ମହିଳାଙ୍କ ଛୋଟ ଡ୍ରେସ ପରିଧାନ ପାଇଁ ଦେଶରେ ବଢୁଛି Sexual Violence: ଇମ୍ରାନ ଖାନ
Advertisement

ମହିଳାଙ୍କ ଛୋଟ ଡ୍ରେସ ପରିଧାନ ପାଇଁ ଦେଶରେ ବଢୁଛି Sexual Violence: ଇମ୍ରାନ ଖାନ

ଜୁନ୍ ୨୦ ରେ ପ୍ରସାରିତ ଏକ ଖବରସରବରାହ ସଂସ୍ଥାର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହିଳା ମାନେ ଛୋଟ ଡ୍ରେସ ପିନ୍ଧିଲେ ଜଣେ ପୁରୁଷ ଉତ୍ତେଜିତ ହେବ ନଚେତ୍ ସେ ରୋବୋଟ । ଏହା ଏକ ସାଧାରଣ କଥା ଯାହା ସମସ୍ତଙ୍କୁ ଜଣା। 

ମହିଳାଙ୍କ ଛୋଟ ଡ୍ରେସ ପରିଧାନ ପାଇଁ ଦେଶରେ ବଢୁଛି Sexual Violence: ଇମ୍ରାନ ଖାନ

ଇସଲାମବାଦ: ନିଜର ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆଉ ଏବେ ପୁଣିଥରେ ନିଜ ଦେଶର ମହିଳାଙ୍କୁ ଟାର୍ଗେଟ କରି ହରଡ଼ଘଣାରେ ପଡ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । 
ନିଜ ଦେଶରେ ବୃଦ୍ଧି ପାଉଥିବା ଯୌନ ହିଂସା ପାଇଁ ସେ ସିଧାସଳଖ ମହିଳାଙ୍କୁ ଦାୟୀ କରୁଥିବା ନେଇ ସୂଚନା ରହିଛି । ଜୁନ୍ ୨୦ ରେ ପ୍ରସାରିତ ଏକ ଖବରସରବରାହ ସଂସ୍ଥାର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହିଳା ମାନେ ଛୋଟ ଡ୍ରେସ ପିନ୍ଧିଲେ ଜଣେ ପୁରୁଷ ଉତ୍ତେଜିତ ହେବ ନଚେତ୍ ସେ ରୋବୋଟ । ଏହା ଏକ ସାଧାରଣ କଥା ଯାହା ସମସ୍ତଙ୍କୁ ଜଣା। 

ଏହା ପୂର୍ବରୁ ଆଉ ଏକ ନ୍ୟୁଜ ସରବରାହ ସଂସ୍ଥାକୁ ଦେଇଥିବା ଏକ ସାକ୍ଷାତକାରରେ ସମାନ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଯୌନ ହିଂସା ହେବା ହେଉଛି'ଅଶ୍ଳୀଳତାର ଫଳ', ଯାହାକୁ ସେ ପାଶ୍ଚାତ୍ୟ କ୍ଷେତ୍ରରୁ ଦେଖିଆସୁଛନ୍ତି ବୋଲି କହିଥିଲେ। ତେବେ ଏ ଦିଗରେ ଇମ୍ରାନ ସରକାର କାମ କରୁଛନ୍ତି ବୋଲି ସେ କହିଛନ୍ତି । ଏହା ଛଡ଼ା ଦେଶରେ ଶିଶୁଙ୍କ ପ୍ରତି ବଢୁଥିବା ଯୌନ ମାମଲା ଉପରେ ଅଧିକରୁ ଅଧିକ ବିଚାର କରାଯାଉଛି ବୋଲି ସେ କହିଛନ୍ତି ।

Also Read: ମୋନୋକ୍ଲୋନାଲ ଆଣ୍ଟିବଡି କ’ଣ ଓ ଏହା କୋଭିଡ-୧୯ ଚିକିତ୍ସାରେ କେତେ ପ୍ରଭାବଶାଳୀ?

