Operation Sindoor: ସତ୍ୟକୁ ଲୁଚାଇବା ଏବଂ ବାସ୍ତବତାରୁ ଧ୍ୟାନ ହଟାଇବା ପାଇଁ, ପାକିସ୍ତାନ ସହିତ ଜଡିତ ରାଷ୍ଟ୍ର-ସମର୍ଥିତ ଆକାଉଣ୍ଟଗୁଡ଼ିକ ପୁଣି ଥରେ ସେମାନଙ୍କର ପୁରୁଣା ଚାଲ ଆରମ୍ଭ କରିଛନ୍ତି । ପୁରୁଣା ଚିତ୍ରକୁ ପୁନଃବ୍ୟବହାର କରିବା, ଭ୍ରାମକ ଭାବରେ ପୁରୁଣା ଭିଡିଓ ଉପସ୍ଥାପନ କରିବା ଏବଂ ସମ୍ପୂର୍ଣ୍ଣ ଭାବରେ କପୋଳକଳ୍ପିତ ଦାବି ସୃଷ୍ଟି କରିବା ଦିଗରେ ଲାଗିପଡିଛନ୍ତି।
Trending Photos
)
Operation Sindoor: ଭାରତର ପକ୍ଷରୁ କରାଯାଇଥିବା 'ଅପରେସନ୍ ସିନ୍ଦୂର' ପରେ, ପାକିସ୍ତାନ ଏକ ସଂଗଠିତ ଏବଂ ଆକ୍ରମଣାତ୍ମକ ଅପପ୍ରଚାର ଅଭିଯାନ ଆରମ୍ଭ କରିଛି - ମିଥ୍ୟା ଏବଂ ବିଭ୍ରାନ୍ତିକର ଡିଜିଟାଲ୍ ସୂଚନା ମାଧ୍ୟମରେ ଧ୍ୟାନ ହଟାଇବା ପାଇଁ ଏକ ହତାଶାଜନକ ପ୍ରୟାସ କରୁଥିବା ଚିତ୍ର ସାମ୍ନାକୁ ଆସିଛି ।
ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅଭିଯାନ ସଠିକ୍ ଏବଂ ପ୍ରଭାବଶାଳୀ ଥିଲେ ମଧ୍ୟ, ଏହା ଏବେ ଏକ ଅନଲାଇନ୍ ପ୍ରଚାର ଯୁଦ୍ଧରେ ପରିଣତ ହୋଇଛି। ପାକିସ୍ତାନ ସମର୍ଥିତ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ କିଛି ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷ ଜାଣିଶୁଣି ମିଥ୍ୟା ଖବରକୁ ପ୍ରଚାର ପ୍ରସାର କରୁଛନ୍ତି । ମନଗଢ଼ା ସାମରିକ ବିଜୟ ଏବଂ କାଳ୍ପନିକ ପ୍ରତିଶୋଧର କାହାଣୀ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଯାହାର ବାସ୍ତବତା ସହିତ କୌଣସି ସମ୍ପର୍କ ନାହିଁ।
ସତ୍ୟକୁ ଲୁଚାଇବା ଏବଂ ବାସ୍ତବତାରୁ ଧ୍ୟାନ ହଟାଇବା ପାଇଁ, ପାକିସ୍ତାନ ସହିତ ଜଡିତ ରାଷ୍ଟ୍ର-ସମର୍ଥିତ ଆକାଉଣ୍ଟଗୁଡ଼ିକ ପୁଣି ଥରେ ସେମାନଙ୍କର ପୁରୁଣା ଚାଲ ଆରମ୍ଭ କରିଛନ୍ତି । ପୁରୁଣା ଚିତ୍ରକୁ ପୁନଃବ୍ୟବହାର କରିବା, ଭ୍ରାମକ ଭାବରେ ପୁରୁଣା ଭିଡିଓ ଉପସ୍ଥାପନ କରିବା ଏବଂ ସମ୍ପୂର୍ଣ୍ଣ ଭାବରେ କପୋଳକଳ୍ପିତ ଦାବି ସୃଷ୍ଟି କରିବା ଦିଗରେ ଲାଗିପଡିଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଉଛି, ଜାଣିଶୁଣି ଏପରି ମିଛ ପ୍ରସାର କରିବା ଦ୍ୱାରା ଲୋକଙ୍କ ପାଇଁ ସତ୍ୟ ଏବଂ ମିଛ ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର ହୋଇପଡ଼ିବ। ଏହା କେବଳ ଭୁଲ ସୂଚନା ନୁହେଁ ବରଂ ଏହା ଏକ ସୁଚିନ୍ତିତ ଏବଂ ସମନ୍ୱିତ ଅଭିଯାନ ଯାହାର ଲକ୍ଷ୍ୟ ବାସ୍ତବତାକୁ ବିକୃତ କରିବା, ଜନସାଧାରଣଙ୍କୁ ଭ୍ରମିତ କରିବା ଏବଂ ସମଗ୍ର ଅଞ୍ଚଳରେ ଚିନ୍ତାଧାରାର ଦିଗ ପରିବର୍ତ୍ତନ କରିବା।
