ଇସ୍ଲାମାବାଦ: ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳି ପାଲଟିଥିବା ପାକିସ୍ତାନରେ ଅସୁରକ୍ଷିତ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ପତ୍ନୀ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନଙ୍କ କାର ଉପରେ ଗୁଳିମାଡ ହୋଇଛି। କିଛି ଅଜ୍ଞାତ ବ୍ୟକ୍ତି ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିବା ଖୋଦ ରେହମ ଖାନ ସୋମବାର ସକାଳେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଆକ୍ରମଣ ପାଇଁ ପାକିସ୍ତାନ ସରକାରଙ୍କୁ ଟାର୍ଗେଟ କରିବା ସହ ଇମ୍ରାନ ଖାନଙ୍କ ବୁରୁଦ୍ଧରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।


COMMERCIAL BREAK
SCROLL TO CONTINUE READING

ରେହମ ଖାନ ଟ୍ୱିଟରେ ଲେଖିଛନ୍ତି, 'ମୁଁ ମୋ ଭଣଜାଙ୍କ ବିବାହରୁ ଫେରୁଥିଲି। ବାଟରେ କିଛି ଲୋକ ମୋ କାର ଉପରକୁ ଗୁଳି ଚଳାଇଲେ ଏବଂ ଦୁଇଜଣ ମୋଟରସାଇକେଲ ଆରୋହୀ ମୋ କାରକୁ ବନ୍ଧୁକ ମୁନରେ ଅଟକାଇବାକୁ ଚେଷ୍ଟା କରିଥିଲେ। ମୁଁ ତୁରନ୍ତ ମୋ କାର୍ ବଦଳାଇଲି। ମୋର ସିକ୍ୟୁରିଟି ଗାର୍ଡ ଏବଂ ଡ୍ରାଇଭର କାରରେ ଥିଲେ। ଏହା ହେଉଛି ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନ? ଭୀରୁ, ଡକାୟତ ଏବଂ ଲୋଭୀ ଦେଶକୁ ସ୍ୱାଗତ।'


Also Read: C Voter Survey: ପଞ୍ଜାବରେ କାହା ପଲା ଭାରି? ବିଜେପି-କ୍ୟାପଟେନ୍ ମେଣ୍ଟକୁ ନେଇ ହେଲା ବଡ଼ ଖୁଲାସା


ରେହମ୍ ଆହୁରି ଲେଖିଛନ୍ତି, 'ମୁଁ ଜଣେ ସାଧାରଣ ପାକିସ୍ତାନୀ ପରି ବଞ୍ଚିବାକୁ ଏବଂ ମରିବାକୁ ଚାହୁଁଛି। ମୋତେ ଭୀରୁତାର ସହ ଟ୍ୱିନ ସିଟିର ହାଇୱେରେ ଆକ୍ରମଣ କରାଯାଇଥିଲା। ଏଥିପାଇଁ ଏହି ତଥାକଥିତ ସରକାର ଦାୟୀ ହେବା ଉଚିତ୍। ମୁଁ ମଧ୍ୟ ମାତୃଭୂମି ପାଇଁ ଗୁଳି ଖାଇବାକୁ ପ୍ରସ୍ତୁତ ଅଛି।'


 



ବ୍ରିଟିଶ-ପାକିସ୍ତାନୀ ମୂଳ ସାମ୍ବାଦିକ ତଥା ପୂର୍ବତନ ଟିଭି ଆଙ୍କର୍ ରେହମ୍ ଖାନ୍ ୨୦୧୪ରେ ଇମ୍ରାନ ଖାନଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ମାତ୍ର ୧୦ ମାସ ପର୍ଯ୍ୟନ୍ତ ତିଷ୍ଟି ଥିଲା। ୪୮ ବର୍ଷିୟ ରେହମ୍ ତାଙ୍କ ପୂର୍ବତନ ସ୍ୱାମୀଙ୍କ ଜଣେ ସମାଲୋଚକ ଭାବରେ ଜଣାଶୁଣା। ରେହମ ଖାନ ପ୍ରଥମ ଥର ନୁହେଁ ଇମ୍ରାନ ଖାନଙ୍କୁ ଅନେକ ଥର ସମାଲୋଚନା କରିଛନ୍ତି। ଏହାପୂର୍ବରୁ ମଧ୍ୟ ସେ ଅନେକ ପ୍ରସଙ୍ଗରେ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ୨୦୧୯ରେ ପୁଲୱାମା ଆକ୍ରମଣ ପରେ ରେହମ ଖାନ କହିଥିଲେ ଯେ, ଇମ୍ରାନ ଖାନ ପାକିସ୍ତାନର ସେନାର କୁକୁର, ଇମ୍ରାନ ଆଦର୍ଶ ଏବଂ ଉଦାରବାଦୀ ନୀତିରେ ଆପୋଷ ବୁଝାମଣା କରି କ୍ଷମତାକୁ ଆସିଥିଲେ।