ଏବଂ ସେ ଏହା ମଧ୍ୟ କହିଛନ୍ତି ଦେଶରେ ଦୁଷ୍କର୍ମ (Rape) ଏବଂ ଯୌନହିଂସା (Sexual Violence) ବୃଦ୍ଧି ପାଇଁ ସେ ଅଶ୍ଳିଳତା କୁ ବିଶେଷ ଭାବେ ଦାୟୀ କରିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଇସଲାମ (Prime Minister Imran Khan) ରେ ଧର୍ମ ଏବଂ 'ପୁରଦା'ର ସଂକଳ୍ପ ବିଷୟରେ ମଧ୍ୟ କହିଥିଲେ। ସମାଜରୁ “ପ୍ରଲୋଭନ” ହଟାଇବା ଜରୁରୀ ବୋଲି ସେ କହିଛନ୍ତି କାରଣ “ସମସ୍ତଙ୍କର ଇଚ୍ଛା ଶକ୍ତି ସମାନ ନଥାଏ ” ବୋଲି ସେ କହିଛନ୍ତି।

Also Read: ଏକ ହଜାର ଲୋକଙ୍କ ଧର୍ମାନ୍ତରଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ, ଫଣ୍ଡିଂ କରୁଥିଲା ପାକିସ୍ତାନ

ତାଙ୍କର ପୂର୍ବ ମନ୍ତବ୍ୟକୁ ସଠିକ୍ କରିବାକୁ ଯାଇ ସେ ପ୍ରଲୋଭନରୁ ରକ୍ଷା ପାଇବା ପାଇଁ 'ପୁରଦା' ବିଷୟରେ କହିଥିଲେ। “ଆମର ଡିସକୋନାହିଁ, ଆମର ନାଇଟ୍ କ୍ଲବ୍ (Night Club) ନାହିଁ, ତେଣୁ ଏଠାରେ ଏହାର ଭିନ୍ନ ଜୀବନଶୈଳିରେ ଲୋକମାନେ ବଞ୍ଚୁଛନ୍ତି ବୋଲି ସେ କହିଛନ୍ତି। ସମାଜରେ ଯୌନହିଂସା ବଢିବାର କାରଣ ମହିଳାଙ୍କ ପୋଷାକ (Women Wearing  Small Clothes) ବୋଲି ସେ କହିବା ପରେ ତାଙ୍କୁ ପୁଣିଥରେ ଉତ୍ତର ରଖିବାକୁ ପଡ଼ିଥିଲା । ଏବଂ ସେ କହିଥିଲେ ଯେ, “ଆପଣ କେଉଁ ସମାଜରେ ବାସ କରନ୍ତି ତାହା ଉପରେ ନିର୍ଭର କରେ। ଯଦି ଏକ ସମାଜରେ ଲୋକମାନେ ସେହି ପ୍ରକାରର ଜିନିଷ କେବେ ଦେଖି ନାହାଁନ୍ତି, ତେବେ ଏହା ସେମାନଙ୍କ ଉପରେ ଜୋରଦାର ପ୍ରଭାବ ପକାଇବ । ଯଦି ତୁମେ ତୁମ ଭଳି ସମାଜରେ ରହୁଛ ତେବେ ବୋଧହୁଏ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

Also Read: ଦୈନିକ ୭୪ ଟଙ୍କା ସଞ୍ଚୟ କରି ହୋଇ ପାରିବେ କୋଟିପତି, ଜାଣନ୍ତୁ କେମିତି?

ଏହି ସାକ୍ଷାତକାରରେ ଇମ୍ରାନ ପାକିସ୍ତାନ (Pakistan)ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। ସେ କହିଛନ୍ତି ଯେ ତାଙ୍କ ସରକାର CIA କୁ ପାକିସ୍ତାନକୁ ଆସିବାକୁ ଅନୁମତି ଦେବ ନାହିଁ ଏବଂ ଏହାର ଭିତ୍ତିଭୂମି ସୀମା, ଆତଙ୍କବାଦ ବିରୋଧୀ ମିଶନ, ପାଇଁ ବ୍ୟବହାର କରିବ । ମୁସଲମାନମାନଙ୍କ ଉପରେ ଚୀନର ପ୍ରତିକ୍ରିୟା ସଂପର୍କରେ ପ୍ରଶ୍ନରେ ସେ କହିଛନ୍ତି, “ଚୀନ୍ (China) ସହିତ ଆମର ଯାହା କିଛି ସମସ୍ୟା ଅଛି, ଆମେ ସେମାନଙ୍କୁ ଋଦ୍ଧଦ୍ୱାର ବୈଠକରେ କଥାବାର୍ତ୍ତା କରୁଛୁ। ଆମର ସବୁଠୁ କଷ୍ଟ ସମୟରେ ଚୀନ୍ ଆମ ପାଇଁ ସବୁଠାରୁ ଭଲ ବା ପ୍ରକୃତ ବନ୍ଧୁ ହୋଇପାରିଛି। ”