ଏହାର ଏକ ପ୍ରମୁଖ ଉଦାହରଣ ହେଉଛି ଏପରି ଏକ ଭାଇରାଲ୍ ଫଟୋ ପୋଷ୍ଟ ହୋଇଛି ଯେଉଁଥିରେ ଦାବି କରାଯାଇଛି ଯେ, ପାକିସ୍ତାନ ସେନା ବାହାୱଲପୁର ନିକଟରେ ଏକ ଭାରତୀୟ ରାଫେଲ ବିମାନକୁ ଗୁଳି କରି ଖସାଇ ଦେଇଛି। କିନ୍ତୁ PIB ଫ୍ୟାକ୍ଟ ଚେକ୍ ଏହି ଦାବିକୁ ଖଣ୍ଡନ କରିଛି ଏବଂ ନିଶ୍ଚିତ କରିଛି ଯେ ଏହି ଚିତ୍ରଟି ପ୍ରକୃତରେ 2021 ମସିହାରେ ପଞ୍ଜାବର ମୋଗାରେ ଘଟିଥିବା ଏକ MiG-21 ଦୁର୍ଘଟଣାର - ଏବଂ ବର୍ତ୍ତମାନର ଘଟଣାଗୁଡ଼ିକ ସହିତ ଏହାର କୌଣସି ସମ୍ପର୍କ ନାହିଁ।
https://x.com/PIBFactCheck/status/1920025620655874361
ଆଉ ଏକ ପୋଷ୍ଟରେ ଭ୍ରମିତ କରାଯାଉଛି ଯେ, ଭାରତୀୟ ସେନା ପାକିସ୍ତାନ ଆଗରେ ଆତ୍ମସମର୍ପଣ କରିଛନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମନଗଢା ପୋଷ୍ଟ । ତେବେ ଏହି ମିଥ୍ୟା ଏବଂ କପୋଳକଳ୍ପିତ କାହାଣୀକୁ କେବଳ ପାକିସ୍ତାନ ମନ୍ତ୍ରୀ ଆତା ଉଲ୍ଲାହ ତାରାର ସମର୍ଥନ କରିନଥିଲେ ବରଂ ସେ କୌଣସି ପ୍ରମାଣ ବିନା ସାର୍ବଜନୀନ ଭାବରେ ଏହି ଦାବିକୁ ନିଶ୍ଚିତ କରିଥିଲେ।
https://x.com/gurlwithabun/status/1919968368569839968?s=46&t=TvMLJTF98uL...
ଆଉ ଏକ ଭ୍ରାମକ ପୋଷ୍ଟରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଦାବି କରାଯାଇଛି ଯେ, ପାକିସ୍ତାନ ବାୟୁସେନା ଶ୍ରୀନଗର ଏୟାରବେସକୁ ଟାର୍ଗେଟ କରିଛି। କିନ୍ତୁ ସତ୍ୟ ହେଉଛି ଏହି ଭିଡିଓଟି 2024 ପ୍ରାରମ୍ଭରେ ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଘଟିଥିବା ସାମ୍ପ୍ରଦାୟିକ ସଂଘର୍ଷର। ଏହି ଭିଡିଓର କାଶ୍ମୀର କିମ୍ବା ସାମ୍ପ୍ରତିକ କୌଣସି ବିମାନ ଆକ୍ରମଣ ସହିତ କୌଣସି ସମ୍ପର୍କ ନାହିଁ।
https://x.com/PIBFactCheck/status/1919916769403134126
ଏକ ପୃଥକ ଗୁଜବରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ ପାକିସ୍ତାନ ଭାରତୀୟ ବ୍ରିଗେଡ ମୁଖ୍ୟାଳୟକୁ ଧ୍ୱଂସ କରିଛି, ଯେତେବେଳେ ପ୍ରତିରକ୍ଷା ସୂତ୍ର ଅନୁସାରେ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ଏବଂ କପୋଳକଳ୍ପିତ।
https://x.com/PIBFactCheck/status/1919922375069409298
