ପାକିସ୍ତାନ ସରକାର ଉପରେ ଭାରି ସେନା: ଆର୍ମି ମୁଖ୍ୟ ବାଜୱାଙ୍କ ଆଗରେ ଅସହାୟ ପିଏମ ଇମ୍ରାନ
Advertisement

ପାକିସ୍ତାନ ସରକାର ଉପରେ ଭାରି ସେନା: ଆର୍ମି ମୁଖ୍ୟ ବାଜୱାଙ୍କ ଆଗରେ ଅସହାୟ ପିଏମ ଇମ୍ରାନ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇମ୍ରାନ (Imran Khan) ଚାହୁଁ ନଥିଲେ ଯେ ଫୈଜ ହମୀଦ (Faiz Hameed) ଙ୍କୁ ISI ମୁଖ୍ୟ ପଦରୁ ହଟାଯାଉ, କିନ୍ତୁ ବାଜୱା (Javed Bajwa) ସ୍ପଷ୍ଟ ଭାବେ କହିଛନ୍ତି ଯେ ଇମ୍ରାନ ସେନା (Pak Army) କାର୍ଯ୍ୟରେ ହସ୍ତକ୍ଷେପ କରି ନିଜର ସୀମା ଅତିକ୍ରମ କରିବା ଉଚିତ୍ ନୁହେଁ । 

ପାକିସ୍ତାନ ସରକାର ଉପରେ ଭାରି ସେନା: ଆର୍ମି ମୁଖ୍ୟ ବାଜୱାଙ୍କ ଆଗରେ ଅସହାୟ ପିଏମ ଇମ୍ରାନ

ଇସଲାମାବାଦ: ଆଜିକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Pakistan PM Imran Khan) ଓ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା (Pak Army Chief General Qamar Javed Bajwa) ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଜାରି ରହିଛି । ଏହା ମୂଳରେ ହେଉଛି ତାଲିବାନ (Taliban) । ବିଗତ ଦିନରେ ତାଲିବାନ ସହ ସାକ୍ଷାତ ପରେ ବାଜୱା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ (ISI)ର ମୁଖ୍ୟଙ୍କୁ ପରିବର୍ତ୍ତନ କରିଛନ୍ତି । ବାସ୍ତବରେ, ବାଜୱା ଗତ ସପ୍ତାହରେ ISI ମୁଖ୍ୟ ଜେନେରାଲ ଫୈଜ ହମୀଦ (ISI Chief General Faiz Hameed) ଙ୍କୁ ହଟାଇ ଲେଫ୍ଟନାଣ୍ଟ ଜେନେରାଲ ନାଦିମ ଅହମ୍ମଦ ଅଞ୍ଜୁମ (Lieutenant General Nadeem Ahmed Anjum) ଙ୍କୁ ଆଇଏସଆଇ ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ । କିନ୍ତୁ ଇମ୍ରାନ ଖାନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇ ନାହିଁ । ସେବେଠାରୁ ଇମ୍ରାନ ଖାନ ଓ ବାଜୱାଙ୍କ ମଧ୍ୟରେ କଳହ ଲାଗିଥିବାର ଖବର ଆସିଛି ।

fallback

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇମ୍ରାନ (Imran Khan) ଚାହୁଁ ନଥିଲେ ଯେ ଫୈଜ ହମୀଦ (Faiz Hameed) ଙ୍କୁ ISI ମୁଖ୍ୟ ପଦରୁ ହଟାଯାଉ, କିନ୍ତୁ ବାଜୱା (Javed Bajwa) ସ୍ପଷ୍ଟ ଭାବେ କହିଛନ୍ତି ଯେ ଇମ୍ରାନ ସେନା (Pak Army) କାର୍ଯ୍ୟରେ ହସ୍ତକ୍ଷେପ କରି ନିଜର ସୀମା ଅତିକ୍ରମ କରିବା ଉଚିତ୍ ନୁହେଁ । ଯଦି ସେ ଚାହାଁନ୍ତି, ତେବେ ହମୀଦଙ୍କୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଏକ ଏକ୍ସଟେନ୍ସନ୍ ଦିଆଯାଇପାରେ, କିନ୍ତୁ ଏହା ପରେ ତାଙ୍କୁ ଏହି ପଦରେ ରଖାଯାଇପାରିବ ନାହିଁ । ପାକିସ୍ତାନର ବରିଷ୍ଠ ସାମ୍ବାଦିକ ନଜମ ସେଠୀ ଏକ ଟିଭି ଶୋ’ରେ ମଧ୍ୟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଇମ୍ରାନ ଖାନଙ୍କ ମନୋଭାବ ଯୋଗୁଁ ବିବାଦ ପରିସ୍ଥିତି ସୃଷ୍ଟି ହୋଇଛି ଓ ଏହି କାରଣରୁ ସରକାର ଏପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି କରିନାହାଁନ୍ତି ।

fallback

ଇମ୍ରାନ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ- ସେନା ମୁଖ୍ୟ ସରକାରଙ୍କୁ ବିଶ୍ୱାସରେ ନେଇଥିଲେ

