ପାକିସ୍ଥାନ ଏବଂ ସ୍ୱାତ ଉପତ୍ୟକାରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଶହ ଶହ ଲୋକ ବାସହୀନ ହୋଇଯାଇଛନ୍ତି । ବର୍ଷାରେ ପାକିସ୍ତାନର ଶହ ଶହ ଲୋକଙ୍କ ଘର ଧୋଇ ହୋଇଯାଇଛି । ସେନାର ଯବାନମାନେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅନେକ ଅଞ୍ଚଳର ପ୍ରମୁଖ ଏବଂ ପ୍ରମୁଖ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଧୋଇ ହୋଇଯାଇଛି ।

ଅଧିକ ପଢ଼ନ୍ତୁ:-ପ୍ରଧାନମନ୍ତ୍ରୀ କନ୍ୟା ଆୟୁଷ ଯୋଜନା ଅଧୀନରେ ପ୍ରତ୍ୟେକ ଝିଅଙ୍କୁ ମିଳୁଛି ୨,୦୦୦ ଟଙ୍କା ! ଜାଣନ୍ତୁ ସଂପୂର୍ଣ୍ଣ ମାମଲା…

ପାକିସ୍ତାନରେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି । ପାକିସ୍ତାନର ଅନେକ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇଛି । ପାନୀୟ ଜଳ ସଙ୍କଟ ମଧ୍ୟ ଦେଖାଦେଇଛି । ଘର ଧୋଇଯିବା କାରଣରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।