ଏହା ସହିତ, ସେପ୍ଟେମ୍ବର 2024 ରେ ରାଜସ୍ଥାନର ବାରମେରରେ ଏକ ମିଗ୍-29 ଦୁର୍ଘଟଣାର ଏକ ପୁରୁଣା ଚିତ୍ର - ପାକିସ୍ତାନ ସମର୍ଥକ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ଦ୍ୱାରା ସମ୍ପ୍ରତି ଭାରତୀୟ ବାୟୁସେନାର କ୍ଷତି ଦେଖାଇବା ପାଇଁ ପୁନଃ ପ୍ରସାରିତ ହୋଇଥିଲା, ଯେତେବେଳେ ଏପରି କୌଣସି ଘଟଣା ଘଟିନଥିଲା।
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ସମ୍ପ୍ରତି ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଭାରତୀୟ ସୈନିକଙ୍କୁ ଗିରଫ କରାଯାଇଥିବା ନେଇ ଭିତ୍ତିହୀନ ଦାବି କରିଥିଲେ, ଯାହାକୁ ପରେ ପ୍ରତ୍ୟାହାର କରିନିଆଯାଇଥିଲା।
ଆସିଫ୍ ଅଭିଯୋଗ କରିଥିଲେ ଯେ, ଭାରତର ଅପରେସନ୍ ସିନ୍ଦୁରର ଜବାବରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ ସମୟରେ କିଛି ଭାରତୀୟ ସୈନିକଙ୍କୁ ବନ୍ଦୀ କରାଯାଇଥିଲା। ତଥାପି, ଏହି ଦାବିଗୁଡ଼ିକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ନଥିବାରୁ ଏହି ଦାବିଗୁଡ଼ିକୁ ଶୀଘ୍ର ଖଣ୍ଡନ କରାଯାଇଥିଲା। ପରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ବକ୍ତବ୍ୟ ପ୍ରତ୍ୟାହାର କରି ସ୍ୱୀକାର କରିଥିଲେ ଯେ କୌଣସି ଭାରତୀୟ ସୈନିକଙ୍କୁ ଅଟକ ରଖାଯାଇ ନାହିଁ।
ଏହି ଘଟଣାଗୁଡ଼ିକ ଭାରତର ସଫଳ ଅପରେସନ ସିନ୍ଦୁର ପରେ ଗଣମାଧ୍ୟମକୁ ଭ୍ରମିତ କରିବା, ବିଶ୍ୱ ଆଲୋଚନାକୁ ବିକୃତ କରିବା ଏବଂ ଜନମତକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ପାକିସ୍ତାନର ଏକ ସଂଗଠିତ ଏବଂ ସୁଚିନ୍ତିତ ପ୍ରୟାସକୁ ପ୍ରତିଫଳିତ କରେ।
ଅପରେସନର ପ୍ରକୃତ ଫଳାଫଳକୁ ଲୁଚାଇବା ଏବଂ ପ୍ରଭାବଶାଳୀ ପ୍ରତିଶୋଧର ଭ୍ରମ ସୃଷ୍ଟି କରିବା ପାଇଁ ପାକିସ୍ତାନ ପୁରୁଣା ଫଟୋଗ୍ରାଫ୍, ଅସମ୍ପର୍କିତ ଭିଡିଓ ଏବଂ କପୋଳକଳ୍ପିତ ଦାବିରେ ସୋସିଆଲ ମିଡିଆରେ ଭାଇରାଲ୍ କରୁଛି । ଏହି ରଣନୀତି ଭାରତର କାର୍ଯ୍ୟକଳାପର ସଫଳତାରୁ ଧ୍ୟାନ ହଟାଇବା, ଘରୋଇ ଜନଭାବନାକୁ ଉସ୍କୁଳାଇବା ଏବଂ ଅନ୍ତର୍ଜାତୀୟ ମତାମତକୁ ପ୍ରଭାବିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ମନେହୁଏ।
Also Read- ବଦ୍ରିନାଥ ଧାମରେ ବଦଳିଲା ସୁରକ୍ଷା ବ୍ୟବସ୍ଥା, IRBକୁ ଦାୟିତ୍ୱ ହସ୍ତାନ୍ତର କଲା ITBP
Also Read- Grah Gochar 2025: ବୁଧ ଏବଂ ଶନିଙ୍କ ଶୁଭ ଚଳନ, ୫ ରାଶିର ବ୍ୟକ୍ତି କରିବେ ଉନ୍ନତି