ଗିରଫ ହେବେ ଇମ୍ରାନ ଖାନ!
Advertisement

ଗିରଫ ହେବେ ଇମ୍ରାନ ଖାନ!

Imran Khan: ଗତ ଶନିବାର ରାତିରେ ପାକିସ୍ତାନର ଫୈସଲାବାଦରେ ଏକ ମାମଲା ରୁଜୁ ହୋଇଥିଲା । ଏଥିରେ ପାକିସ୍ତାନ ତେହେରିକ-ଇ-ଇନସାଫ (PTI) ର ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ତାଙ୍କ ସରକାରରେ ମନ୍ତ୍ରୀ ଫୱାଦ ଚୌଧୁରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହୱାଜ ଗୁଲ ଶେଖ ରସିଦ, ନେସନାଲ ଆସେମ୍ୱିଲର ପୂର୍ବତନ ଡେପୁଟି ସ୍ପିକର କାସୀମ ସୁରି, ଲଣ୍ଡନରେ ଇମ୍ରାନଙ୍କ ଘନିଷ୍ଠ ସହଯୋଗୀ ଅନିଲ ମୁସରତ ଏବଂ ସାହିବଜାଦା ଜାହାଙ୍ଗୀରଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି ।

ଗିରଫ ହେବେ ଇମ୍ରାନ ଖାନ!

ନୂଆଦିଲ୍ଲୀ: Imran Khan: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Former Pakistan PM Imran Khan) ଙ୍କ ସମସ୍ୟା ଏବେ ବଢ଼ିବାକୁ ଯାଉଛି । ସର୍ବଶେଷ ସୂଚନା ଅନୁଯାୟୀ, ଇମ୍ରାନ ଖାନଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ । ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ (Pakistan PM Shehbaz Sharif) ଙ୍କ ବିରୋଧରେ ନାରା ଲଗାଇବା ମାମଲାରେ ଇମ୍ରାନ ଖାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲା (Pakistan Home Minister Rana Sanaullah) ଙ୍କ ତରଫରୁ ନାରା ଲଗାଇବା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କୁ ଗିରଫ କରାଯିବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଠାରେ କହି ରଖୁଛୁ ଯେ, ଏହି ସପ୍ତାହରେ ସାଉଦି ଆରବ (Saudi Arabia) ର ମଦିନା (Madina) ରେ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ (Shehbaz Sharif) ଓ ତାଙ୍କ ପ୍ରତିନିଧୀଙ୍କ ବିରୋଧରେ ଚୋର ଚୋର ନାରା ଲଗାଯାଇଥିଲା । ଅଭିଯୋଗ ହୋଇଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିର୍ଦ୍ଦେଶରେ ଏହି ନାରା ଲଗାଯାଇଛି ।

ଏହା ବି ପଢ଼ନ୍ତୁ:-ଛୁଟିରେ ଯିବେ ପୁଟିନ! ଋଷକୁ ସମ୍ଭାଳିବେ ଏହି ବ୍ୟକ୍ତି

ଏହା ବି ପଢ଼ନ୍ତୁ:-ଇମ୍ରାନଙ୍କ କ୍ଷମତାରୁ ହଟିବା ପରେ ପାକିସ୍ତାନକୁ ହେଲା ଲାଭ, ଏହି ଦେଶ ଦେଲା ୮ ବିଲିୟନ ଡଲାର

ଏହା ବି ପଢ଼ନ୍ତୁ:-ବଡ଼ ଖବର: ଏହି ୪ଟି ପରିସ୍ଥିତିରେ ବାତିଲ ହେବ ଆପଣଙ୍କ ରାସନ କାର୍ଡ, ଜାଣନ୍ତୁ ନୂଆ ନିୟମ ବିଷୟରେ...

ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ପାକିସ୍ତାନର ଫୈସଲାବାଦରେ ଏକ ମାମଲା ରୁଜୁ ହୋଇଥିଲା । ଏଥିରେ ପାକିସ୍ତାନ ତେହେରିକ-ଇ-ଇନସାଫ (PTI) ର ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ତାଙ୍କ ସରକାରରେ ମନ୍ତ୍ରୀ ଫୱାଦ ଚୌଧୁରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହୱାଜ ଗୁଲ ଶେଖ ରସିଦ, ନେସନାଲ ଆସେମ୍ୱିଲର ପୂର୍ବତନ ଡେପୁଟି ସ୍ପିକର କାସୀମ ସୁରି, ଲଣ୍ଡନରେ ଇମ୍ରାନଙ୍କ ଘନିଷ୍ଠ ସହଯୋଗୀ ଅନିଲ ମୁସରତ ଏବଂ ସାହିବଜାଦା ଜାହାଙ୍ଗୀରଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି ।

ଫୈସଲାବାଦରେ ରହୁଥିବା ନଇମ ଭଟ୍ଟୀ କହିଛନ୍ତି ଯେ ମଦିନାରେ ନାରା ଲଗାଇ ମସଜିଦକୁ ଅପବିତ୍ର କରାଯାଇଛି । ଗୁଣ୍ଡାଗିରି ହୋଇଛି ଓ ମୁସଲମାନମାନଙ୍କ ଭାବନାକୁ ଆଘାତ କରାଯାଇଛି । ଏଫଆଇଆର ଅନୁଯାୟୀ, ମଦିନାରେ ମସଜିଦ-ଇ-ନାବଭିରେ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ ଓ ତାଙ୍କ ପ୍ରତିନିଧୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ୧୦୦ରୁ ଅଧିକ ସମର୍ଥକ ପାକିସ୍ତାନ ଏବଂ ବ୍ରିଟେନରୁ ସାଉଦି ଆରବକୁ ଯାଇଥିଲେ । ଖାନ ଓ ଅନ୍ୟ ପିଟିଆଇ ନେତାମାନେ ଏ ସମ୍ପର୍କରେ ଦଳର କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ମାମଲା ରୁଜୁ ହୋଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫୈସଲାବାଦ ପୋଲିସ କହିଛି । ଏହି ମାମଲାରେ ପାକିସ୍ତାନ ଦଣ୍ଡ ସଂହିତାର ଧାରା 295A (ମନଇଚ୍ଛା ତଥା ଦୁର୍ଭାବନାପୂର୍ଣ୍ଣ କାର୍ଯ୍ୟ) ଓ ଅନ୍ୟାନ୍ୟ ଧାରାରେ ପୋଲିସ ଏକ FIR ରୁଜୁ କରିଛି ।