ପାକିସ୍ତାନ ସରକାର କହିଛନ୍ତି ଯେ ଇମ୍ରାନ ଖାନ ଓ ସେନା ମୁଖ୍ୟ ବାଜୱାଙ୍କ ମଧ୍ୟରେ କୌଣସି ବିବାଦ ନାହିଁ । ଗତ ସପ୍ତାହରେ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଟୌଧୁରୀ କହିଥିଲେ ଯେ ISI ମୁଖ୍ୟଙ୍କୁ ବଦଳାଇବା ନେଇ ଇମ୍ରାନ ଖାନ ଓ ବାଜୱାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା ଏବଂ ବାଜୱା ଏହି ପ୍ରସଙ୍ଗରେ ସରକାରଙ୍କୁ ବିଶ୍ୱାସରେ ନେଇଥିଲେ । ଆଇନକୁ ଦର୍ଶାଇ ଚୌଧୁରୀ କହିଛନ୍ତି ଯେ ସେନା ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ISI ମୁଖ୍ୟ ନିଯୁକ୍ତ କରିବାର ପ୍ରଧାନମନ୍ତ୍ରୀଙ୍କ ଅଧିକାର ରହିଛି ।

ଅଧିକ ପଢ଼ନ୍ତୁ:-ଗିଲାନିଙ୍କ ମୃତ୍ୟୁକୁ ନେଇ ବିଷ ଓଗାଳିଲେ ଇମ୍ରାନ ଖାନ, ଜାତୀୟ ପତାକାକୁ ଅର୍ଦ୍ଧ ନିମିତ୍ତ କଲା ପାକିସ୍ତାନ

ଅଧିକ ପଢ଼ନ୍ତୁ:-ପିଏମ ମୋଦି ଓ ଇସ୍ରାଏଲ ଉପରେ ଇମ୍ରାନ ଖାନ ଦେଲେ ଏଭଳି 'ଜ୍ଞାନ', ସବୁଆଡ଼େ ଉଡ଼ୁଛି ମଜାକ

ତାଲିବାନ ସହ ହମୀଦଙ୍କ ସାକ୍ଷାତକୁ ନେଇ ଅସନ୍ତୁଷ୍ଟ ଥିଲେ ବାଜୱା 

ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପୂର୍ବରୁ ଜେନେରାଲ ଫୈଜ ହମୀଦ କାବୁଲ ଯାଇଥିଲେ ଓ ତାଙ୍କ ହସ୍ତକ୍ଷେପ ପରେ ତାଲିବାନ ସରକାର ଗଠନ କରାଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେନା ମୁଖ୍ୟ ବାଜୱାଙ୍କ ବିନା ଅନୁମତିରେ ହମୀଦ କାବୁଲରେ ପହଞ୍ଚିଥିଲେ, ଯେଉଁ କାରଣରୁ ବାଜୱା ଅସନ୍ତୁଷ୍ଟ ଥିଲେ । ସେ ହମୀଦଙ୍କୁ ISI ମୁଖ୍ୟ ପଦରୁ ବହିଷ୍କାର କରିଥିଲେ ।

fallback

ସେନା ମୁଖ୍ୟ ହେବାକୁ ଚେଷ୍ଟା କରୁଥିଲେ ହମୀଦ

ନିକଟ ଅତୀତରେ ଗଣମାଧ୍ୟମରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ପୂର୍ବତନ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଫୈଜ ହମୀଦ ପାକିସ୍ତାନର ନୂତନ ସେନା ମୁଖ୍ୟ ହେବାକୁ ଚେଷ୍ଟା କରୁଛନ୍ତି । ହମୀଦ ଓ ବାଜୱାଙ୍କ ମଧ୍ୟରେ କଳହର ଖବର ମଧ୍ୟ ଦୀର୍ଘ ସମୟ ଧରି ଚାଲିଥିଲା । ତିନି ବର୍ଷ ପୂର୍ବେ ରାୱଲପିଣ୍ଡିରେ ଏକ ଆର୍ମି ହାଉସିଂ ପ୍ରୋଜେକ୍ଟକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିବା ମନେ କରାଯାଏ । ପରେ, ଯେତେବେଳେ ଇମ୍ରାନ ବାଜୱାଙ୍କ କାର୍ଯ୍ୟକାଳ ତିନି ବର୍ଷ ପାଇଁ ବୃଦ୍ଧି କରିଥିଲେ, ସେତେବେଳେ ଏହି ଲଢ଼େଇ ସାମ୍ନାକୁ ଆସିଥିଲା । ବାଜୱାଙ୍କୁ ବିଶ୍ୱାସରେ ନ ନେଇ ଫୈଜ ଅନେକ ଥର ନିଷ୍ପତ୍ତି ନେବା ଆରମ୍ଭ କରିଥିଲେ ।

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ୧୫ ଟଙ୍କା ଯାଏ ଶସ୍ତା ହେବ ଖାଇବା ତେଲ

ଏହା ବି ପଢ଼ନ୍ତୁ:-ଦେଶରେ ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-'ଚରସ ସେବନ କରିବା କଥା ସ୍ୱୀକାର କରିଛନ୍ତି ଆର୍ୟନ, ଅରବାଜ୍ ମର୍ଚାଣ୍ଟଙ୍କ ପାଖରୁ ମିଳିଛି ୬ ଗ୍ରାମ ମାଦକ ଦ୍ରବ୍ୟ'